Advertisment

ଧାର୍ଯ୍ୟ ତାରିଖରେ ହେବ JEE ମେନ୍ ଓ NEET

ନୂଆଦିଲ୍ଲୀ: ଧାର୍ଯ୍ୟ ତାରିଖରେ ଅନୁଷ୍ଠିତ ହେବ JEE ମେନ୍ ଓ NEET। ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)। JEE (ମେନ୍) ସେପ୍ଟେମ୍ବର ୧ରୁ ୬ ତାରିଖ ଓ NEET (ୟୁଜି) ସେପ୍ଟେମ୍ବର ୧୩ ତାରିଖରେ ହେବାକୁ ପୂର୍ବରୁ ଧାର୍ଯ୍ୟ ହୋଇଛି। ଏନଟିଏର ଏହି ସୂଚନା ପରେ ପିଲାଙ୍କ ମନରେ ପରୀକ୍ଷା ତାରିଖକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ଜେଇଇ ମେନ୍ ଲାଗି ପରିକ୍ଷାର୍ଥୀଙ୍କ ଆଡ୍‌ମିଟ୍ କାର୍ଡ […]

ଅଦ୍ୟତନ ହୋଇଛି
ଧାର୍ଯ୍ୟ ତାରିଖରେ ହେବ JEE ମେନ୍ ଓ NEET

exam

Advertisment

ନୂଆଦିଲ୍ଲୀ: ଧାର୍ଯ୍ୟ ତାରିଖରେ ଅନୁଷ୍ଠିତ ହେବ JEE ମେନ୍ ଓ NEET। ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)। JEE (ମେନ୍) ସେପ୍ଟେମ୍ବର ୧ରୁ ୬ ତାରିଖ ଓ NEET (ୟୁଜି) ସେପ୍ଟେମ୍ବର ୧୩ ତାରିଖରେ ହେବାକୁ ପୂର୍ବରୁ ଧାର୍ଯ୍ୟ ହୋଇଛି।

Advertisment

ଏନଟିଏର ଏହି ସୂଚନା ପରେ ପିଲାଙ୍କ ମନରେ ପରୀକ୍ଷା ତାରିଖକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ଜେଇଇ ମେନ୍ ଲାଗି ପରିକ୍ଷାର୍ଥୀଙ୍କ ଆଡ୍‌ମିଟ୍ କାର୍ଡ ପ୍ରକାଶ ପାଇଥିବା ବେଳେ ନିଟ୍ ପାଇଁ ଖୁବଶୀଘ୍ର ଆଡ୍‌ମିଟ୍ କାର୍ଡ ପ୍ରକାଶ ପାଇବ ବୋଲି ଏନ୍‌ଟିଏ ସୂଚନା ଦେଇଛି।

ଉଭୟ ପରୀକ୍ଷା ଲାଗି ୯୯ ପ୍ରତିଶତ ଛାତ୍ରଛାତ୍ରୀ ଦେଇଥିବା ପ୍ରଥମ ସେଣ୍ଟରର ପସନ୍ଦ ପୂରଣ କରାଯାଇଥିବା ସୂଚନା ଦେଇଛି ଏନଟିଏ।

Advertisment

ସେହିଭଳି JEE (ମେନ୍)ର ସେଣ୍ଟର ସଂଖ୍ୟା ୫୭୦ରୁ ୬୬୦କୁ ବୃଦ୍ଧି କରାଯାଇଥିବା ବେଳେ NEET (ୟୁଜି) ସେଣ୍ଟର ସଂଖ୍ୟା ୨୫୪୬ରୁ ୩୮୪୩କୁ ବୃଦ୍ଧି କରାଯାଇଛି। ପରୀକ୍ଷା କେନ୍ଦ୍ରକୁ ଯାତାୟାତ ପାଇଁ ପରୀକ୍ଷାର୍ଥୀଙ୍କ ଲାଗି ସୁବିଧା କରିବାକୁ ରାଜ୍ୟ ସରକାରମାନଙ୍କୁ ଏନ୍‌ଟିଏ ଚିଠି ଲେଖିଥିବା କହିଛି।

JEE (ମେନ୍) ପାଇଁ ୮ ଲକ୍ଷ ୫୮ ହଜାର ଓ NEET (ୟୁଜି) ପାଇଁ ୧୫ ଲକ୍ଷ ୯୭ ହଜାର ପରୀକ୍ଷାର୍ଥୀ ପଞ୍ଜୀକରଣ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe