sena
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ସେନାରେ ଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ପାଇବାର ୨୧ ଦିନ ମଧ୍ୟରେ ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ଏହି ପଦବୀ ମଧ୍ୟରେ ରହିଛି ଜୁନିଅର୍ ଅଫିସ୍ ଆସିସ୍ଷ୍ଟାଣ୍ଟ୍, ଏମ୍ଟିଏସ୍, ଟ୍ରେଡସ୍ମେନ୍ ମେଟ୍ ଓ ଫାୟାର୍ମେନ୍। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ।
ବିଭିନ୍ନ ପଦବୀ ଓ ଏହାର ସଂଖ୍ୟା
ମୋଟ ପଦବୀ – ୧୦୮
ଜୁନିଅର୍ ଅଫିସ୍ ଆସିସ୍ଷ୍ଟାଣ୍ଟ୍ -୯
ଏମ୍ଟିଏସ୍-୨
ଟ୍ରେଡସ୍ମେନ୍ ମେଟ୍-୬୨
ଫାୟାର୍ମେନ୍- ୩୫
ଟ୍ରେଡ୍ସ୍ମେନ୍ ଓ ଏମ୍ଟିଏସ୍ ପଦବୀରେ ମୋଟ ଦରମା ୧୮୦୦୦ ରୁ ୫୭୦୦୦ ରହିଥିବାବେଳେ ଫାୟାର୍ମେନ୍ ଓ ଜୁନିଅର୍ ଅଫିସ୍ ଆସିସ୍ଷ୍ଟାଣ୍ଟ୍ ପଦବୀ ପାଇଁ ୨୦ ହଜାରରୁ ୬୩ ହଜାର ପର୍ଯ୍ୟନ୍ତ ଦରମା ରହିଛି।
ବୟସ ଓ ଶିକ୍ଷାଗତ ଯୋଗ୍ୟତା
ଆବେଦନକାରୀ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ଏହି ପଦବୀ ପାଇଁ ଆବେଦନକାରୀଙ୍କର ହିନ୍ଦୀ ଓ ଇଂରାଜୀରେ ଲିଖିତ ପରୀକ୍ଷା କରାଯିବ।
ସର୍ବନିମ୍ନ ବୟସ ୧୮ ବର୍ଷ
ସର୍ବାଧିକ ବୟସ ୩୦ ବର୍ଷ
ଆବେଦନ କରିବା ଶେଷ ତାରିଖ: ୨୦ ଜାନୁଆରୀ ୨୦୨୦
କିପରି କରିବେ ଆବେଦନ
ଏଥିପାଇଁ ଆବେଦନକାରୀ ଅଫ୍ଲାଇନ୍ରେ ମଧ୍ୟ ଆବେଦନ କରିପାରିବେ।
ଭାରତୀୟ ସେନାର indianarmy.nic.in. ୱେବସାଇଟ୍କୁ ଯାଆନ୍ତୁ।
ପଦବୀ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନରେ କ୍ଲିକ୍ କରନ୍ତୁ।
ନୋଟିଫିକେସନ୍ରେ ଥିବା ଉପଯୁକ୍ତ ଯୋଗ୍ୟତା ପଢ଼ିନିଅନ୍ତୁ।
ଆପ୍ଲିକେସନ୍ ଫର୍ମକୁ ଡାଉନ୍ଲୋଡ୍ କରି ଫିଲ୍ ଅପ୍ କରନ୍ତୁ।
ସୂଚନାରେ ଦିଆଯାଇଥିବା ଠିକଣାରେ ପଠାନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/12/sena.jpg)