NEET
ନୂଆଦିଲ୍ଲୀ: ପ୍ରକାଶ ପାଇଛି ନିଟ ପିଜି ରେଜଲ୍ଟ ୨୦୨୨। ଆଜି ଏନବିଇ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ରେଜଲ୍ଟ ପ୍ରକାଶ ପାଇବା ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରି ସୂଚନା ଦେଇଛନ୍ତି। ପିଲାମାନେ natboard.edu.inକୁ ଯାଇ ନିଜର ରେଜଲ୍ଟ ଜାଣିପାରିବେ।
ମାଣ୍ଡଭୀୟ ଟ୍ୱିଟ କରି କହିଛନ୍ତି, “ନିଟ-ପିଜି ରେଜଲ୍ଟ ପ୍ରକାଶ ପାଇଛି। ନିଟ-ପିଜି ପାଇଁ ଯୋଗ୍ୟତା ଅର୍ଜନ କରିଥିବା ପିଲାମାନଙ୍କୁ ମୋ ତରଫରୁ ଶୁଭେଚ୍ଛା। ରେକର୍ଡ ୧୦ ଦିନ ଭିତରେ ଏନବିଇ ରେଜଲ୍ଟ ପ୍ରକାଶ କରିବାକୁ ସକ୍ଷମ ହୋଇଥିବାରୁ ମୁଁ ସେମାନଙ୍କ କାର୍ଯ୍ୟଦକ୍ଷତାକୁ ସଲାମ କରୁଛି। ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଫଳ ପ୍ରକାଶ ପାଇଛି।”
ନିଟ୍ ପିଜି ପରୀକ୍ଷା ମେ’ ୨୧ରେ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହାର ୧୦ ଦିନ ପରେ ଆଜି ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପିଲାମାନେ ଏବେ କାଉନସିଲିଂ ପାଇଁ ଆବେଦନ କରିପାରିବେ। ୨୦୨୧ ନିଟ ପିଜି କାଉନସିଲିଂ ମାତ୍ର ମାସକ ତଳେ ଶେଷ ହୋଇଥିଲା। ମହାମାରୀ କରୋନା ଯୋଗୁ କାଉସିଲିଂ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ଏବେ ୨୦୨୨ ନିଟ୍ ପିଜିର କାଉନସିଲିଂ ଆରମ୍ଭ ହେବ। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିସ୍ତୃତ ତଥ୍ୟ ଜାରି କରିବ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/06/NEET.jpg)