ରାତି ପାହିଲେ ମାଟ୍ରିକ ସମେଟିଭ୍- ୧ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ଆରମ୍ଭ ହେବ ମାଟ୍ରିକ ସମେଟିଭ୍- ୧ ପରୀକ୍ଷା । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଏଥର ଫାଇନାଲ ପରୀକ୍ଷା ପୂର୍ବରୁ ଏହି ନୂଆ ଢାଞ୍ଚାରେ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ। ଏଥି ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲିଠୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଚାଲିବ ପରୀକ୍ଷା । ସେଥି ମଧ୍ୟରୁ ପ୍ରଥମ ୩ ଦିନ  ଅର୍ଥାତ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଥିଓରି […]

copy

copy

Niharika Rout
  • Published: Tuesday, 04 January 2022
  • Updated: 04 January 2022, 06:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ଆରମ୍ଭ ହେବ ମାଟ୍ରିକ ସମେଟିଭ୍- ୧ ପରୀକ୍ଷା । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଏଥର ଫାଇନାଲ ପରୀକ୍ଷା ପୂର୍ବରୁ ଏହି ନୂଆ ଢାଞ୍ଚାରେ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ। ଏଥି ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି।

ଆସନ୍ତାକାଲିଠୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଚାଲିବ ପରୀକ୍ଷା । ସେଥି ମଧ୍ୟରୁ ପ୍ରଥମ ୩ ଦିନ  ଅର୍ଥାତ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଥିଓରି ପରୀକ୍ଷା ଓ ଶେଷ ଦିନ ଅର୍ଥାତ ୮ ତାରିଖରେ ହେବ ପ୍ରାଟିକାଲ ପରୀକ୍ଷା । ଦିନକୁ ୨ଟି ସିଟିଂରେ ହେବ ପରୀକ୍ଷା । ପରୀକ୍ଷାର୍ଥୀମାନେ ୫୦ ମାର୍କର ପରୀକ୍ଷା ଦେବେ। ଏଥିନିମନ୍ତେ ଏକ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବୋର୍ଡ ସଭାପତି ରାମାସିସି ହାଜିରା ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବୋର୍ଡ ଉପ ସଭାପତି ଡ. ନିହାର ରଞ୍ଜନ ମହାନ୍ତି କହିଛନ୍ତି,  ରାଜ୍ୟରେ ୩,୦୯୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୬ ହଜାର ପିଲା ସମେଟିଭ୍-୧ ପରୀକ୍ଷା ଦେବେ । ସେଥିପାଇଁ ୩୧୧ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି। ସେଥି ମଧ୍ୟରୁ ୨୨ଟି ହେଉଛି ଥାନା । ଅନ୍ୟ ସବୁ କେନ୍ଦ୍ରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନପତ୍ର ପହଞ୍ଚାଯିବ। ସକାଳ ସାଢ଼େ ୮ଟା ସୁଦ୍ଧା ସବୁ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିଯିବ।

କପି ରୋକିବାକୁ ଚଳିତ ବର୍ଷ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପରିକି ସେଲ୍ଫ ସେଣ୍ଟରକୁ ବନ୍ଦ କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ  ଜିଲ୍ଲାସ୍ତରୀୟ କମିଟି ଏଥର ସେଣ୍ଟର ଚୟନ କରିଛନ୍ତି। ୪ ସ୍ତରୀୟ ସ୍କ୍ୱାଡ୍‌ ମୁତୟନ କରାଯାଇଛି। ୬୨ଟି ଜିଲ୍ଲାସ୍ତରୀୟ ସ୍କ୍ୱାଡ୍‌  ଗଠନ କରାଯାଇଛି। ରାଜ୍ୟ ସ୍ତରରେ ୪୦ଟି ସ୍କାର୍ଡ ଗଠନ କରାଯାଇଛି । ତାହାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ । ଆବଶ୍ୟକ ସ୍ଥଳେ ଅଧିକ ସ୍କ୍ୱାଡ୍‌ ଗଠନ କରାଯିବ ବୋଲି ସେ କହିଛନ୍ତି।

ଡ. ମହାନ୍ତି କହିଛନ୍ତି, ସବୁ ପରୀକ୍ଷା କେନ୍ଦ୍ରରେ ସକାଳ ୭ଟାରୁ ୨ଟା ପର୍ଯ୍ୟନ୍ତ ସୁରକ୍ଷା କଡ଼ାକଡ଼ି ରହିବ । ଏଥିସହ କୋଭିଡ ଆଶଙ୍କା ଯୋଗୁ ସବୁ ପରୀକ୍ଷା କେନ୍ଦ୍ରକୁ ସବୁଦିନ ସାନିଟାଇଜ କରାଯିବ । ସମସ୍ତେ କୋଭିଡ କଟକଣା ମାନିବେ । ଥର୍ମାଲ ସ୍କ୍ରିନିଂ କରାଯିବ ।  ସାମାଜିକ ଦୂରତା ନିୟମ ଅନୁଯାୟୀ, ସବୁ ରୁମ୍‌ରେ ସିଟ ପଡ଼ିବ। ପ୍ରତି ସେଣ୍ଟରରେ ୨୦୦ରୁ କମ୍‌ ପିଲାଙ୍କ ପାଇଁ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତି ଶ୍ରେଣୀରେ ଅତି ବେଶୀରେ ୨୪ ଜଣ ପରୀକ୍ଷାର୍ଥୀ  ପରୀକ୍ଷା ଦେବେ। ଖୁବ୍‌ କମ୍‌ ସେଣ୍ଟରରେ ଭିତ୍ତିଭୂମିକୁ ଦେଖି ୨୦୦ ଉପରେ ପିଲାଙ୍କୁ ପରୀକ୍ଷା ଦେବାକୁ ଅନୁମତି କରାଯାଇଛି। ପରୀକ୍ଷା ସରିବା ପରେ ସେଣ୍ଟର ପରିସରରେ ଗହଳି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, ସମେଟିଭ୍- ୧ ପରୀକ୍ଷା ପାଇଁ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ । ଶୃଙ୍ଖଳାର ସହ ପରୀକ୍ଷା ଆରମ୍ଭ ହେବ। ଠିକ୍ ସମୟରେ ବି ସରିବ । ପ୍ରଥମ ଥର ଏଭଳି ପରୀକ୍ଷା ହେଉଥିବାରୁ ପିଲାମାନେ ଗୁରୁତ୍ୱ ଉପଲବ୍ଧି କରିଛନ୍ତି । ଏହା ଏକ ନୂଆ ଫର୍ମୁଲା। ଏହା ପିଲାମାନଙ୍କ କ୍ୟାରିଅରରେ ସହାୟକ ହେବ।

ପ୍ରଥମ ଥର ପାଇଁ ଏହି ସମେଟିଭ ପରୀକ୍ଷା କୁ ନେଇ ଉତ୍ସାହିତ ଅଛନ୍ତି ପରୀକ୍ଷାର୍ଥୀ। ଆଜି ସୁଦ୍ଧା ସମସ୍ତ ପରୀକ୍ଷାର୍ଥୀ ନିଜନିଜ ସ୍କୁଲରୁ ଆଡ୍‌ମିଟ୍‌ କାର୍ଡ ସଂଗ୍ରହ କରିଛନ୍ତି।

https://youtu.be/R6lZRhzMwDI

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos