Advertisment

ଘୋଷଣା ହେଲା JEE ମେନ୍ ପରୀକ୍ଷା ତାରିଖ

ନୂଆଦିଲ୍ଲୀ: ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ଘୋଷଣା ହୋଇଛି JEE ମେନ୍ ପରୀକ୍ଷା ତାରିଖ। ଏପ୍ରିଲ୍ ଓ ମେ’ ମାସରେ ସ୍ଥଗିତ ହୋଇଥିବା JEE ମେନ୍ ପରୀକ୍ଷା ଜୁଲାଇ ଓ ଅଗଷ୍ଟରେ ଅନୁଷ୍ଠିତ ହେବ। ଏ ନେଇ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଘୋଷଣା କରିଛନ୍ତି। JEE ମେନ୍ ପରୀକ୍ଷାର ତୃତୀୟ ସେସନ୍ ଜୁଲାଇ ୨୦ରୁ ୨୫ ତାରିଖ ଯାଏ ଏବଂ ଚତୁର୍ଥ ସିଜନ୍ ଜୁଲାଇ ୨୭ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ […]

ଘୋଷଣା ହେଲା JEE ମେନ୍ ପରୀକ୍ଷା ତାରିଖ

jee-main

Advertisment

ନୂଆଦିଲ୍ଲୀ: ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ଘୋଷଣା ହୋଇଛି JEE ମେନ୍ ପରୀକ୍ଷା ତାରିଖ। ଏପ୍ରିଲ୍ ଓ ମେ' ମାସରେ ସ୍ଥଗିତ ହୋଇଥିବା JEE ମେନ୍ ପରୀକ୍ଷା ଜୁଲାଇ ଓ ଅଗଷ୍ଟରେ ଅନୁଷ୍ଠିତ ହେବ। ଏ ନେଇ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଘୋଷଣା କରିଛନ୍ତି।

Advertisment

JEE ମେନ୍ ପରୀକ୍ଷାର ତୃତୀୟ ସେସନ୍ ଜୁଲାଇ ୨୦ରୁ ୨୫ ତାରିଖ ଯାଏ ଏବଂ ଚତୁର୍ଥ ସିଜନ୍ ଜୁଲାଇ ୨୭ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ରମେଶ ପୋଖରିୟାଲ ଘୋଷଣା କରିଛନ୍ତି। କରୋନା ଯୋଗୁ ଯେଉଁ ଛାତ୍ରଛାତ୍ରୀ ମାନେ ରେଜିଷ୍ଟର୍ କରିପାରିନଥିଲେ, ସେମାନେ ପୁଣିଥରେ ଆବେଦନ କରିପାରିବେ।

ତୃତୀୟ ସେସନ୍ ପାଇଁ ଆବେଦନ ଜୁଲାଇ ୬ରୁ ଜୁଲାଇ ୮ ତାରିଖ ଭିତରେ କରିପାରିବେ। ସେହିପରି ଚତୁର୍ଥ ସେସନ୍ ପାଇଁ ଜୁଲାଇ ୯ରୁ ୧୨ ତାରିଖ ଭିତରେ ଆବେଦନ କରିପାରିବେ। ରେଜିଷ୍ଟ୍ରେସନ୍ ସମୟରେ ପ୍ରାର୍ଥୀମାନେ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ମଧ୍ୟ ବଦଳାଇ ପାରିବେ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି।

Advertisment

କରୋନା ମହାମାରୀ ଯୋଗୁ ଏପ୍ରିଲ୍ ଓ ମେ' ସେସନ୍ ପରୀକ୍ଷାକୁ ନ୍ୟାଶନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ସ୍ଥଗିତ କରିଥିଲା। ଜେଇଇ ମେନ୍ ୨୦୨୧ର ଦୁଇଟି ସେସନ୍ ଫେବୃଆରୀ ଓ ମାର୍ଚ୍ଚର ପରୀକ୍ଷା ହୋଇସାରିଛି। ଏପ୍ରିଲ ସେସନ୍ ପରୀକ୍ଷା ୨୭, ୨୮, ୩୦ରେ ହେବାର ଥିଲା । ସେହିପରି ମେ' ସେସନର ପରୀକ୍ଷା ମେ’ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବା ପାଇଁ ସ୍ଥିର ହୋଇଥିଲା ।

ଏହା ପୂର୍ବରୁ ପ୍ରଥମ ଦୁଇଟି ସେସନ୍ ଫେବୃଆରୀ ୨୩ରୁ ୨୬ ତାରିଖ ଏବଂ ମାର୍ଚ୍ଚ ୧୬ରୁ ୧୮ ତାରିଖ ଯାଏ ହୋଇଥିଲା। ପ୍ରଥମ ସେସନରେ ୬ଲକ୍ଷରୁ (୬,୨୦,୯୭୮) ଅଧିକ ପ୍ରାର୍ଥୀ ପରୀକ୍ଷା ଦେଇଥିବା ବେଳେ ଦ୍ୱିତୀୟ ସେସନରେ ୫ଲକ୍ଷରୁ (୫,୫୬,୨୪୮) ଅଧିକ ଜଣ ପରୀକ୍ଷା ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe