Advertisment

ଗ୍ରୁପ୍‌ ସି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କଲା ନାବାର୍ଡ, ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ ପାସ୍‌

ନୂଆଦିଲ୍ଲୀ : ନ୍ୟାସନାଲ୍‌ ବ୍ୟାଙ୍କ୍‌ ଅଫ୍ ଏଗ୍ରିକଲଚର୍‌ ଆଣ୍ଡ୍‌ ରୁରାଲ୍‌ ଡେଭେଲପ୍‌ମେଣ୍ଟ୍‌ (ନାବାର୍ଡ) ପକ୍ଷରୁ ଅଫିସ୍‌ ଆଟେଣ୍ଡାଣ୍ଟ୍‌ ଗ୍ରୁପ୍ ସି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ୧୨ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଏଥିପାଇଁ ଇଚ୍ଛୁକ ଆବେଦନକାରୀ ବିଳମ୍ୱ ନକରି ଶୀଘ୍ର ଆବେଦନ କରନ୍ତୁ। ଖାଲି ପଡ଼ିଥିବା ପଦବୀ ସଂଖ୍ୟା : ୭୩ ଯୋଗ୍ୟତା : ମାଟ୍ରିକ୍‌ ପାସ୍‌ କରିଥିବା ଆବେଦନକାରୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଗ୍ରାଜୁଏସନ୍‌ […]

author-image
Puspanjali Panda
ଗ୍ରୁପ୍‌ ସି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କଲା ନାବାର୍ଡ, ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ ପାସ୍‌

nabard2

ନୂଆଦିଲ୍ଲୀ : ନ୍ୟାସନାଲ୍‌ ବ୍ୟାଙ୍କ୍‌ ଅଫ୍ ଏଗ୍ରିକଲଚର୍‌ ଆଣ୍ଡ୍‌ ରୁରାଲ୍‌ ଡେଭେଲପ୍‌ମେଣ୍ଟ୍‌ (ନାବାର୍ଡ) ପକ୍ଷରୁ ଅଫିସ୍‌ ଆଟେଣ୍ଡାଣ୍ଟ୍‌ ଗ୍ରୁପ୍ ସି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ୧୨ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଏଥିପାଇଁ ଇଚ୍ଛୁକ ଆବେଦନକାରୀ ବିଳମ୍ୱ ନକରି ଶୀଘ୍ର ଆବେଦନ କରନ୍ତୁ।

Advertisment

ଖାଲି ପଡ଼ିଥିବା ପଦବୀ ସଂଖ୍ୟା : ୭୩

ଯୋଗ୍ୟତା : ମାଟ୍ରିକ୍‌ ପାସ୍‌ କରିଥିବା ଆବେଦନକାରୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଗ୍ରାଜୁଏସନ୍‌ ଓ ଏହାଠାରୁ ଅଧିକ ଯୋଗ୍ୟତା ରଖିଥିବା ଆବେଦନକାରୀ ଏହି ପଦବୀ ପାଇଁ ଆବେଦନ କରନ୍ତୁ ନାହିଁ।

ଉପଯୁକ୍ତ ବୟସସୀମା

ଆବେଦନକାରୀଙ୍କ ବୟସ ୧ ଡିସେମ୍ୱର ୨୦୧୯ ପର୍ଯ୍ୟନ୍ତ ୧୮ରୁ ୩୦ ମଧ୍ୟରେ ହୋଇଥିବା ଆବଶ୍ୟକ।

Advertisment

ଆବେଦନ ଶୁକ୍ଳ

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗଙ୍କ ପାଇଁ ଆବେଦନ ୫୦ ଟଙ୍କା ରହିଛି । ସେହିପରି ସାଧାରଣ ବର୍ଗ ପାଇଁ ଏହି ଆବେଦନ ଶୁକ୍ଳ ୪୫୦ ଟଙ୍କା ରହିଛି।

ପରୀକ୍ଷା ତାରିଖ

ପରୀକ୍ଷା ପାଇଁ ବିଧିବଦ୍ଧ ଭାବରେ କୌଣସି ତାରିଖ ଘୋଷଣା କରାଯାଇନାହିଁ। ତେବେ ଏହି ପରୀକ୍ଷା ପେବୃଆରୀ ୨୦୨୦ରେ ହେବ ବୋଲି ଅନୁମାନ କରାଯାଉଛି।

ଏହିପରି କରନ୍ତୁ ଆବେଦନ

- nabard.org ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ।

- ପ୍ରଥମେ ଇଚ୍ଛୁକ ଆବେଦନକାରୀ ଏହି ୱେବସାଇଟରେ ରେଜିଷ୍ଟର କରନ୍ତୁ।

- ଏହାପରେ ଲଗ୍‌ ଅନ୍‌ କରନ୍ତୁ।

- ଲଗ୍‌ ଅନ୍‌ କରିବା ପରେ ପେଜ୍‌ରେ ମଗା ଯାଇଥିବା ସମସ୍ତ ସୂଚନା ଦିଅନ୍ତୁ। ଯେପରିକି ନାମ, ମୋବାଇଲ୍‌ ନମ୍ୱର, ଠିକଣା, ଇ-ମେଲ୍ ଇଦ୍ୟାଦି।

- ଏହାପରେ ଫିଲ ଅପ୍‌ କରିଥିବା ଡକ୍ୟୁମେଣ୍ଟସ୍‌କୁ ସ୍କାନ୍‌ କରି ଅପଲୋଡ୍‌ କରନ୍ତୁ।

- ଶେଷରେ ଅନଲାଇନ୍‌ ଫି ପେମେଣ୍ଟ କରନ୍ତୁ।