Advertisment

ଶୁଣାଣି ପୂର୍ବରୁ ନିଷ୍ପତ୍ତି ବଦଳାଇଲେ ସରକାର, NEET-PG ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ନିଟ୍‌ ପିଜି ପରୀକ୍ଷାକୁ ସ୍ଥଗିତ ରଖିଲେ। ଆସନ୍ତା ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରହିବ ଏହି ପରୀକ୍ଷା। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚ ୧୨ ତାରିଖରେ ହେବାର ଥିଲା ନିଟ୍ ପିଜି ପରୀକ୍ଷା। ତେବେ ଏହା ପୂର୍ବରୁ ଆଜି ସୁପ୍ରିମକୋର୍ଟରେ ଏନେଇ ଶୁଣାଣି ହେବାର ଥିଲା। କିନ୍ତୁ ତା’ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରୀକ୍ଷା ସ୍ଥଗିତ ସମ୍ପର୍କରେ ଘୋଷଣା କରାଯାଇଛି। କରୋନା […]

ଅଦ୍ୟତନ ହୋଇଛି
ଶୁଣାଣି ପୂର୍ବରୁ ନିଷ୍ପତ୍ତି ବଦଳାଇଲେ ସରକାର, NEET-PG ପରୀକ୍ଷା ସ୍ଥଗିତ

NEET-2022

Advertisment

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ନିଟ୍‌ ପିଜି ପରୀକ୍ଷାକୁ ସ୍ଥଗିତ ରଖିଲେ। ଆସନ୍ତା ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରହିବ ଏହି ପରୀକ୍ଷା। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ମାର୍ଚ୍ଚ ୧୨ ତାରିଖରେ ହେବାର ଥିଲା ନିଟ୍ ପିଜି ପରୀକ୍ଷା। ତେବେ ଏହା ପୂର୍ବରୁ ଆଜି ସୁପ୍ରିମକୋର୍ଟରେ ଏନେଇ ଶୁଣାଣି ହେବାର ଥିଲା। କିନ୍ତୁ ତା' ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରୀକ୍ଷା ସ୍ଥଗିତ ସମ୍ପର୍କରେ ଘୋଷଣା କରାଯାଇଛି।

କରୋନା ଯୋଗୁ NEET PG ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ଶିକ୍ଷାର୍ଥୀମାନେ ଦାବି କରିଥିଲେ। ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରିଥିଲେ। ପିଟିସନରେ ଦାବି କରାଯାଇଥିଲା ଯେ MBBS ପାସ୍ ଛାତ୍ରଛାତ୍ରୀମାନେ କୋଭିଡ -19 କାରଣରୁ ସେମାନଙ୍କ ଇଣ୍ଟର୍ନଶିପ ଅବଧି ଶେଷ କରିପାରିନାହାନ୍ତି। ତେଣୁ ସେମାନେ ପରୀକ୍ଷାରେ ଉପସ୍ଥିତ ହେବାକୁ ସକ୍ଷମ ହେବେ ନାହିଁ।

Advertisment

ଏହି ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାର ଥିଲା। ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଏକ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରିଥା’ନ୍ତେ। କିନ୍ତୁ ତା' ପୂର୍ବରୁ ପରୀକ୍ଷା ସ୍ଥଗିତ ହେବା ନେଇ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

https://twitter.com/ANI/status/1489463831315185666?s=20&t=rMLDAy3EY13DkGh7z40zsQ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe