ଜାନୁଆରୀ ୨୪ରୁ ଜେଇଇ ମେନ୍‌, ଆବେଦନ ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଜେଇଇ ମେନ୍ ପରୀକ୍ଷା ଆସନ୍ତା ଜାନୁଆରୀ ୨୪ରୁ ୩୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ଦ୍ୱାରା ଆୟୋଜିତ ହେଉଥିବା ଏହି ପରୀକ୍ଷା ନିମନ୍ତେ ଡିସେମ୍ବର ୧୫ରୁ ଆବେଦନ ପତ୍ର ଆରମ୍ଭ ହୋଇଛି ଓ ଆବେଦନର ଶେଷ ତାରିଖ ଜାନୁଆରୀ ୧୨ତାରିଖ ରହିଛି। ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ କେବଳ ଅନଲାଇନରେ ହିଁ ଆବେଦନ କରିବାକୁ ପଡ଼ିବ। ସୂଚନା ଅନୁସାରେ, ଜେଇଇ(ମେନ୍) ପରୀକ୍ଷା ଦୁଇଟି ସିଟିଂରେ […]

UPSC EXAM

Ordigital Desk
  • Published: Friday, 16 December 2022
  • , Updated: 16 December 2022, 06:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଜେଇଇ ମେନ୍ ପରୀକ୍ଷା ଆସନ୍ତା ଜାନୁଆରୀ ୨୪ରୁ ୩୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ଦ୍ୱାରା ଆୟୋଜିତ ହେଉଥିବା ଏହି ପରୀକ୍ଷା ନିମନ୍ତେ ଡିସେମ୍ବର ୧୫ରୁ ଆବେଦନ ପତ୍ର ଆରମ୍ଭ ହୋଇଛି ଓ ଆବେଦନର ଶେଷ ତାରିଖ ଜାନୁଆରୀ ୧୨ତାରିଖ ରହିଛି। ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ କେବଳ ଅନଲାଇନରେ ହିଁ ଆବେଦନ କରିବାକୁ ପଡ଼ିବ।

ସୂଚନା ଅନୁସାରେ, ଜେଇଇ(ମେନ୍) ପରୀକ୍ଷା ଦୁଇଟି ସିଟିଂରେ ହେବ । ଏହି ପରୀକ୍ଷା ଓଡ଼ିଆ ସମେତ ମୋଟ ୧୩ଟି ଭାଷାରେ ହେବ । ପରୀକ୍ଷା ଜାନୁଆରୀ ୨୪, ୨୫, ୨୭,୨୮,୨୯ ,୩୦ ଓ ୩୧ତାରିଖରେ ହେବାକୁ ଥିବାବେଳେ ପରୀକ୍ଷା କେନ୍ଦ୍ରଗୁଡ଼ିକର ଘୋଷଣା ଆସନ୍ତା ଜାନୁଆରୀ ଦ୍ୱିତୀୟ ସପ୍ତାହରେ ହେବ ବୋଲି ଜଣାପଡ଼ିଛି । ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏନଆଇଟି, ଆଇଆଇଟି , ଆଇଆଇଆଇଟି ସମେତ ରାଜ୍ୟ ଓ ଦେଶର ଅନ୍ୟ ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଣ୍ଡରଗ୍ରାଜୁଏଟ୍ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ପ୍ରତିବର୍ଷ ହୋଇଥାଏ ।

Related story