NEET
ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଚଳିତ ବର୍ଷ ଜୁଲାଇ ୧୭ରେ ଅନୁଷ୍ଠିତ ହେବ। ବୁଧବାର ଠାରୁ ଏଥିପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହା ମେ’ ୬ ତାରିଖ ଯାଏ ଚାଲିବ ବୋଲି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ଘୋଷଣା କରାଯାଇଛି।
ସେହିପରି JEE(ମେନ୍ସ) ସୂଚୀରେ କିଛି ପରିବର୍ତ୍ତନ କରାଯାଇଛି। ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ହେଉଥିବା ଏହି ପରୀକ୍ଷା ଏବେ ଜୁନ ଓ ଜଲାଇରେ ହେବ। ପୂର୍ବରୁ JEE(ମେନ୍ସ) ସେସନ-୧ ଏପ୍ରିଲ ୨୧, ୨୪, ୨୫ ଓ ୨୯ ଏବଂ ୧, ୪ ମେ’ରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏବେ ସେସନ ୧ ପରୀକ୍ଷା ଜୁନ ୨୦ରୁ ୨୯ ଯାଏ ଚାଲିବ। ସେହିପରି ସେସନ-୨ ପରୀକ୍ଷା ପୂର୍ବରୁ ମେ’ ୨୪ରୁ ୨୯ ଯାଏ ହେବାର ଥିଲା। ଏବେ ପରିବର୍ତ୍ତିତ ସୂଚୀ ଅନୁଯାୟୀ, ଜୁଲାଇ ୨୧ରୁ ୩୦ ଯାଏ ଅନୁଷ୍ଠିତ ହେବ।
ସେସନ ୧ ପାଇଁ ଅନଲାଇନ ପଞ୍ଜୀକରଣ ଶେଷ ହୋଇଛି। ସେସନ-୨ ପାଇଁ ଖୁବଶୀଘ୍ର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଶିକ୍ଷାର୍ଥୀମାନେ ଏନଟିଏ ୱେବସାଇଟକୁ ଯାଇ ସବୁ ଖବର ଜାଣିପାରିବେ।
ଏନଟିଏ କହିଛି ଯେ ଚଳିତ ବର୍ଷ ନିଟ୍ ପରୀକ୍ଷା ଓଡ଼ିଆ ସମେତ ୧୩ଟି ଭାଷାରେ ଅନୁଷ୍ଠିତ ହେବ। ସେହିପରି ମୋଟ ୫୪୩ଟି କେନ୍ଦ୍ରରେ ପିଲାମାନେ ପରୀକ୍ଷା ଦେଇପାରିବେ। ବିଦେଶରେ ମଧ୍ୟ ନିଟ୍ ପରୀକ୍ଷା ପାଇଁ ୧୪ଟି କେନ୍ଦ୍ର ଖୋଲାଯିବ।
ସୂଚନାଯୋଗ୍ୟ, ଗତବର୍ଷ ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ହୋଇଥିଲା। ପଞ୍ଜୀକରଣ କରିଥିବା ପ୍ରାୟ ୯୫% ପିଲା ପରୀକ୍ଷା ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/04/NEET.jpg)