Advertisment

ନବୋଦୟ ବିଦ୍ୟାଳୟରେ ନିଯୁକ୍ତି ସୁଯୋଗ, ଖାଲି ପଡିଛି ୧୯୦୦ ପଦବୀ

ନୂଆଦିଲ୍ଲୀ: ନବୋଦୟ ବିଦ୍ୟାଳୟରେ ଚାକିରି କରିବାକୁ ଆଶା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖରବ। ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି ନବୋଦୟ ବିଦ୍ୟାଳୟ।  ଆସିଷ୍ଟାଣ୍ଟ କମିଶନର (ଗ୍ରୁପ୍-ଏ), ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ, ମହିଳା ଷ୍ଟାଫ୍ ନର୍ସ, ଷ୍ଟେନୋଗ୍ରାଫର୍ (ଗ୍ରୁପ୍ ସି) ଏବଂ ଜବାହର ନାବୋଦୟ ବିଦ୍ୟାଲାୟସ୍ (JNV) ରେ ଥିବା ଅନ୍ୟାନ୍ୟ ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି ହୋଇଛି। ମୋଟ ପଦବୀ-୧୯୦୦ ଆସିଷ୍ଟାଣ୍ଟ କମିଶନର- ୫ ଆସିଷ୍ଟାଣ୍ଟ କମିଶନର(ଆଡମିନ୍‌)-୨ ଆସିଷ୍ଟାଣ୍ଟ […]

ଅଦ୍ୟତନ ହୋଇଛି
ନବୋଦୟ ବିଦ୍ୟାଳୟରେ ନିଯୁକ୍ତି ସୁଯୋଗ, ଖାଲି ପଡିଛି ୧୯୦୦ ପଦବୀ

JNV School

Advertisment

ନୂଆଦିଲ୍ଲୀ: ନବୋଦୟ ବିଦ୍ୟାଳୟରେ ଚାକିରି କରିବାକୁ ଆଶା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖରବ। ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି ନବୋଦୟ ବିଦ୍ୟାଳୟ।  ଆସିଷ୍ଟାଣ୍ଟ କମିଶନର (ଗ୍ରୁପ୍-ଏ), ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ, ମହିଳା ଷ୍ଟାଫ୍ ନର୍ସ, ଷ୍ଟେନୋଗ୍ରାଫର୍ (ଗ୍ରୁପ୍ ସି) ଏବଂ ଜବାହର ନାବୋଦୟ ବିଦ୍ୟାଲାୟସ୍ (JNV) ରେ ଥିବା ଅନ୍ୟାନ୍ୟ ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି ହୋଇଛି।

Advertisment

ମୋଟ ପଦବୀ-୧୯୦୦

ଆସିଷ୍ଟାଣ୍ଟ କମିଶନର- ୫

ଆସିଷ୍ଟାଣ୍ଟ କମିଶନର(ଆଡମିନ୍‌)-୨

ଆସିଷ୍ଟାଣ୍ଟ ସେକ୍‌ସନ୍‌ ଅଫିସର-୧୦

ଅଡିଟ୍‌ ଆସିଷ୍ଟାଣ୍ଟ-୧୧

ଜୁନିଅର ଟ୍ରାନ୍ସଲେସନ୍‌ ଅଫିସର-୪

ଜୁନିଅର୍‌ ଇଂଜିନିଅର(ସିଭିଲ୍‌) -୧

ଷ୍ଟେନୋଗ୍ରାଫର- ୨୨

କମ୍ୟୁଟର ଅପରେଟର- ୪

ଜୁନିଅର ସେକ୍ରେଟାରିଆଟ୍‌ ଆସିଷ୍ଟାଣ୍ଟ-୬୩୦

ମଲ୍ଟି ଟାସ୍କିଂ ଷ୍ଟାଫ୍‌- ୨୩

ମହିଳା ଷ୍ଟାଫ ନର୍ସ-୮୨

କେଟ୍‌ରିଂ ଆସିଷ୍ଟାଣ୍ଟ-୮୭

ଇଲେକ୍‌ଟ୍ରିସିଆ୍‌ ଆଉ ପ୍ଲମ୍ବର-୨୭୩

ଲ୍ୟାବ୍ ଆଟେଣ୍ଡାଣ୍ଟ- ୧୪୨

ମେସ୍‌ ହେଲ୍‌ପର-୬୨୯

ଶିକ୍ଷାଗତ ଯୋଗ୍ୟତା: ବିଭିନ୍ନ ପଦବୀ ପାଇଁ ଆବଶ୍ୟକ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହେଉଛି ଯେକୌଣସି ଷ୍ଟ୍ରିମ୍‌ରେ ମାଷ୍ଟର ଡିଗ୍ରୀ, ଡିପ୍ଲୋମା, ଏବଂ ମାଟ୍ରିକ୍ (ଉପରୋକ୍ତ ପୋଷ୍ଟଗୁଡିକର ଆବଶ୍ୟକତା ଅନୁଯାୟୀ)।

ବୟସ ସୀମା:ଉପରୋକ୍ତ ବିଭିନ୍ନ ପଦବୀଗୁଡିକ ପାଇଁ ବୟସ ସୀମା ଯଥା କ୍ରମେ, ୪୫, ୪୦, ୩୫, ୩୦ ଓ ୨୭ ବର୍ଷ ଥିବା ଆବଶ୍ୟକ।

Advertisment

କିଭଳି କରିବେ ଆବେଦନ?

ଅଫିସିଆଲ୍ ୱେବସାଇଟ୍ https://navodaya.gov.in/ ମାଧ୍ୟମରେ ଅନ୍ଲାଇନ୍ ଆବେଦନ ଫର୍ମ ଦାଖଲ ୧୨ଜାନୁୟାରୀ ୨୦୨୨ରୁ ଆରମ୍ଭ ହୋଇଛି। ଆବେଦନର କରିବାର ଶେଷ ତାରିଖ ଫେବୃଆରୀ ୧୦ ରହିଛି।

ଆବେଦନ ଫି': ବିଭିନ୍ନ ପଦବୀ ପାଇଁ ଆବେଦନ ଫି' ୧୫୦୦ ଟଙ୍କାରୁ ୭୫୦ ଟଙ୍କା ଯାଏଁ ରହିଛି।

କିଭଳି ହେବ ସିଲେକ୍‌ସନ୍‌?

କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଏବଂ ଇଣ୍ଟରଭ୍ୟୁ ଅନୁଯାୟୀ ପ୍ରାର୍ଥୀମାନଙ୍କୁ ସେମାନଙ୍କର ପ୍ରଦର୍ଶନ ଆଧାରରେ ସର୍ଟଲିଷ୍ଟ କରାଯିବ। ମାର୍ଚ୍ଚ ୯, ୨୦୨୨ ରୁ ମାର୍ଚ୍ଚ ୧୧, ୨୦୨୨ ମଧ୍ୟରେ ସିବିଟି ପରୀକ୍ଷା ଆରମ୍ଭ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe