ଏଲ୍‌ଆଇସିର ୧୬୮ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ମାସିକ ଦରମା ୩୨୦୦୦

ନୂଆଦିଲ୍ଲୀ : ଲାଇଫ୍‌ ଇନସ୍ୟୁରାନ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସିରେ ଖାଲି ପଡ଼ିଥିବା ୧୬୮ଟି ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ ୧୫ ମାର୍ଚ୍ଚ ରହିଛି। ଉଚ୍ଛୁକ ଆବେଦନକାରୀ ବିଳମ୍ୱ ନକରି ଶୀଘ୍ର ଆବେଦନ କରନ୍ତୁ। ମୋଟ ପଦବୀ ଓ ଏହାର ନାମ ମୋଟ ପଦବୀ ୧୬୮ଟି ରହିଛି। ଏଥିରେ ବିଭିନ୍ନ ବିଭାଗର ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍‌ ଅଫିସର ପାଇଁ ଆବେଦନ ପ୍ରକାଶ […]

lic22

lic22

Puspanjali Panda
  • Published: Monday, 09 March 2020
  • Updated: 09 March 2020, 01:06 PM IST

Sports

Latest News

ନୂଆଦିଲ୍ଲୀ : ଲାଇଫ୍‌ ଇନସ୍ୟୁରାନ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସିରେ ଖାଲି ପଡ଼ିଥିବା ୧୬୮ଟି ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ ୧୫ ମାର୍ଚ୍ଚ ରହିଛି। ଉଚ୍ଛୁକ ଆବେଦନକାରୀ ବିଳମ୍ୱ ନକରି ଶୀଘ୍ର ଆବେଦନ କରନ୍ତୁ।

ମୋଟ ପଦବୀ ଓ ଏହାର ନାମ

ମୋଟ ପଦବୀ ୧୬୮ଟି ରହିଛି। ଏଥିରେ ବିଭିନ୍ନ ବିଭାଗର ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍‌ ଅଫିସର ପାଇଁ ଆବେଦନ ପ୍ରକାଶ ପାଇଛି।

ଯୋଗ୍ୟତା

ଏହିସବୁ ପଦ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ରହିଛି। ଅଧିକ ସୂଚନା ପାଇଁ ଏଲ୍‌ଆଇସି ଅଫିସିଆଲ୍‌ ୱେବସାଇଟକୁ ଭିଜିଟ୍‌ କରନ୍ତୁ।

ଆବେଦନ ଶୁଳ୍କ

ସାଧାରଣ ଓ ଅନ୍ୟାନ୍ୟ ବର୍ଗ ୭୦୦ ଟଙ୍କା

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗ ବର୍ଗଙ୍କୁ କେବଳ ୮୫ ଟଙ୍କା ଦେବାକୁ ପଡ଼ିବ।

ପ୍ରିଲିମନାରୀ ଓ ମେନ୍‌ ଅନଲାଇନ୍ ପରୀକ୍ଷା ପରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ। ମନୋନୀତ ପ୍ରାର୍ଥୀଙ୍କୁ ମାସିକ ୩୨୭୯୫ ଟଙ୍କା ଦରମା ଦିଆଯିବ। ଅଧିକ ସୂଚନା ପାଇଁ ଏଲ୍‌ଆଇସିର ଅଫିସିଆଲ୍‌ ୱେବସାଇଟ୍‌ www.licindia.in କୁ ଭିଜିଟ୍‌ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos