Advertisment

ଏଣିକି ମେଡିକାଲ ପ୍ରାକ୍ଟିସ ପାଇଁ ଦେବାକୁ ହେବ ପରୀକ୍ଷା: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ମେଡିକାଲ ପ୍ରାକ୍ଟିସ କରିବା ପାଇଁ ହେଲେ ଏଣିକି ପରୀକ୍ଷା ଦେବାକୁ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏହି ସୂଚନା ଦେଇଛନ୍ତି। ଏଥିପାଇଁ The National Exit Test (NEXT) ନାମରେ ଏକ ପରୀକ୍ଷା ଆୟୋଜନ ହେବ। ଗତକାଲି ମନ୍ତ୍ରୀ ନ୍ୟାଶନାଲ ମେଡିକାଲ କମିଶନ (NMC) ବୈଠକରେ ଯୋଗ ଦେଇଥିଲା। ଏହାପରେ NEXT ପରୀକ୍ଷା ନେଇ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି। ତେଣୁ ୨୦୨୩ରେ ଏହି ପରୀକ୍ଷା ଆୟୋଜନ ହେବ ବୋଲି […]

author-image
Subhransu Sekhar
ମହିଳାଙ୍କ ପେଟରୁ ବାହାରିଲା ୪୫ କେଜିର ଟ୍ୟୁମର

Doctor

ନୂଆଦିଲ୍ଲୀ: ଦେଶରେ ମେଡିକାଲ ପ୍ରାକ୍ଟିସ କରିବା ପାଇଁ ହେଲେ ଏଣିକି ପରୀକ୍ଷା ଦେବାକୁ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏହି ସୂଚନା ଦେଇଛନ୍ତି। ଏଥିପାଇଁ The National Exit Test (NEXT) ନାମରେ ଏକ ପରୀକ୍ଷା ଆୟୋଜନ ହେବ। ଗତକାଲି ମନ୍ତ୍ରୀ ନ୍ୟାଶନାଲ ମେଡିକାଲ କମିଶନ (NMC) ବୈଠକରେ ଯୋଗ ଦେଇଥିଲା। ଏହାପରେ NEXT ପରୀକ୍ଷା ନେଇ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି। ତେଣୁ ୨୦୨୩ରେ ଏହି ପରୀକ୍ଷା ଆୟୋଜନ ହେବ ବୋଲି ଜଣାପଡ଼ିଛି।

Advertisment

ବୈଠକରେ NMC ପକ୍ଷରୁ କୁହାଯାଇଛି ଯେ ୨୦୨୩ ଜୁନରେ ଏହି ପରୀକ୍ଷା କରାଇବାକୁ ପ୍ରସ୍ତୁତି ଚାଲିଛି। ପ୍ରଥମ ଥର ଏପରି ପରୀକ୍ଷା ହେବ ତେଣୁ ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଥିବା ଚିନ୍ତାକୁ ଦୂର କରିବା ପାଇଁ ଏକ ସମାନ ଧରଣର ଏକ ପରୀକ୍ଷା କରାଯିବ। ଯାହା ଚଳିତ ବର୍ଷ ଶେଷ ଆଡକୁ କରିବାକୁ ଲକ୍ଷ୍ୟ ରଖାଯାଇଛି।

ମୋଟ୍ ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ହେବ। ଯେଉଁମାନେ ଏମବିବିଏସ ପାସ୍ କରିଥିବେ ସେମାନେ ଲାଇସେନ୍ସ ପାଇବା ପାଇଁ ଏହି ପରୀକ୍ଷା ଦେବେ। ଏଥିସହ ଏହି ମାର୍କ ପିଜିରେ ଆଡମିଶନ ବେଳେ ମଧ୍ୟ ବିଭାଗ ଚୟନ କରିବାରେ ସହାୟକ ହେବ।

Advertisment

ଏହି ପରୀକ୍ଷା ଗୁଣାତ୍ମକ ଚିକିତ୍ସା, ସ୍ୱାସ୍ଥ୍ୟ ସେବା ନିର୍ମାଣ ପାଇଁ ସହଯୋଗ କରିବ। କେନ୍ଦ୍ର ସରକାର ଏପରି କରିବାକୁ ପ୍ରତିବଦ୍ଧ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।