Advertisment

ESIC ରେ ନିଯୁକ୍ତି ସୁଯୋଗ, ଖାଲିପଡ଼ିଛି ୩୭୯୦ ପଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରିଛି ଇଏସ୍ଆଇସି (Employees State Insurance Corporation)। ଅପର ଡିଭିଜନ କ୍ଳର୍କ (ୟୁଡିସି), ଷ୍ଟେନୋଗ୍ରାଫର ଓ ମଲ୍ଟି ଟାକ୍ସିଂ ଷ୍ଟାଫ (ଏମ୍‌ଟିଏସ୍‌) ପଦରେ ମୋଟ ୩,୭୯୦ ଜଣଙ୍କୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଇଏସ୍ଆଇସି। ୟୁଡିସି ପାଇଁ ୧,୭୦୦ ପଦବୀ ଖାଲି ପଡ଼ିଥିବା ବେଳେ ଷ୍ଟେନୋଗ୍ରାଫର ପାଇଁ ୧୬୦ ଓ ଏମ୍‌ଟିଏସ୍‌ ପାଇଁ ୧୯୩୦ ପଦ ଖାଲି ପଡ଼ିଛି। ଦରମା ସମସ୍ତଙ୍କୁ ୭ମ […]

ଅଦ୍ୟତନ ହୋଇଛି
ESIC ରେ ନିଯୁକ୍ତି ସୁଯୋଗ, ଖାଲିପଡ଼ିଛି ୩୭୯୦ ପଦ

jobs

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରିଛି ଇଏସ୍ଆଇସି (Employees State Insurance Corporation)। ଅପର ଡିଭିଜନ କ୍ଳର୍କ (ୟୁଡିସି), ଷ୍ଟେନୋଗ୍ରାଫର ଓ ମଲ୍ଟି ଟାକ୍ସିଂ ଷ୍ଟାଫ (ଏମ୍‌ଟିଏସ୍‌) ପଦରେ ମୋଟ ୩,୭୯୦ ଜଣଙ୍କୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଇଏସ୍ଆଇସି। ୟୁଡିସି ପାଇଁ ୧,୭୦୦ ପଦବୀ ଖାଲି ପଡ଼ିଥିବା ବେଳେ ଷ୍ଟେନୋଗ୍ରାଫର ପାଇଁ ୧୬୦ ଓ ଏମ୍‌ଟିଏସ୍‌ ପାଇଁ ୧୯୩୦ ପଦ ଖାଲି ପଡ଼ିଛି।

Advertisment

ଦରମା

ସମସ୍ତଙ୍କୁ ୭ମ ବେତନ କମିଶନଙ୍କ ସୁପାରିଶ ଅନୁଯାୟୀ ଦରମା ମିଳିବ। ୟୁଡିସି ଓ ଷ୍ଟେନୋଗ୍ରାଫରଙ୍କ ଦରମା ୨୫,୫୦୦ରୁ ୮୧,୧୦୦ ଟଙ୍କା ରହିଛି। ସେହିପରି ଏମ୍‌ଟିଏସ୍‌ଙ୍କ ଦରମା ୧୮,୦୦୦ରୁ ୫୬୦୦୦ ଟଙ୍କା ରହିଛି।

ଶିକ୍ଷାଗତ ଯୋଗ୍ୟତା

ୟୁଡିସି ପାଇଁ ଆବେଦନ କରିବାକୁ ଆଗ୍ରହୀ ଥିବା ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।ଷ୍ଟେନୋଗ୍ରାଫର ପଦବୀରେ ନିଯୁକ୍ତି ପାଇବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ଏମ୍‌ଟିଏସ୍‌ ପାଇଁ ଆଶାୟୀ ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ।

Advertisment

ବୟସ ସୀମା

ୟୁଡିସି ଓ ଷ୍ଟେନୋଗ୍ରାଫରଙ୍କ ପାଇଁ ବୟସ ସୀମା ୧୮ରୁ ୨୭ ବର୍ଷ ରହିଛି। ଏମ୍‌ଟିଏସ୍‌ଙ୍କ ପାଇଁ ବୟସ ସୀମା ୧୮ରୁ ୨୫ ବର୍ଷ ରଖାଯାଇଛି। ତେବେ ଏସ୍‌ଟି,ଏସ୍‌ସି,ଓବିସି ଆଦି ସଂରକ୍ଷିତ ବର୍ଗଙ୍କ ପାଇଁ ସର୍ବାଧିକ ବୟସ ସୀମା କୋହଳ ରହିଛି।

ଆବେଦନ ତାରିଖ ଓ ଫି’

ଆଶାୟୀମାନଙ୍କୁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ପଡ଼ିବ। ଏଥିପାଇଁ ସେମାନଙ୍କୁ  ଇଏସ୍ଆଇସିର ୱେବ୍‌ସାଇଟ୍‌କୁ ଯିବାକୁ ପଡ଼ିବ। ଜାନୁଆରୀ ୧୫ ତାରିଖରୁ ଆବେଦନ କରିହେବ। ଆବେଦନ ଦାଖଲ କରିବାର ଶେଷ ତାରିଖ ଫେବ୍ରୁଆରୀ ୧୫ ରହିଛି। ସଂରକ୍ଷଣ ବର୍ଗଙ୍କ ପାଇଁ ଦରଖାସ୍ତ ଫି’ ୨୫୦ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ୫୦୦ ଟଙ୍କା ଦେବାକୁ ପଡ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe