Advertisment

ଅବକାରୀ ବିଭାଗରେ ବାହାରିଲା ନିଯୁକ୍ତି ସୁଯୋଗ, ଜାଣି ରଖନ୍ତୁ ଶିକ୍ଷାଗତ ଯୋଗ୍ୟତା

ଗ୍ରାଜୁଏଶନ ଡିଗ୍ରୀଧାରୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଯେକୌଣସି ଗ୍ରାଜୁଏଶନ ଡିଗ୍ରୀ ହାସଲ କରିଥିଲେ ବି ପାଇପାରିବେ ସରକାରୀ ଚାକିରୀ। ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ। ଅବକାରୀ ବିଭାଗରେ ୮୭ଟି ସବଇନ୍ସପେକ୍ଟର ପଦବୀ ଲାଗି ବାହାରିଛି ବିଜ୍ଞପ୍ତି। ମୋଟ ପଦବୀ ସଂଖ୍ୟା-୮୭ UR-୪୬(ମହିଳା୧୫), SEBC-୧୫(ମହିଳା-୫)  SC- ୧୧(ମହିଳା-୪) ,  ST-୧୫(ମହିଳା-୦୫) , ESM-୩ଟି, SP-୧ଟି ସିଟ୍‌ ରହିଛି। PWD ପ୍ରାର୍ଥୀ ଏହି ପଦ ନିମନ୍ତେ ଯୋଗ୍ୟ ନୁହନ୍ତି। ଦରମା […]

ଅଦ୍ୟତନ ହୋଇଛି
ଓଡ଼ିଶାରେ ବଢ଼ିଲା ସର୍ବୋଚ୍ଚ ବୟସସୀମା, ୫୩ ବର୍ଷ ବୟସରେ ବି କରିପାରିବେ ସରକାରୀ ଚାକିରି

job

Advertisment

ଗ୍ରାଜୁଏଶନ ଡିଗ୍ରୀଧାରୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଯେକୌଣସି ଗ୍ରାଜୁଏଶନ ଡିଗ୍ରୀ ହାସଲ କରିଥିଲେ ବି ପାଇପାରିବେ ସରକାରୀ ଚାକିରୀ। ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ। ଅବକାରୀ ବିଭାଗରେ ୮୭ଟି ସବଇନ୍ସପେକ୍ଟର ପଦବୀ ଲାଗି ବାହାରିଛି ବିଜ୍ଞପ୍ତି।

Advertisment

ମୋଟ ପଦବୀ ସଂଖ୍ୟା-୮୭

UR-୪୬(ମହିଳା୧୫), SEBC-୧୫(ମହିଳା-୫)  SC- ୧୧(ମହିଳା-୪) ,  ST-୧୫(ମହିଳା-୦୫) , ESM-୩ଟି, SP-୧ଟି ସିଟ୍‌ ରହିଛି। PWD ପ୍ରାର୍ଥୀ ଏହି ପଦ ନିମନ୍ତେ ଯୋଗ୍ୟ ନୁହନ୍ତି।

ଦରମା

ଯୋଗ୍ୟ ପ୍ରାର୍ଥୀଙ୍କୁ ମାସକୁ ୧୫ ହଜାର ଟଙ୍କା ହିସାବରେ ବର୍ଷେ ପର୍ଯ୍ୟନ୍ତ ଦରମା ମିଳିବ। ଏହା ପରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପେ ସ୍କେଲ ହିସାବରେ ଦରମା ମିଳିବ।

Advertisment

ବୟସ ସୀମା-ଏହି ପଦ ନିମନ୍ତେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ୧।୧।୨୦୨୧ ସୁଦ୍ଧା ୨୧ ବର୍ଷରୁ କମ୍‌ କିମ୍ବା ୩୨ ବର୍ଷରୁ ଅଧିକ ହୋଇ ନ ଥିବ। ଏହାବାଦ ଅନୁସୂଚିତ ଜାତି,  ଜନଜାତି, ମହିଳା, ପୂର୍ବତନ ସେନା କର୍ମଚାରୀ ଏବଂ ଠିକା କର୍ମଚାରୀଙ୍କ ପାଇଁ ବୟସ ସମୟସୀମାରେ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା-ଏହି ପଦ ନିମନ୍ତେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଯେକୌଣସି ବିଭାଗରେ ସର୍ବନିମ୍ନ ସ୍ନାତ୍ତୋକତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ପ୍ରାର୍ଥୀମାନେ ମଧ୍ୟ ଇଂରାଜୀ ଓ ହାଇସ୍କୁଲରେ ଓଡ଼ିଆ ବିଷୟ ପଢ଼ିଥିବା ବାଧ୍ୟତାମୂଳକ।

ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଥିଲେ www.ossc.gov.in ୱେବସାଇଟ୍‌କୁ ନଜରରେ ରଖିବା ଆବଶ୍ୟକ। ଏହି  ୱେବସାଇଟ୍‌ରେ ଖୁବ୍‌ ଶୀଘ୍ର ଏଥିନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe