Advertisment

RITESରେ ୧୪୬ ପଦ ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ, କିପରି କରିବେ ଆବେଦନ

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ ଅଧୀନ ମିନି କମ୍ପାନୀ ରାଇଟସ୍‌ ଲିମିଟେଡ (Rail India Technical and Economic Service Limited) ପକ୍ଷରୁ ୧୪୬ ପଦ ପାଇଁ ଜାରି ହୋଇଛି ବିଜ୍ଞପ୍ତି। କମ୍ପାନୀ ତରଫରୁ ପ୍ରକାଶିତ ବିଜ୍ଞାପନ ଅନୁଯାୟୀ, ଇଞ୍ଜିନିୟରିଂ. ଗ୍ରାଜୁଏଟ,  ଡିପ୍ଲୋମା ଅପରେଟିଂ ଏବଂ ଆଇଟିଆଇ ପାସ୍‌ କରିଥିବା ଛାତ୍ରଛାତ୍ରୀ ଏଥିନିମନ୍ତେ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀ ରାଇଟସ୍‌ ଲିମିଟେଡର ଅଫିସିଆଲ ୱେବସାଇଟ rites.com ରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ୨୨ ଏପ୍ରିଲରୁ ଆରମ୍ଭ ହୋଇ […]

ଅଦ୍ୟତନ ହୋଇଛି
ESIC ରେ ନିଯୁକ୍ତି ସୁଯୋଗ, ଖାଲିପଡ଼ିଛି ୩୭୯୦ ପଦ

jobs

Advertisment

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ ଅଧୀନ ମିନି କମ୍ପାନୀ ରାଇଟସ୍‌ ଲିମିଟେଡ (Rail India Technical and Economic Service Limited) ପକ୍ଷରୁ ୧୪୬ ପଦ ପାଇଁ ଜାରି ହୋଇଛି ବିଜ୍ଞପ୍ତି। କମ୍ପାନୀ ତରଫରୁ ପ୍ରକାଶିତ ବିଜ୍ଞାପନ ଅନୁଯାୟୀ, ଇଞ୍ଜିନିୟରିଂ. ଗ୍ରାଜୁଏଟ,  ଡିପ୍ଲୋମା ଅପରେଟିଂ ଏବଂ ଆଇଟିଆଇ ପାସ୍‌ କରିଥିବା ଛାତ୍ରଛାତ୍ରୀ ଏଥିନିମନ୍ତେ ଆବେଦନ କରିପାରିବେ।

Advertisment

ଇଚ୍ଛୁକ ପ୍ରାର୍ଥୀ ରାଇଟସ୍‌ ଲିମିଟେଡର ଅଫିସିଆଲ ୱେବସାଇଟ rites.com ରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ୨୨ ଏପ୍ରିଲରୁ ଆରମ୍ଭ ହୋଇ ସାରିଥିବା ବେଳେ ଇଚ୍ଛୁକ ପ୍ରାର୍ଥୀ  ମେ’ ୧୨  ତାରିଖ ପର୍ଯ୍ୟନ୍ତ ନିଜ ଆପ୍ଲିକେସନକୁ ଅନଲାଇନ୍‌ରେ ସବମିଟ କରିପାରିବେ।

ଖାଲିଥିବା ପଦ

ଇଞ୍ଜିନିୟରିଂ ଡିଗ୍ରୀ-୭୬

ନନ୍‌- ଇଞ୍ଜିନିୟରିଂ  ଗ୍ରାଜୁଏଟ-୨୦

ଇଞ୍ଜିନିୟରିଂ  ଡିପ୍ଲୋମା-୧୫

ଆଇଟିଆଇ ପାସ୍‌-୩୫

ଷ୍ଟାଇପେଣ୍ଡ

ଗ୍ରାଜୁଏଟ ପ୍ରାର୍ଥୀ -୧୪ ହଜାର

ଡିପ୍ଲୋମା ପ୍ରାର୍ଥୀ-୧୨ ହଜାର

ଆଇଟିଆଇ ପାସ୍‌ ପ୍ରାର୍ଥୀ -୧୦ ହଜାର

 କିଏ କରିପାରିବ ଆବେଦନ

ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଇଞ୍ଜିନିୟରିଂ ଡିଗ୍ରୀ ପ୍ରାପ୍ତ ହୋଇଥିବା ଆବଶ୍ୟକ। ନନ୍‌- ଇଞ୍ଜିନିୟରିଂ କ୍ଷେତ୍ରରେ ବିବିଏ, ବିକମ୍‌, ଡିପ୍ଲୋମା, ଆଇଟିଆଇ ପାସ୍‌ କରିଥିବା ପ୍ରାର୍ଥୀ ବି ଆବେଦନ କରିପାରିବେ।

Advertisment

କିପରି କରିବେ ଆବେଦନ

ରାଇଟସ୍‌ ଲିମିଟେଡରେ ବାହାରିଥିବା ପଦ ନିମନ୍ତେ ଆବେଦନ ପ୍ରକ୍ରିୟା ୩ଟି ପର୍ଯ୍ୟାୟରେ କରିହେବ। ପ୍ରଥମ ପର୍ଯ୍ୟାୟରେ ଆବେଦନକାରୀ National Apprenticeship Training Scheme (NATS)ପୋର୍ଟାଲ mhrdnats.gov.inରେ ପଞ୍ଜିକରଣ କରିବେ। ଏହାପରେ ଆବେଦନକାରୀଙ୍କୁ ଏକ ଅନଲାଇନ୍‌ ଫର୍ମ ମିଳିବ।  ଉକ୍ତ ଫର୍ମକୁ ସବମିଟ୍‌ କରିବା ପରେ ଏକହାର ଏକ କପି ପିଡିଏଫ୍‌ ଫର୍ମାଟରେ ritesapprenticerecruitment2021@gmail.comରେ ମେ ୧୨ ସୁଦ୍ଧା ଦାଖଲ କରିବାକୁ ହେବ। ଏହାବାଦ ଆବେଦନକାରୀଙ୍କୁ ଅଧିସୂଚନା ସହ ଆସୁଥିବା ଆପ୍ଲିକେସନ୍‌ ଫର୍ମର ଏକ କପିକୁ ପରୀକ୍ଷା କେନ୍ଦ୍ରକୁ ନେଇ ଯିବାକୁ ହେବ। ଡକ୍ୟୁମେଣ୍ଟ ଭେରିଫିକେସନ ସମୟରେ ଏହାକୁ ଯାଞ୍ଚ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe