Advertisment

NEET ପିଜି ପରୀକ୍ଷା ବାତିଲ, ଇଣ୍ଟର୍ନଙ୍କୁ ମିଳିବ କୋଭିଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା କରୋନା ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଡିକାଲ୍ ଷ୍ଟାଫଙ୍କ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିପାଇଁ ନିଟ୍‌-ପିଜି ପରୀକ୍ଷା ଅତି କମରେ ୪ମାସ ପର୍ଯ୍ୟନ୍ତ ସ୍ଥଗିତ ରହିବ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଏମବିବିଏସ୍ ଅନ୍ତିମ ବର୍ଷର ଛାତ୍ରମାନେ କୋଭିଡ ଡ୍ୟୁଟିରେ ନିୟୋଜିତ ହେବେ। ସେମାନେ ଅଳ୍ପ କୋଭିଡ୍‌-୧୯ ଲକ୍ଷଣ ଥିବା ରୋଗୀଙ୍କୁ ମନିଟର୍ କରିବେ। Prime Minister Narendra Modi authorises keys decisions to […]

ଅଦ୍ୟତନ ହୋଇଛି
NEET ପିଜି ପରୀକ୍ଷା ବାତିଲ, ଇଣ୍ଟର୍ନଙ୍କୁ ମିଳିବ କୋଭିଡ଼ ଦାୟିତ୍ୱ

neet

Advertisment

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା କରୋନା ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଡିକାଲ୍ ଷ୍ଟାଫଙ୍କ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିପାଇଁ ନିଟ୍‌-ପିଜି ପରୀକ୍ଷା ଅତି କମରେ ୪ମାସ ପର୍ଯ୍ୟନ୍ତ ସ୍ଥଗିତ ରହିବ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଏମବିବିଏସ୍ ଅନ୍ତିମ ବର୍ଷର ଛାତ୍ରମାନେ କୋଭିଡ ଡ୍ୟୁଟିରେ ନିୟୋଜିତ ହେବେ। ସେମାନେ ଅଳ୍ପ କୋଭିଡ୍‌-୧୯ ଲକ୍ଷଣ ଥିବା ରୋଗୀଙ୍କୁ ମନିଟର୍ କରିବେ।

Advertisment

https://twitter.com/ANI/status/1389152185267617794?s=20

https://twitter.com/ANI/status/1389153118424760321?s=20

ପିଏମଓ ପକ୍ଷରୁ କୁହାଯାଇଛି ଯେ ମେଡିକାଲ୍ ଷ୍ଟାଫରେ ଯେଉଁମାନେ କୋଭିଡ୍‌-୧୯ର ଡ୍ୟୁଟି ୧୦୦ ଦିନ ପୂରଣ କରିଛନ୍ତି, ସେମାନଙ୍କୁ ସରକାରୀ ଚାକିରି ପାଇଁ ପ୍ରାଥମିକତା ଦିଆଯିବ । ଏହାସହ ମେଡିକାଲ୍ ଇଣ୍ଟର୍ଣ୍ଣ ତାଲିମପ୍ରାପ୍ତ ଅଧ୍ୟାପକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ କରିବେ। ପିଏମଓ ମୁତାବକ, କୋଭିଡ୍ ଡ୍ୟୁଟିରେ ୧୦୦ ଦିନ ପୂରଣ କରିଥିବା ମେଡିକାଲ୍ କର୍ମୀଙ୍କୁ କୋଭିଡ୍ ରଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କରାଯିବ। ସୂଚନାଯୋଗ୍ୟ, ନିଟ୍‌-୨୦୨୧ର ଆୟୋଜନ ୧ ଅଗଷ୍ଟ, ୨୦୨୧ରେ ହେବାର ଥିଲା । କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଟ୍ ପରୀକ୍ଷାକୁ ବର୍ତ୍ତମାନ ପାଇଁ ସ୍ଥଗିତ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଅଫିସ ତରଫରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ କୋଭିଡ଼ ମୁକାବିଲାରେ ଏଣିକି ମେଡିକାଲ ଇଣ୍ଟର୍ନ ଓ ଏମବିବିଏସ ଚୂଡ଼ାନ୍ତ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ନିୟୋଜିତ କରାଯାଇ ପାରିବ। ସେହିପରି ବର୍ତ୍ତମାନ ପରୀପ୍ରେକ୍ଷୀରେ ମେଡିକାଲ ପିଜି ନାମଲେଖା ପାଇଁ ଉଦ୍ଦିଷ୍ଟ ଜାତୀୟ ଯୋଗ୍ୟତା ପରୀକ୍ଷା ନିଟ୍‌କୁ ସ୍ଥଗିତ ରଖାଯିବ। ଏହା ଅଗଷ୍ଟ ୩୧ ତାରିଖ ପୂର୍ବରୁ ହେବ ନାହିଁ। କେବେ ହେବ ତାହା ମାସକ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଜଣେଇ ଦିଆଯିବ।

Advertisment

ପ୍ରଧାନମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଜାରି ବିବୃତ୍ତରେ କୁହାଯାଇଛି ଯେ ମେଡିକାଲ ଇଣ୍ଟର୍ନ ଓ ଚୂଡ଼ାନ୍ତ ବର୍ଷର ଏମବିବିଏସ ଛାତ୍ରଛାତ୍ରୀମାନଙ୍କୁ ବରିଷ୍ଠ ଡାକ୍ତରଙ୍କ ଅଧୀନରେ ହାଲକା କୋଭିଡ଼ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଓ ଟେଲି-ମେଡିସିନ୍‌ ପରାମର୍ଶ କ୍ଷେତ୍ରରେ ନିୟୋଜିତ କରାଯାଇ ପାରିବ। ଠିକ ସେହିପରି ନର୍ସିଂରେ ବିଏସସି ବା ଜିଏନମ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବରିଷ୍ଠ ଓ ଅଭିଜ୍ଞ ନର୍ସଙ୍କ ତଦାରଖରେ କୋଭିଡ଼ ମୁକାବିଲା କାର୍ଯ୍ୟାରେ ନିୟୋଜିତ କରାଯାଇ ପାରିବ।

ଯେଉଁ ମେଡିକାଲ କର୍ମଚାରୀମାନେ କୋଭିଡ଼ ମୁକାବିଲାରେ ୧୦୦ ଦିନ ନିୟୋଜିତ ହୋଇଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପୁରସ୍କୃତ କରାଯିବ। ସେମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ କୋଭିଡ଼ ସେବା ସମ୍ମାନ ପ୍ରଦାନ କରାଯିବ। ସେମାନେ ଯଦି ସରକାରୀ ଚାକିରି ପାଇଁ ଆବେଦନ କରନ୍ତି ତେବେ ସେମାନଙ୍କୁ ଅଗ୍ରାଧିକାର ପ୍ରଦାନ କରାଯିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶରେ କୋଭିଡ଼-୧୯ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସହିତ ସେମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ବେଡ୍‌, ଆଇସିୟୁ, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜନ୍‌ ଆଦିର ଘୋର ସଂକଟ ଦେଖାଦେଇଛି। ସେହିପରି ଦେଢ଼ ବର୍ଷ ଧରି କ୍ରମାଗତ ଭାବେ କୋଭିଡ଼ କର୍ତ୍ତବ୍ୟ ପାଳନ କରୁଥିବା ଡାକ୍ତର ଓ ନର୍ସମାନଙ୍କ ମଧ୍ୟରେ କ୍ଳାନ୍ତି, ଶ୍ରାନ୍ତି ଓ ଭୟ ଲାଗି ରହିଛି। ଅନେକ ଡାକ୍ତର ଓ ନର୍ସ ମଧ୍ୟ କୋଭିଡ଼ରେ ପ୍ରାଣ ହରାଇଛନ୍ତି। ଏହା ସେମାନଙ୍କ ମନୋବଳ ଉପରେ ପ୍ରଭାବ ପକାଇଛି। କୋଭିଡ଼ ପରିଚାଳନାରେ ସରକାର ବିଫଳ ହୋଇଛନ୍ତି ବୋଲି ଏକ ଧାରଣା ସୃଷ୍ଟି ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe