Advertisment

ଯୁକ୍ତ ୩ ନାମଲେଖା ତାରିଖ ବଦଳିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଯୁକ୍ତ ୩ ଅନ୍‌ଲାଇନ୍‌ ନାମଲେଖା ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ଏଥିପାଇଁ ଧାର୍ଯ୍ୟ ତାରିଖରେ ସାମାନ୍ୟ ପରିବର୍ତ୍ତନ କରିଛି ଉଚ୍ଚଶିକ୍ଷା ବିଭାଗ। ଏଥିପାଇଁ ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି କରାଯାଇଛି। ପ୍ରଥମ ସିଲେକ୍ସନ ଆଡମିଶନ୍ ତାରିଖକୁ ବିଭାଗ ପକ୍ଷରୁ ବଦଳାଇ ଦିଆଯାଇଛି। ପ୍ରଥମ ସିଲେକ୍ସନ ଆଡମିଶନ୍ ତାରିଖ ସେପ୍ଟେମ୍ବର ୧୧ରୁ ସେପ୍ଟେମ୍ବର ୧୫ ରଖାଯାଇଥିଲା। ତେବେ ଏହାକୁ ପରିବର୍ତ୍ତନ […]

ଅଦ୍ୟତନ ହୋଇଛି
ଯୁକ୍ତ ୩ ନାମଲେଖା ତାରିଖ ବଦଳିଲା

admission

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଯୁକ୍ତ ୩ ଅନ୍‌ଲାଇନ୍‌ ନାମଲେଖା ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ଏଥିପାଇଁ ଧାର୍ଯ୍ୟ ତାରିଖରେ ସାମାନ୍ୟ ପରିବର୍ତ୍ତନ କରିଛି ଉଚ୍ଚଶିକ୍ଷା ବିଭାଗ। ଏଥିପାଇଁ ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି କରାଯାଇଛି।

Advertisment

ପ୍ରଥମ ସିଲେକ୍ସନ ଆଡମିଶନ୍ ତାରିଖକୁ ବିଭାଗ ପକ୍ଷରୁ ବଦଳାଇ ଦିଆଯାଇଛି। ପ୍ରଥମ ସିଲେକ୍ସନ ଆଡମିଶନ୍ ତାରିଖ ସେପ୍ଟେମ୍ବର ୧୧ରୁ ସେପ୍ଟେମ୍ବର ୧୫ ରଖାଯାଇଥିଲା। ତେବେ ଏହାକୁ ପରିବର୍ତ୍ତନ କରି ସେପ୍ଟେମ୍ବର ୧୩ରୁ ସେପ୍ଟେମ୍ବର ୧୬ କରି ଦିଆଯାଇଛି।

ଯୁକ୍ତ ୩ ନାମଲେଖା ପାଇଁ ଅଗଷ୍ଟ ୨୦ ତାରିଖରୁ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ରାତି ୧୧ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ଏହା ଚାଲିବ।

Advertisment

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ମାସରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ସେହିପରି ୨୧ ତାରିଖରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe