Advertisment

ଭୁବେନଶ୍ୱର ସ୍ଥିତ 'ନାବାର୍ଡ'ରେ ଚାକିରି ସୁଯୋଗ, ୧ ଲକ୍ଷ ଯାଏ ଦରମା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାବାର୍ଡ କନସଲଟାନ୍ସି ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍ (NABCONS)ରେ ଓଡ଼ିଶାରେ ଖାଲିପଡିଥିବା ଏକାଧିକ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ନାବାର୍ଡର ଅଫିସିଆଲ୍ ୱେବସାଇଟ୍ www.nabcons.comକୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ଚୁକ୍ତି ଭିତ୍ତିକ ଆଧାରରେ ଏହି ନିଯୁକ୍ତି ହେବ। ମୋଟ ପଦବୀ-୪ ଟିମ୍ ଲିଡର୍ (ବ୍ୟାଙ୍କିଙ୍ଗ୍ ଏକ୍ସପର୍ଟ)-୧ ଏଗ୍ରିକଲ୍‌ଚର ଏକ୍ସପର୍ଟ- ୧ ପୋଷ୍ଟ ହାର୍‌ଭେଷ୍ଟ ମ୍ୟାନେଜମେଣ୍ଟ ଏକ୍ସପର୍ଟ- ୧ ଡାଟା ଆନାଲିଷ୍ଟ-୧ ମନୋନୀତ ପ୍ରାର୍ଥୀମାନେ ଭୁବନେଶ୍ୱରରେ ପୋଷ୍ଟ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଭୁବେନଶ୍ୱର ସ୍ଥିତ 'ନାବାର୍ଡ'ରେ ଚାକିରି ସୁଯୋଗ, ୧ ଲକ୍ଷ ଯାଏ ଦରମା

Nabard

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାବାର୍ଡ କନସଲଟାନ୍ସି ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍ (NABCONS)ରେ ଓଡ଼ିଶାରେ ଖାଲିପଡିଥିବା ଏକାଧିକ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ନାବାର୍ଡର ଅଫିସିଆଲ୍ ୱେବସାଇଟ୍ www.nabcons.comକୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ଚୁକ୍ତି ଭିତ୍ତିକ ଆଧାରରେ ଏହି ନିଯୁକ୍ତି ହେବ।

Advertisment

ମୋଟ ପଦବୀ-୪

ଟିମ୍ ଲିଡର୍ (ବ୍ୟାଙ୍କିଙ୍ଗ୍ ଏକ୍ସପର୍ଟ)-୧

ଏଗ୍ରିକଲ୍‌ଚର ଏକ୍ସପର୍ଟ- ୧

ପୋଷ୍ଟ ହାର୍‌ଭେଷ୍ଟ ମ୍ୟାନେଜମେଣ୍ଟ ଏକ୍ସପର୍ଟ- ୧

ଡାଟା ଆନାଲିଷ୍ଟ-୧

ମନୋନୀତ ପ୍ରାର୍ଥୀମାନେ ଭୁବନେଶ୍ୱରରେ ପୋଷ୍ଟ ହେବେ।

ବୟସ ସୀମା:

ଟିମ୍ ଲିଡର୍ (ବ୍ୟାଙ୍କିଙ୍ଗ୍ ଏକ୍ସପର୍ଟ)- ୫୦ ବର୍ଷ

ଏଗ୍ରିକଲ୍‌ଚର ଏକ୍ସପର୍ଟ- ୪୫ ବର୍ଷ

ପୋଷ୍ଟ ହାର୍‌ଭେଷ୍ଟ ମ୍ୟାନେଜମେଣ୍ଟ ଏକ୍ସପର୍ଟ- ୪୫ ବର୍ଷ

ଡାଟା ଆନାଲିଷ୍ଟ-୪୦ ବର୍ଷ

ମାସିକ ଦରମା

ଟିମ୍ ଲିଡର୍ (ବ୍ୟାଙ୍କିଙ୍ଗ୍ ଏକ୍ସପର୍ଟ)- ୭୫,୦୦୦ରୁ ୧,୦୦,୦୦୦/-

ଏଗ୍ରିକଲ୍‌ଚର ଏକ୍ସପର୍ଟ- ୫୦,୦୦୦ରୁ ୭୦,୦୦୦/-

ପୋଷ୍ଟ ହାର୍‌ଭେଷ୍ଟ ମ୍ୟାନେଜମେଣ୍ଟ ଏକ୍ସପର୍ଟ- ୫୦,୦୦୦ରୁ ୭୦,୦୦୦/-

ଡାଟା ଆନାଲିଷ୍ଟ-୩୦,୦୦୦ରୁ ୪୦,୦୦୦/-

ଚୁକ୍ତି ସମୟ ସୀମା:ପ୍ରୋଜେକ୍ଟ ଆଧାରିତ ଚୁକ୍ତିଭିତ୍ତିକ ଷ୍ଟାଫ୍ (ପିବିସିଏସ୍) ପ୍ରାରମ୍ଭରେ ୩୦ ଏପ୍ରିଲ୍, ୨୦୨୩ ପର୍ଯ୍ୟନ୍ତ ଚୁକ୍ତିନାମା ଆଧାରରେ ନିଯୁକ୍ତି ପାଇବେ। ପ୍ରୋଜେକ୍ଟର ଆବଶ୍ୟକତା ଏବଂ କାର୍ଯ୍ୟଦକ୍ଷତାକୁ ଆଧାର କରି ଏହି ଚୁକ୍ତିନାମା ବଢ଼ିପାରେ କିମ୍ବା ପ୍ରକଳ୍ପ ଅବଧି ସହିତ କୋ-ଟର୍ମିନାସ୍ ହେବ।

କିଭଳି କରିବେ ଆବେଦନ?

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ନାୱାର୍ଡର ଅଫିସିଆଲ୍ ୱେବସାଇଟ୍ www.nabcons.com କୁ  ଯାଇ ଅନଲାଇନରେ ଆବେଦନ କରିପାରିବେ। ମେ' ୧୮ ତାରିଖରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ମେ' ୩୧ ଆବେଦନର ଶେଷ ତାରିଖ ରହିଛି।

Advertisment