Advertisment

ମାଟ୍ରିକ୍ ପିଲାଙ୍କ ସମେଟିଭ୍ ଆସେସମେଣ୍ଟ ନିଶ୍ଚିତ ହେବ: ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାନୁଆରୀ ୫ ତାରିଖରେ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ସମେଟିଭ୍ ଆସେସମେଣ୍ଟ ନିଶ୍ଚିତ ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, ସମେଟିଭ୍ ଆସେସମେଣ୍ଟ ବହୁତ ଜରୁରୀ। କୌଣସି କାରଣରୁ ଯଦି ଯଦି ଗତ ବର୍ଷ ଭଳି ବୋର୍ଡ ପରୀକ୍ଷା ନ ହୋଇପାରିବ, ସେ କ୍ଷେତ୍ରରେ ସମେଟିଭ୍ ଆସେସମେଣ୍ଟ କାମରେ ଲାଗିବ। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଏବେ ଯେଉଁ ପର୍ଯ୍ୟନ୍ତ ପିଲାଙ୍କ କୋର୍ସ ଶେଷ ହୋଇଛି, […]

ଅଦ୍ୟତନ ହୋଇଛି
ମାଟ୍ରିକ୍ ପିଲାଙ୍କ ସମେଟିଭ୍ ଆସେସମେଣ୍ଟ ନିଶ୍ଚିତ ହେବ: ମନ୍ତ୍ରୀ

Sameer Dash

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାନୁଆରୀ ୫ ତାରିଖରେ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ସମେଟିଭ୍ ଆସେସମେଣ୍ଟ ନିଶ୍ଚିତ ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

Advertisment

ସେ କହିଛନ୍ତି, ସମେଟିଭ୍ ଆସେସମେଣ୍ଟ ବହୁତ ଜରୁରୀ। କୌଣସି କାରଣରୁ ଯଦି ଯଦି ଗତ ବର୍ଷ ଭଳି ବୋର୍ଡ ପରୀକ୍ଷା ନ ହୋଇପାରିବ, ସେ କ୍ଷେତ୍ରରେ ସମେଟିଭ୍ ଆସେସମେଣ୍ଟ କାମରେ ଲାଗିବ।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଏବେ ଯେଉଁ ପର୍ଯ୍ୟନ୍ତ ପିଲାଙ୍କ କୋର୍ସ ଶେଷ ହୋଇଛି, ତା’ରି ଆଧାରରେ ସମେଟିଭ୍ ଆସେସମେଣ୍ଟ କରାଯିବ।

ସେହିଭଳି ଏବେ କରୋନା ଭାଇରସ୍‌ର ଓମିକ୍ରନ ଭ୍ୟାରିଆଣ୍ଟ ମାଡ଼ି ଚାଲିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସ୍କୁଲଗୁଡ଼ିକରେ କଟକଣା ଭିତରେ ପାଠପଢ଼ା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ସ୍କୁଲଗୁଡ଼ିକୁ ସତର୍କ କରାଯାଇଛି। ପୁରୁଣା ଏସ୍‌ଓପିକୁ ପାଳନ କରାଯାଉଛି। ନୋଡାଲ ଅଫିସରମାନେ ଯୋଗାଯୋଗରେ ଅଛନ୍ତି। ଡିଇଓମାନଙ୍କ ସହିତ ନିୟମିତ ଭାବେ ବୈଠକ ହେଉଛି। ଏପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ସେମିତି କୌଣସି ସମସ୍ୟା ଦେଖିବାକୁ ମିଳିନି।

Advertisment

ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଅନୁସାରେ ସମସ୍ତ ନିୟମ ପାଳନ କରାଯାଉଛି। ଏବେ ସ୍ୱାସ୍ଥ୍ୟ ବିଭାଗର କିଛି ନୂଆ ଗାଇଡ୍‌ଲାଇନ୍ ଆସିନାହିଁ। ସେହିପରି ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ସଂପର୍କରେ କିଛି ନିଷ୍ପତ୍ତି ହୋଇନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe