Advertisment

BSC ଓ B-Tech ପିଲାଙ୍କ ପାଇଁ ଓଡ଼ିଶା ପୁଲିସରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଏସ୍‌ସି, ବି-ଟେକ୍‌ ଓ ବିସିଏ ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଣିକି ଓଡ଼ିଶା ପୁଲିସରେ ପାଇପାରିବେ ନିଯୁକ୍ତି। ଓଡ଼ିଶା ପୁଲିସ ପକ୍ଷରୁ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆସନ୍ତା ସୋମବାର ତଥା ୧୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆବେଦନର ଶେଷ ତାରିଖ  ୨୦୨୨ ଜାନୁଆରୀ ୨ ତାରିଖ ରହିଛି। ମୋଟ ପଦବୀ-୧୪୪   ଏଏସ୍‌ଆଇ (ଆସିଷ୍ଟାଣ୍ଟ […]

BSC ଓ B-Tech ପିଲାଙ୍କ ପାଇଁ ଓଡ଼ିଶା ପୁଲିସରେ ନିଯୁକ୍ତି ସୁଯୋଗ

Odisha Police

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଏସ୍‌ସି, ବି-ଟେକ୍‌ ଓ ବିସିଏ ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଣିକି ଓଡ଼ିଶା ପୁଲିସରେ ପାଇପାରିବେ ନିଯୁକ୍ତି। ଓଡ଼ିଶା ପୁଲିସ ପକ୍ଷରୁ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆସନ୍ତା ସୋମବାର ତଥା ୧୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆବେଦନର ଶେଷ ତାରିଖ  ୨୦୨୨ ଜାନୁଆରୀ ୨ ତାରିଖ ରହିଛି।

Advertisment

ମୋଟ ପଦବୀ-୧୪୪  

ଏଏସ୍‌ଆଇ (ଆସିଷ୍ଟାଣ୍ଟ ସବ୍‌ ଇନ୍‌ସ୍ପେକ୍ଟର ଇନ୍‌ କମ୍ୟୁନିକେସନ୍‌)

ଅନୁସୂଚିତ ଜାତି(SC)-୨୪, ସେଥିମଧ୍ୟରୁ ମହିଳାଙ୍କ ପାଇଁ -୮

ଅନୁସୂଚିତ ଜନଜାତି(ST)- ୩୯, ସେଥିମଧ୍ୟରୁ ମହିଳାଙ୍କ ପାଇଁ -୧୩

ଜେନେରାଲ- ୮୧, ସେଥିମଧ୍ୟରୁ ମହିଳାଙ୍କ ପାଇଁ-୨୭

ରିଜର୍ଭ ପଦବୀ-୫

ପୂର୍ବତନ କର୍ମଚାରୀ-୪

ଖେଳାଳିଙ୍କ ପାଇଁ-୧

ଶିକ୍ଷାଗତ ଯୋଗ୍ୟତା- ଯେକୌଣସି ସ୍ୱୀକୃତି ପ୍ରାପ୍ତ ବିଶ୍ୱ ବିଦ୍ୟାଳୟରୁ ବିଏସ୍‌ସି କିମ୍ବା ବି-ଟେକ୍‌ ଇନ୍‌ କମ୍ପ୍ୟୁଟର ସାଇନ୍ସ/ଇନ୍‌ଫର୍ମେସନ୍‌ ଟେକ୍ନୋଲଜୀ/ଇନ୍‌ଫର୍ମେସନ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲଜୀ/ଇଲେକ୍‌ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ/ଇନ୍‌ଫର୍ମେସନ ଟେକ୍ନୋଲଜୀ ଆଣ୍ଡ ମ୍ୟାନେଜମେଣ୍ଟ/ଫିଜିକ୍ସ/ମ୍ୟାଥମେଟିକ୍ସ/ ଇଜିଂନିୟରିଂ ଇନ୍‌ କମ୍ପ୍ୟୁଟର ସାଇନ୍ସରେ ବାଚୁଲର ଡିଗ୍ରୀ ହାଲସ କରିଥିବା ଉଚିତ।

କିଭଳି କରିବେ ଆବେଦନ?
ଇଚ୍ଛୁକ ପ୍ରାର୍ଥୀ ଓଡ଼ିଶା ପୁଲିସର ୱେବ୍‌ସାଇଟ୍‌ www.odisahpolice.gov.in ରେ ଲଗ୍‌ଇନ୍‌ କରି ଆପ୍ଲିକେସନ୍‌ ଡଉନ୍‌ଲୋଡ୍‌ କରି ଆବେଦନ କରିପାରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe