Advertisment

ଜେଇଇ ଆଡଭାନ୍ସ ପରୀକ୍ଷା ସ୍ଥଗିତ, ଅଗଷ୍ଟ ୨୮କୁ ଘୁଞ୍ଚିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜୁଲାଇ ୩ ତାରିଖରେ ହେବାକୁ ଥିବା ଜେଇଇ ଆଡଭାନ୍ସ – ୨୦୨୨ ମସିହା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ଅଗଷ୍ଟ ୨୮ତାରିଖରେ ହେବ ବୋଲି ବମ୍ବେ ଆଇଆଇଟି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଜେଇଇ ଆଡଭାନ୍ସ ପରୀକ୍ଷା ନିମନ୍ତେ ପରୀକ୍ଷାର୍ଥୀମାନେ ଅଗଷ୍ଟ ୨୩ ତାରିଖ ସକାଳ ୧୦ଟାରୁ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ପରୀକ୍ଷାରେ ଦୁଇଟି ପେପର ରହିବ ଓ ଦୁଇଟି ସିଫ୍ଟରେ ପରୀକ୍ଷା ହେବ । […]

ଅଦ୍ୟତନ ହୋଇଛି
ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା କୋଚିଂ, ୧୫ରୁ ପଞ୍ଜୀକରଣ; ଜାଣିନିଅନ୍ତୁ ପୂରା କଥା

Entrance Exam

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜୁଲାଇ ୩ ତାରିଖରେ ହେବାକୁ ଥିବା ଜେଇଇ ଆଡଭାନ୍ସ - ୨୦୨୨ ମସିହା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ଅଗଷ୍ଟ ୨୮ତାରିଖରେ ହେବ ବୋଲି ବମ୍ବେ ଆଇଆଇଟି ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସୂଚନା ଅନୁସାରେ, ଜେଇଇ ଆଡଭାନ୍ସ ପରୀକ୍ଷା ନିମନ୍ତେ ପରୀକ୍ଷାର୍ଥୀମାନେ ଅଗଷ୍ଟ ୨୩ ତାରିଖ ସକାଳ ୧୦ଟାରୁ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ପରୀକ୍ଷାରେ ଦୁଇଟି ପେପର ରହିବ ଓ ଦୁଇଟି ସିଫ୍ଟରେ ପରୀକ୍ଷା ହେବ । ସକାଳ ୯ଟାରୁ ୧୨ଟା ଓ ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ଜେଇଇ ଆଡଭାନ୍ସ ନିମନ୍ତେ ଅନଲାଇନ ପଞ୍ଜିକରଣ ଅଗଷ୍ଟ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ହେବ । ଅଗଷ୍ଟ ୧୨ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ରେଜିଷ୍ଟ୍ରେସନ ଫି’ ଦେବାକୁ ପଡ଼ିବ । ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା( ଜେଇଇ) ଆଡଭାନ୍ସ ପରୀକ୍ଷାକୁ ବମ୍ବେ ଆଇଆଇଟି ପରିଚାଳନା କରୁଛି ।

ଯେଉଁ ଛାତ୍ରଛାତ୍ରୀମାନେ ୨୦୨୦ ଓ ୨୦୨୧ ମସିହାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବେ ସେମାନେ ଜେଇଇ ଆଡ଼ଭାନ୍ସ-୨୦୨୨ ପରୀକ୍ଷା ଦେଇପାରିବେ । ଜେଇଇ ଆଡଭାନ୍ସ -୨୦୨୨ ପରୀକ୍ଷା ଫଳ ସେପ୍ଟେମ୍ବର ୧୧ ତାରିଖ ସକାଳ ୧୦ଟାରେ ଘୋଷଣା ହେବ । ସଂଶୋଧିତ ପରୀକ୍ଷା କାର୍ଯ୍ୟସୂଚୀ ଜେଇଇ ୱେବସାଇଟରେ ଉପଲବ୍ଧ ରହିଛି ବୋଲି ବମ୍ବେ ଆଇଆଇଟି ପକ୍ଷରୁ ସୂଚନା ଦିଆଯାଇଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe