Advertisment

ଅକ୍ଟୋବର ୩ରେ ଜେଇଇ ଆଡଭାନ୍ସଡ, ଧର୍ମେନ୍ଦ୍ର କଲେ ଟ୍ୱିଟ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୩ରେ ଅନୁଷ୍ଠିତ ହେବ ଜେଇଇ ଆଡଭାନ୍ସଡ। ଆଇଆଇଟି ଗୁଡ଼ିକରେ ଆଡମିଶନ ପାଇଁ ଏହି ପରୀକ୍ଷା ସମଗ୍ର ଦେଶରେ ହେବ। ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେହିପରି ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ଗାଇଡଲାଇନ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷ ଆଇଆଇଟି ଖଡ଼ଗୁପର ପରୀକ୍ଷା ଆୟୋଜନ କରୁଛି। ବିଭିନ୍ନ ଆଇଆଇଟିରେ ପଢ଼ିବାକୁ ଚାହୁଁଥିବା ପିଲାମାନେ […]

ଅଦ୍ୟତନ ହୋଇଛି
ଅକ୍ଟୋବର ୩ରେ ଜେଇଇ ଆଡଭାନ୍ସଡ, ଧର୍ମେନ୍ଦ୍ର କଲେ ଟ୍ୱିଟ

JEE

Advertisment

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୩ରେ ଅନୁଷ୍ଠିତ ହେବ ଜେଇଇ ଆଡଭାନ୍ସଡ। ଆଇଆଇଟି ଗୁଡ଼ିକରେ ଆଡମିଶନ ପାଇଁ ଏହି ପରୀକ୍ଷା ସମଗ୍ର ଦେଶରେ ହେବ। ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ସୂଚନା ଦେଇଛନ୍ତି।

Advertisment

ସେହିପରି ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ଗାଇଡଲାଇନ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ।

ଚଳିତ ବର୍ଷ ଆଇଆଇଟି ଖଡ଼ଗୁପର ପରୀକ୍ଷା ଆୟୋଜନ କରୁଛି। ବିଭିନ୍ନ ଆଇଆଇଟିରେ ପଢ଼ିବାକୁ ଚାହୁଁଥିବା ପିଲାମାନେ ଏହି ପରୀକ୍ଷା ଦେଇ ପାରିବେ। ରାଙ୍କ ଅନୁସାରେ ସେମାନଙ୍କୁ ଆଇଆଇଟିରେ ଆଡମିଶନ ପାଇଁ ଅନୁମତି ମିଳିବ।

Advertisment

ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ବର୍ଷା ଓ ଭୂସ୍ଖଳନ ଯୋଗୁ ଯେଉଁ ପିଲାମାନେ ଜେଇ ମେନ୍‌ର ସେସନ ୩ ପରୀକ୍ଷା ଦେଇ ପାରି ନଥିଲେ, ସେମାନଙ୍କୁ ଏନଟିଏ ଆଉ ଗୋଟିଏ ସୁଯୋଗ ଦେବ। ଏ ସମ୍ପର୍କରେ ମଧ୍ୟ ଧର୍ମେନ୍ଦ୍ର ଟ୍ୱିଟ କରି କହିଥିଲେ। ଏହି ପିଲାମାନଙ୍କ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯିବ। ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାଁ ଲେଖାଇବାକୁ ଜେଇଇ-ମେନ୍‌ ଅନୁଷ୍ଠିତ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe