ଅକ୍ଟୋବର ୩ରେ ଜେଇଇ ଆଡଭାନ୍ସଡ, ଧର୍ମେନ୍ଦ୍ର କଲେ ଟ୍ୱିଟ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୩ରେ ଅନୁଷ୍ଠିତ ହେବ ଜେଇଇ ଆଡଭାନ୍ସଡ। ଆଇଆଇଟି ଗୁଡ଼ିକରେ ଆଡମିଶନ ପାଇଁ ଏହି ପରୀକ୍ଷା ସମଗ୍ର ଦେଶରେ ହେବ। ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେହିପରି ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ଗାଇଡଲାଇନ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷ ଆଇଆଇଟି ଖଡ଼ଗୁପର ପରୀକ୍ଷା ଆୟୋଜନ କରୁଛି। ବିଭିନ୍ନ ଆଇଆଇଟିରେ ପଢ଼ିବାକୁ ଚାହୁଁଥିବା ପିଲାମାନେ […]

JEE

JEE

Hemant Lenka
  • Published: Monday, 26 July 2021
  • Updated: 26 July 2021, 09:36 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୩ରେ ଅନୁଷ୍ଠିତ ହେବ ଜେଇଇ ଆଡଭାନ୍ସଡ। ଆଇଆଇଟି ଗୁଡ଼ିକରେ ଆଡମିଶନ ପାଇଁ ଏହି ପରୀକ୍ଷା ସମଗ୍ର ଦେଶରେ ହେବ। ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେହିପରି ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ଗାଇଡଲାଇନ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ।

ଚଳିତ ବର୍ଷ ଆଇଆଇଟି ଖଡ଼ଗୁପର ପରୀକ୍ଷା ଆୟୋଜନ କରୁଛି। ବିଭିନ୍ନ ଆଇଆଇଟିରେ ପଢ଼ିବାକୁ ଚାହୁଁଥିବା ପିଲାମାନେ ଏହି ପରୀକ୍ଷା ଦେଇ ପାରିବେ। ରାଙ୍କ ଅନୁସାରେ ସେମାନଙ୍କୁ ଆଇଆଇଟିରେ ଆଡମିଶନ ପାଇଁ ଅନୁମତି ମିଳିବ।

ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ବର୍ଷା ଓ ଭୂସ୍ଖଳନ ଯୋଗୁ ଯେଉଁ ପିଲାମାନେ ଜେଇ ମେନ୍‌ର ସେସନ ୩ ପରୀକ୍ଷା ଦେଇ ପାରି ନଥିଲେ, ସେମାନଙ୍କୁ ଏନଟିଏ ଆଉ ଗୋଟିଏ ସୁଯୋଗ ଦେବ। ଏ ସମ୍ପର୍କରେ ମଧ୍ୟ ଧର୍ମେନ୍ଦ୍ର ଟ୍ୱିଟ କରି କହିଥିଲେ। ଏହି ପିଲାମାନଙ୍କ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯିବ। ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାଁ ଲେଖାଇବାକୁ ଜେଇଇ-ମେନ୍‌ ଅନୁଷ୍ଠିତ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos