Advertisment

JEE ମେନ୍ ପରୀକ୍ଷା ତାରିଖ ଘୋଷିତ

ନୂଆଦିଲ୍ଲୀ: ଘୋଷଣା ହେଲେ ଜେଇଇ ମେନ୍ ପରୀକ୍ଷା ତାରିଖ। ନ୍ୟାଶନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଆଜି ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ରେ ଜେଇଇ ମେନ୍ ପରୀକ୍ଷା ତାରିଖ ଘୋଷଣା କରିଛି। ଏନଟିଏ ଜେଇଇ ମେନ୍-୨୦୨୨ ପରୀକ୍ଷା ଦୁଇଟି ସେସନରେ ଯଥା ଏପ୍ରିଲ୍ ଓ ମେ’ ମାସରେ ହେବ। ଜେଇଇ ମେନ୍-୨୦୨୨ର ପ୍ରଥମ ସେସନ୍ ଏପ୍ରିଲ୍ ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେ’ ୨୪ରୁ ୨୯ ତାରିଖ ଯାଏ ହେବ। ତେବେ […]

ଅଦ୍ୟତନ ହୋଇଛି
JEE ମେନ୍ ପରୀକ୍ଷା ତାରିଖ ଘୋଷିତ

jee1

Advertisment

ନୂଆଦିଲ୍ଲୀ: ଘୋଷଣା ହେଲେ ଜେଇଇ ମେନ୍ ପରୀକ୍ଷା ତାରିଖ। ନ୍ୟାଶନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଆଜି ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ରେ ଜେଇଇ ମେନ୍ ପରୀକ୍ଷା ତାରିଖ ଘୋଷଣା କରିଛି। ଏନଟିଏ ଜେଇଇ ମେନ୍-୨୦୨୨ ପରୀକ୍ଷା ଦୁଇଟି ସେସନରେ ଯଥା ଏପ୍ରିଲ୍ ଓ ମେ’ ମାସରେ ହେବ।

Advertisment

ଜେଇଇ ମେନ୍-୨୦୨୨ର ପ୍ରଥମ ସେସନ୍ ଏପ୍ରିଲ୍ ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେ’ ୨୪ରୁ ୨୯ ତାରିଖ ଯାଏ ହେବ। ତେବେ ଜେଇଇ ମେନ୍ ପରୀକ୍ଷା ପାଇଁ ମାର୍ଚ୍ଚ ୧ ତାରିଖ ଅର୍ଥାତ୍ ଆଜି ଠାରୁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଯେଉଁ ଛାତ୍ରଛାତ୍ରୀ ଜେଇଇ ମେନ୍-୨୦୨୨ ପରୀକ୍ଷାର ଗୋଟିଏ କିମ୍ବା ସମସ୍ତ ସେସନ୍ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ jeemain.nta.nic.in ରେ ଆବେଦନ କରିପାରିବେ।

Advertisment

ଅଫିସିଆଲ୍ ନୋଟିସ୍ ଅନୁସାରେ, ଏନଟିଏ ଜେଇଇ ମେନ୍ -୨୦୨୨ କେବଳ ଦୁଇଥର ଆୟୋଜିତ କରାଯିବ। ଯେଉଁ ଛାତ୍ରଛାତ୍ରୀ ମେନ୍ ପରୀକ୍ଷା ଦେବାକୁ ଚାହୁଁଥିବେ, ସେମାନଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଜେଇଇ ଆବେଦନ ପତ୍ର ଦାଖଲ କରିବାକୁ ପଡ଼ିବ। ଛାତ୍ରଛାତ୍ରୀମାନେ jeemain.nta.nic.in ରେ ଜେଇଇ ମେନ୍ ପରୀକ୍ଷା ପାଇଁ ବ୍ରୋଚର୍ ମଧ୍ୟ ପାଇପାରିବେ। ଏହି ବ୍ରୋଚର୍ ମାଧ୍ୟମରେ ଛାତ୍ରଛାତ୍ରୀ ଆଇଆଇଟି ଜେଇଇ ପରୀକ୍ଷା ଭଳି ପାଠ୍ୟକ୍ରମ ଓ ପରୀକ୍ଷା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ।

ଜେଇଇ ମେନ୍-୨୦୨୨ ରେଜିଷ୍ଟ୍ରେସନ୍: ମାର୍ଚ୍ଚ ୧ରୁ ଆରମ୍ଭ
ଜେଇଇ ମେନ୍ ପରୀକ୍ଷା ରେଜିଷ୍ଟ୍ରେସନର ଶେଷ ତାରିଖ: ମାର୍ଚ୍ଚ ୩୧
ଜେଇଇ ମେନ୍ ପରୀକ୍ଷା ସେସନ୍-୧ ତାରିଖ: ଏପ୍ରିଲ୍ ୧୬, ୧୭, ୧୮, ୧୯, ୨୦ ଓ ୨୧
ସେସନ୍-୨ ପରୀକ୍ଷା: ମେ’ ୨୪, ୨୫, ୨୬, ୨୭, ୨୮ ଓ ୨୯

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe