JEE Main 2021 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଏପ୍ରିଲ୍ ମାସ ପରେ ଏବେ JEE Mainର ମେ ମାସର ପରୀକ୍ଷାକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି । ନ୍ୟାଶନାଲ୍ ଟେଷ୍ଟିଂ ସେଣ୍ଟର (ଏନଟିଏ) ଏ ନେଇ ନୋଟିସ୍ ଜାରି କରିଛି । ନୋଟିସ୍ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା. ରମେଶ ପୋଖରୀୟାଲ୍ ନିଶଙ୍କ ଟ୍ୱିଟ୍ କରି ଏହାର ସୂଚନା ଦେଇଛି । ଶିକ୍ଷା ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତ, କୋଭିଡ୍‌-୧୯ର ବର୍ତ୍ତମାନ ସ୍ଥିତି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଇଇ (ମେନ୍‌) ମେ’ […]

jee

jee

Ranjit Kumar Jena
  • Published: Tuesday, 04 May 2021
  • Updated: 04 May 2021, 04:54 PM IST

Sports

Latest News

ନୂଆଦିଲ୍ଲୀ: ଏପ୍ରିଲ୍ ମାସ ପରେ ଏବେ JEE Mainର ମେ ମାସର ପରୀକ୍ଷାକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି । ନ୍ୟାଶନାଲ୍ ଟେଷ୍ଟିଂ ସେଣ୍ଟର (ଏନଟିଏ) ଏ ନେଇ ନୋଟିସ୍ ଜାରି କରିଛି । ନୋଟିସ୍ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା. ରମେଶ ପୋଖରୀୟାଲ୍ ନିଶଙ୍କ ଟ୍ୱିଟ୍ କରି ଏହାର ସୂଚନା ଦେଇଛି ।

ଶିକ୍ଷା ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତ, କୋଭିଡ୍‌-୧୯ର ବର୍ତ୍ତମାନ ସ୍ଥିତି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଇଇ (ମେନ୍‌) ମେ’ ୨୦୨୧ ସେସନକୁ ସ୍ଥଗିତ କରାଯାଉଛି । ଛାତ୍ରଛାତ୍ରୀମାନେ ଏନଟିଏର ଅଫିସିଆଲ୍ ୱେସାଇଟକୁ ଯାଇ ଅନ୍ୟାନ୍ୟ ସୂଚନା ପାଇପାରିବେ ।

https://twitter.com/DrRPNishank/status/1389521400952758275?s=20

ଏନଟିଏ କହିଛି ଯେ ଜେଇଇ ମେନ୍ ୨୦୨୧ର ଦୁଇଟି ସେସନ୍ ଫେବୃଆରୀ ଓ ମାର୍ଚ୍ଚର ପରୀକ୍ଷା ହୋଇସାରିଛି । ଏପ୍ରିଲର ପରୀକ୍ଷା ୨୭, ୨୮, ୩୦ରେ ହେବାର ଥିଲା । କିନ୍ତୁ କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ କରାଯାଇଥିଲା । ଏବେ ଜେଇଇ ମେନର ମେ’ ମାସର ପରୀକ୍ଷାକୁ ମଧ୍ୟ ସ୍ଥଗିତ କରାଯାଉଛି । ଏହି ପରୀକ୍ଷା ମେ’ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବା ପାଇଁ ସ୍ଥିର ହୋଇଥିଲା । ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ଜେଇଇ ମେନର ମେ’-୨୦୨୧ ସେସନ୍ ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇନଥିଲା । ଏନଟିଏ କହିଛି ଯେ ରେଜିଷ୍ଟ୍ରେସନର ତାରିଖ ପରେ ଘୋଷଣା କରାଯିବ । ଏହାସହ ଅତିରିକ୍ତ ସମୟକୁ ଛାତ୍ରମାନେ ଭଲଭାବେ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ପରୀକ୍ଷାର ଲାଟେଷ୍ଟ ଅପଡେଟ୍ ପାଇଁ ଅଫିସିଆଲ୍ ୱେବସାଇଟ୍ nta.ac.in ଓ jeemain.nta.nic.in କୁ ଯାଇ ଦେଖିପାରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos