Advertisment

କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ଘୋଷଣା ହେଲା ଆବେଦନ ତାରିଖ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ କେନ୍ଦ୍ର ବିଦ୍ୟାଳୟର ନୂଆ ଏକାଡେମିକ୍ ଅଧିବେଶନରେ ଆଡମିଶନ ପାଇଁ ତାରିଖ ଘୋଷଣା କରିଛି।୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରଥମ ଶ୍ରେଣୀରେ ଆଡମିଶନ ପାଇଁ ଅନଲାଇନରେ୍ ପଞ୍ଜୀକରଣ କରିବାକୁ ହେବ। ଏପ୍ରିଲ୍ ୧ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଦ୍ୱିତୀୟ ଶ୍ରେଣୀ ପରଠୁ ଅନ୍ୟ କୌଣସି କ୍ସାସରେ ଆଡମିଶନ ନେବାକୁ ଚାହୁଁଥିଲେ ଇଚ୍ଛୁକ ଛାତ୍ରଛାତ୍ରୀ ଏପ୍ରିଲ ୮ରୁ ଅଫଲାଇନ ମୋଡରେ ଆବେଦନ […]

ଅଦ୍ୟତନ ହୋଇଛି
କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ଘୋଷଣା ହେଲା ଆବେଦନ ତାରିଖ

kendriya-vidyalaya

Advertisment

ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ କେନ୍ଦ୍ର ବିଦ୍ୟାଳୟର ନୂଆ ଏକାଡେମିକ୍ ଅଧିବେଶନରେ ଆଡମିଶନ ପାଇଁ ତାରିଖ ଘୋଷଣା କରିଛି।୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରଥମ ଶ୍ରେଣୀରେ ଆଡମିଶନ ପାଇଁ ଅନଲାଇନରେ୍ ପଞ୍ଜୀକରଣ କରିବାକୁ ହେବ। ଏପ୍ରିଲ୍ ୧ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଦ୍ୱିତୀୟ ଶ୍ରେଣୀ ପରଠୁ ଅନ୍ୟ କୌଣସି କ୍ସାସରେ ଆଡମିଶନ ନେବାକୁ ଚାହୁଁଥିଲେ ଇଚ୍ଛୁକ ଛାତ୍ରଛାତ୍ରୀ ଏପ୍ରିଲ ୮ରୁ ଅଫଲାଇନ ମୋଡରେ ଆବେଦନ କରିପାରିବେ।

Advertisment

ପ୍ରଥମ ଶ୍ରେଣୀ ପାଇଁ ଅନଲାଇନ୍ ପଞ୍ଜୀକରଣ ଏପ୍ରିଲ୍ ୧ ସକାଳ ୧୦ଟାରୁ ଆରମ୍ଭ ହେବ। ଆଉ ୧୯ ଏପ୍ରିଲ ସନ୍ଧ୍ୟା ୭ଟାରେ ଶେଷ ହେବ। ଅଧିକ ସୂଚନା ପାଇଁ ଏହି ୱେବସାଇଟରେ Online Admission Portal | Kendriya Vidyalaya Sangthan (kvs.gov.in)ରେ କ୍ଲିକ୍ କରନ୍ତୁ।  ଦ୍ୱିତୀୟ ଶ୍ରେଣୀ ପରଠୁ ଅନ୍ୟ କୌଣସି ଶ୍ରେଣୀରେ ଆଡମିଶନ ନେବାକୁ ଚାହୁଁଥିଲେ ଅଫଲାଇନ ମୋଡରେ ୮ ଏପ୍ରିଲରୁ ୧୫ ଏପ୍ରିଲ ମଧ୍ୟରେ ଆବେଦନ କରିହେବ। ସକାଳ ୮ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏକାଦଶ ଶ୍ରେଣୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏହି ୱେବସାଇଟରେ କ୍ଲିକ୍ (Kendriya Vidyalaya Sangathan | KVS Delhi |Government of India (kvsangathan.nic.in)) କରି ଅଧିକ ସୂଚନା ଜାଣିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe