UPSC EXAM
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଜେଇଇ ମେନ୍ ପରୀକ୍ଷା ଆସନ୍ତା ଜାନୁଆରୀ ୨୪ରୁ ୩୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ଦ୍ୱାରା ଆୟୋଜିତ ହେଉଥିବା ଏହି ପରୀକ୍ଷା ନିମନ୍ତେ ଡିସେମ୍ବର ୧୫ରୁ ଆବେଦନ ପତ୍ର ଆରମ୍ଭ ହୋଇଛି ଓ ଆବେଦନର ଶେଷ ତାରିଖ ଜାନୁଆରୀ ୧୨ତାରିଖ ରହିଛି। ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ କେବଳ ଅନଲାଇନରେ ହିଁ ଆବେଦନ କରିବାକୁ ପଡ଼ିବ।
ସୂଚନା ଅନୁସାରେ, ଜେଇଇ(ମେନ୍) ପରୀକ୍ଷା ଦୁଇଟି ସିଟିଂରେ ହେବ । ଏହି ପରୀକ୍ଷା ଓଡ଼ିଆ ସମେତ ମୋଟ ୧୩ଟି ଭାଷାରେ ହେବ । ପରୀକ୍ଷା ଜାନୁଆରୀ ୨୪, ୨୫, ୨୭,୨୮,୨୯ ,୩୦ ଓ ୩୧ତାରିଖରେ ହେବାକୁ ଥିବାବେଳେ ପରୀକ୍ଷା କେନ୍ଦ୍ରଗୁଡ଼ିକର ଘୋଷଣା ଆସନ୍ତା ଜାନୁଆରୀ ଦ୍ୱିତୀୟ ସପ୍ତାହରେ ହେବ ବୋଲି ଜଣାପଡ଼ିଛି । ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏନଆଇଟି, ଆଇଆଇଟି , ଆଇଆଇଆଇଟି ସମେତ ରାଜ୍ୟ ଓ ଦେଶର ଅନ୍ୟ ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଣ୍ଡରଗ୍ରାଜୁଏଟ୍ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ପ୍ରତିବର୍ଷ ହୋଇଥାଏ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/03/78-1.jpg)