/odisha-reporter/media/post_attachments/uploads/2020/01/naaaa.jpg)
naaaa
ନୂଆଦିଲ୍ଲୀ : ନ୍ୟାସନାଲ୍ ବ୍ୟାଙ୍କ୍ ଅଫ୍ ଏଗ୍ରିକଲ୍ଚର୍ ଆଣ୍ଡ୍ ରୁରାଲ୍ ଡେଭେଲପ୍ମେଣ୍ଟ ବା ନାବାର୍ଡ ପକ୍ଷରୁ ‘ଗ୍ରେଡ୍ ଏ’ ଆସିଷ୍ଟାଣ୍ଟ୍ ମ୍ୟାନେଜର୍ରେ ୧୫୪ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫ ଜାନୁଆରୀରୁ ଅନ୍ଲାଇନ୍ରେ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆବେଦନ କରିବାର ଶେଷ ତାରିଖ ୩୧ ଜାନୁଆରୀ ରଖାଯାଇଛି।
ଶିକ୍ଷାଗତ ଯୋଗ୍ୟତା ଓ ବୟସସୀମା
ଏହି ପଦବୀ ପାଇଁ ଆବେଦନକାରୀ ଗ୍ରାଜୁଏଟ୍ ହୋଇଥିବା ଆବଶ୍ୟକ। ଏହା ସହିତ ଗ୍ରାଜୁଏସନ୍ରେ ୫୦ ପ୍ରତିଶତ ମାର୍କ ରଖିଥିବେ। ତେବେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗ ଆବେଦନକାରୀଙ୍କ ପାଇଁ ଗ୍ରାଜୁଏସନ୍ ମାର୍କକୁ କୋହଳ କରାଯାଇ ୪୫ ପ୍ରତିଶତ ରଖାଯାଇଛି।
ସର୍ବନିମ୍ନ ବୟସ ୨୧ ବର୍ଷ
ସର୍ବାଧିକ ବୟସ ୩୦ ବର୍ଷ
କିପରି କରିବେ ଅନଲାଇନରେ ଆବେଦନ ଜାଣନ୍ତୁ..
- ପ୍ରଥମେ nabard.org ଅଫିସିଆଲ୍ ୱେବସାଇଟ୍କୁ ଯାଆନ୍ତୁ।
- ଆବେଦନକାରୀ ନିଜର ନାମ, ଠିକଣା, ଫୋନ୍ ନମ୍ୱର ଓ ଇ-ମେଲ୍ ଆଇଡି ଜରିଆରେ ପେଜ୍ରେ ରେଜିଷ୍ଟ୍ରେସନ୍ କରନ୍ତୁ।
- ଏସବୁ ଦେବା ପରେ ଗୋଟିଏ ରେଜିଷ୍ଟ୍ରେସନ୍ ନମ୍ୱର ଓ ପାସ୍ୱାର୍ଡ ଆପଣଙ୍କୁ ମିଳିବ।
- ଏହାପରେ ଆବେଦନକାରୀ ନାବାର୍ଡ ଆପ୍ଲିକେସନ୍ ଫର୍ମ ୨୦୨୦ ଫିଲ୍ ଅପ୍ କରିବା ପରେ ନିଜର ଫଟୋ ଓ ସିଗନେଚର୍ ଅପଲୋଡ୍ କରନ୍ତୁ।
- ଆପ୍ଲିକେସନ୍ ଫି ଦେବା ପାଇଁ ଆବେଦନକାରୀ ଡେବିଟ୍ ଓ କ୍ରେଟିଡ୍ କାର୍ଡ କିମ୍ୱା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ମଧ୍ୟ କରିପାରିବେ।
-ଫି ପେମେଣ୍ଟ ପରେ ଆପ୍ଲିକେସନ୍ ଫର୍ମକୁ ଡାଉନ୍ଲୋଡ୍ କରି ନିଅନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
