କେନ୍ଦ୍ରୀୟ ବିଦ୍ୟାଳୟରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ସୁଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବା ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଆରମ୍ଭ ହେବାକୁ ଯାଉଛି ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ। ବିନା ପରୀକ୍ଷାରେ ପ୍ରାର୍ଥୀଙ୍କୁ କରାଯିବ ଚୟନ। କେବଳ ଯୋଗ୍ୟତା ଓ ସାକ୍ଷାତକାର ଜରିଆରେ ନିଯୁକ୍ତି ମିଳିବ। ଖୋର୍ଦ୍ଧା ରୋଡ କେନ୍ଦ୍ରୀୟ ବିଦ୍ୟାଳୟର ୨୦୨୨-୨୩ ଏକାଡେମିକ୍‌ ଅଧିବେଶନର ପାଇଁ ପାର୍ଟ ଟାଇମ୍‌ ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ (PGT), ତାଲିମପ୍ରାପ୍ତ ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ […]

KV School

Madhupriya Mistry
  • Published: Thursday, 03 March 2022
  • , Updated: 03 March 2022, 11:54 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବା ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଆରମ୍ଭ ହେବାକୁ ଯାଉଛି ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ। ବିନା ପରୀକ୍ଷାରେ ପ୍ରାର୍ଥୀଙ୍କୁ କରାଯିବ ଚୟନ। କେବଳ ଯୋଗ୍ୟତା ଓ ସାକ୍ଷାତକାର ଜରିଆରେ ନିଯୁକ୍ତି ମିଳିବ।

ଖୋର୍ଦ୍ଧା ରୋଡ କେନ୍ଦ୍ରୀୟ ବିଦ୍ୟାଳୟର ୨୦୨୨-୨୩ ଏକାଡେମିକ୍‌ ଅଧିବେଶନର ପାଇଁ ପାର୍ଟ ଟାଇମ୍‌ ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ (PGT), ତାଲିମପ୍ରାପ୍ତ ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ (TGT) ଏବଂ ପ୍ରାଥମିକ ଶିକ୍ଷକଙ୍କ ପାଇଁ ଏହି ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ହେବ।

ମୋଟ ପଦବୀ-୨୫

ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ (PGT) କେମେଷ୍ଟ୍ରି-୨

ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ (PGT) କମ୍ପ୍ୟୁଟର ସାଇନ୍ସ-୧

ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ (PGT) ହିନ୍ଦୀ-୧

ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ (PGT) ଫିଜିକ୍ସ-୧

ତାଲିମପ୍ରାପ୍ତ ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ (TGT) SST-୨

ତାଲିମପ୍ରାପ୍ତ ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ (TGT) ଇଂରାଜୀ-୨

ତାଲିମପ୍ରାପ୍ତ ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ (TGT) ହିନ୍ଦୀ-୨

ପ୍ରାଥମିକ ଶିକ୍ଷକଙ୍କ(PRT)-୧୨

କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର-୨

ଏକାଡେମିକ୍ ଅଧିବେଶନ ୨୦୨୨-୨୩ ପାଇଁ ପାର୍ଟ ଟାଇମ୍ ଚୁକ୍ତିଭିତ୍ତିକ କାଉନ୍‌ସିଲର, କ୍ରୀଡା କୋଚ୍, ଡ୍ୟାନ୍ସ କୋଚ୍, ଆର୍ଟ ଆଣ୍ଡ କ୍ରାଫ୍ଟ କୋଚ୍, ନର୍ସ, ଯୋଗ ପ୍ରଶିକ୍ଷକ, ଆଞ୍ଚଳିକ ଭାଷା ଶିକ୍ଷକ (ODIA), କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର ଇତ୍ୟାଦି ଶିକ୍ଷକମାନଙ୍କ ପାଇଁ ମଧ୍ୟ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ହେବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ତା'ର ଏହି ବିଜ୍ଞପ୍ତିରେ କହିଛି।

କେବେ ଓ କେଉଁଠି ହେବ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ?

ଖୋର୍ଦ୍ଧା ରୋଡ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ମାର୍ଚ୍ଚ ୮ ଓ ୯ ତାରିଖରେ ଏହି ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବ। ଇଚ୍ଛୁକ ପ୍ରାର୍ଥୀ ସିଧାସଳଖ ଆବଶ୍ୟକୀୟ କାଗଜପତ୍ର ସହ ଫର୍ମ ପୂରଣ କରି ଏଥିରେ ଯୋଗ ଦେଇପାରିବେ।

କେମିତି କରିବେ ଆବେଦନ?

ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ଦିନ ହିଁ ପ୍ରାର୍ଥୀମାନେ ୮ଟାରୁ ୧୦ ଭିତରେ ରେଜିଷ୍ଟର କରିପାରବେ। ଅଧିକ ଖବର ଜାଣିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ୱେବ୍‌ ସାଇଟ୍‌ https://khurdaroad.kvs.ac.in ଲଗ୍‌ଇନ୍‌ କରିପାରିବେ। ତେବେ ଉପୋରକ୍ତ ପୋଷ୍ଟ ସମ୍ବନ୍ଧୀୟ ଶିକ୍ଷାଗତ ଯୋଗ୍ୟତା, ଦରମା ଓ ଅନ୍ୟାନ୍ୟ ସୁବିଧା ଜାଣିବା ପାଇଁ ପ୍ରାର୍ଥୀମାନେ ଏହି ଲିଙ୍କରେ notification. କ୍ଲିକ୍‌ କରିପାରିବେ।

Related story