Advertisment

ଆସନ୍ତା ଶିକ୍ଷାବର୍ଷରୁ ଯୁକ୍ତ ୩ ପାଠ୍ୟକ୍ରମରେ NCC ସାମିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷରୁ ଯୁକ୍ତ ୩ରେ ଆରମ୍ଭ ହେବ NCC ପାଠ୍ୟକ୍ରମ। ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ ଏନେଇ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯୁକ୍ତ ୩ ପିଲା NCCକୁ ଏକ ଇଲେକ୍ଟିଭ ବିଷୟ ଭାବେ ନେଇ ପାରିବେ। NCC କିପରି ଭାବେ ପାଠ୍ୟକ୍ରମରେ ସାମିଲ ହେବ ସେନେଇ କମିଟି ଗଠିତ ହୋଇଛି। ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି। ପୂର୍ବରୁ NCC […]

author-image
Niranjan Mishra
ଅଦ୍ୟତନ ହୋଇଛି
ଆସନ୍ତା ଶିକ୍ଷାବର୍ଷରୁ ଯୁକ୍ତ ୩ ପାଠ୍ୟକ୍ରମରେ NCC ସାମିଲ

education

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷରୁ ଯୁକ୍ତ ୩ରେ ଆରମ୍ଭ ହେବ NCC ପାଠ୍ୟକ୍ରମ। ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ ଏନେଇ ଆଜି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଯୁକ୍ତ ୩ ପିଲା NCCକୁ ଏକ ଇଲେକ୍ଟିଭ ବିଷୟ ଭାବେ ନେଇ ପାରିବେ। NCC କିପରି ଭାବେ ପାଠ୍ୟକ୍ରମରେ ସାମିଲ ହେବ ସେନେଇ କମିଟି ଗଠିତ ହୋଇଛି। ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି। ପୂର୍ବରୁ NCC କେବଳ ପ୍ରାକ୍ଟିକାଲ ଓ ଫିଲ୍ଡ ଥିଓରୀରେ ଚାଲିଥିଲା। ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ପାଠ୍ୟକ୍ରମ ଭାବେ କ୍ଲାସ ରୁମ୍‌ରେ ପଢ଼ାଯିବ।

ରାଜ୍ୟର ୧୮୩ କଲେଜରେ ଏହା ଆରମ୍ଭ ହେବ। ଅଧିକ NCC ANO ପାଇଁ NCC ନିର୍ଦ୍ଦେଶାଳୟକୁ ଅନୁରୋଧ କରାଯାଇଛି। ସ୍ଥାୟୀ କିମ୍ବା ଗେଷ୍ଟ ଫ୍ୟାକଲ୍ଟି ଏହି କାର୍ଯ୍ୟ ତୁଲାଇବେ। NCC ଡାଇରେକ୍ଟର ଏହି ନିଯୁକ୍ତି କାର୍ଯ୍ୟ କରିବେ। NCC କର୍ତ୍ତୃପକ୍ଷ ପରୀକ୍ଷା ପରିଚାଳନା, ଫଳାଫଳ ଓ ସାର୍ଟିଫିକେଟ ପ୍ରଦାନ କରିବେ। ଅନ୍ୟ ବିଷୟ ଭଳି ଏଥିରେ ମଧ୍ୟ ଫୁଲ୍ ମାର୍କ, ପାସ୍ ମାର୍କ ଓ ସିଲାବସ ରହିବ। ସବୁ କଲେଜରେ ୨ ଜଣ ଲେଖାଏଁ ANOଙ୍କୁ ତାଲିମ ଦେବା ନିମନ୍ତେ ମଧ୍ୟ ଚେଷ୍ଟା କରାଯିବ। ପିପିପି ମୋଡ୍‌ରେ ଏହା ଆରମ୍ଭ କରାଯାଉଛି। ଏହା ପିଲାମାନଙ୍କ ବ୍ୟକ୍ତିତ୍ୱ ଗଠନ ସହିତ ନିଯୁକ୍ତି କ୍ଷେତ୍ରକୁ ସୁଦୂର ପ୍ରସାର କରିବ ବୋଲି ଶ୍ରୀ ଦାସ କହିଛନ୍ତି।

Advertisment

ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି, ଏହି ପାଠ୍ୟକ୍ରମ ନିମନ୍ତେ ବୋର୍ଡ ଅଫ୍ ଷ୍ଟଡିଜ୍ ପ୍ରସ୍ତୁତ କରାଯାଇ ସାରିଛି। ଅନ୍ୟମାନେ ଏହାକୁ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଅନୁମତି କ୍ରମେ ମଧ୍ୟ ଲାଗୁ କରିପାରିବେ। ରମାଦେବୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୪୮ କଲେଜ ମଧ୍ୟରୁ ୮ କଲେଜରେ ANOମାନେ ଅଛନ୍ତି। ସେମାନେ NCCକୁ ଇଲେକ୍ଟିଭ ବିଷୟ ଭାବେ ସାମିଲ କରି କ୍ଲାସ୍ ଆରମ୍ଭ କରିସାରିଲେଣି।