Advertisment

ଆଜିଠୁ ଜେଇଇ ମେନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ ମେନ୍‌ । ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ଦେଶ ଓ ବିଦେଶର ୨୩୩ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଏଥର ୩୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଓଡ଼ିଶାର ୭ଟି ସହର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ରାଉରକେଲା ଓ ଢେଙ୍କାନାଳରେ ଏହି ପରୀକ୍ଷା କେନ୍ଦ୍ର କରାଯାଇଛି। ଦୁଇଟି ସିଟିଂରେ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଆଜିଠୁ ଜେଇଇ ମେନ୍‌

jeemain,,

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ ମେନ୍‌ । ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ଦେଶ ଓ ବିଦେଶର ୨୩୩ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଏଥର ୩୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

Advertisment

ଓଡ଼ିଶାର ୭ଟି ସହର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ରାଉରକେଲା ଓ ଢେଙ୍କାନାଳରେ ଏହି ପରୀକ୍ଷା କେନ୍ଦ୍ର କରାଯାଇଛି। ଦୁଇଟି ସିଟିଂରେ ପରୀକ୍ଷାର ହେବ। ପ୍ରଥମ ସିଟିଂ ସକାଳ ସାଢ଼େ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୨ଟା ସରିବ ଏବଂ ଦ୍ୱିତୀୟ ସିଟିଂ ୨ଟା ୩୦ରୁ ସାଢ଼େ ୫ଟା ଯାଏ ଚାଲିବ। ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନେ ଯାଞ୍ଚ ପାଇଁ କେନ୍ଦ୍ରରେ ପ୍ରବେଶ କରିବେ। ସାଥିରେ ଆଡମିଟ୍‌ କାର୍ଡ, ଫଟୋ ଓ ପରିଚୟ ପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ସେମାନେ କୌଣସି ବୈଦ୍ୟୁତିକ ଉପକରଣ, ଘଣ୍ଟା, ପାଣି ବୋତଲ, ଓ ଖାଦ୍ୟ ପ୍ୟାକେଟ୍‌ ନେଇ ପରୀକ୍ଷା କେନ୍ଦ୍ର ଭିତରକୁ ଯାଇପାରିବେ ନାହିଁ।

ସମସ୍ତ ପରୀକ୍ଷା କମ୍ପ୍ୟୁଟରରେ ହେବ। ତେବେ ରଫ୍ ଲାଗି ପେନ୍, ପେପର ଓ ପେନସିଲ୍ ଆଦି ପରୀକ୍ଷା କେନ୍ଦ୍ର ପକ୍ଷରୁ ଦିଆଯିବାର ବ୍ୟବସ୍ଥା ହୋଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭି ସହ ଜାମର୍ ଲଗାଇବାକୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଗାଇଡଲାଇନ୍ ଜାରି କରିଛି।

Advertisment

ଏହି ଜେଇଇ ମେନ୍ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫଳ ଆସନ୍ତା ୩୧ ତାରିଖରେ ପ୍ରକାଶ ପାଇବାକୁ ଥିବା ବେଳେ, ରାଙ୍କ୍ ରଖିଥିବା ଛାତ୍ରଛାତ୍ରୀ NIT, ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବାର ସୁଯୋଗ ପାଇବେ। ଆସନ୍ତା ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍ ହେବ।