Advertisment

ଯୁକ୍ତ ୩ ପିଲା ପଢ଼ିବେ 'ନୈତିକତା ଓ ମୂଲ୍ୟବୋଧ'ର ପାଠ, ପରୀକ୍ଷା ବି ଦେବେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୈତିକ ଶିକ୍ଷା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ ଯୁକ୍ତ ୩ରେ ଏକ ବାଧ୍ୟତାମୂଳକ ବିଷୟ ଭାବେ ଯୋଡ଼ି ହେଲା। ଏନେଇ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ‘ନୈତିକତା ଓ ମୂଲ୍ୟବୋଧ’ ବା ‘ଏଥିକ୍ସ ଆଣ୍ଡ ଭାଲ୍ୟୁଜ୍’ ନାମରେ ବହି ପ୍ରସ୍ତୁତ କରାଯାଇଛି। ଆଜି ପରିଷଦର କାର୍ଯ୍ୟାଳୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି। ଏହାର ଭିଡ଼ିଓ ଲେକ୍ଚର ସହ ପରିଷଦ ୱେବସାଇଟରେ ବହିର ଡିଜିଟାଲ ଭର୍ସନ ଉପଲବ୍ଧ କରାଯାଇଛି। […]

ଯୁକ୍ତ ୩ ପିଲା ପଢ଼ିବେ 'ନୈତିକତା ଓ ମୂଲ୍ୟବୋଧ'ର ପାଠ, ପରୀକ୍ଷା ବି ଦେବେ

Students

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୈତିକ ଶିକ୍ଷା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ ଯୁକ୍ତ ୩ରେ ଏକ ବାଧ୍ୟତାମୂଳକ ବିଷୟ ଭାବେ ଯୋଡ଼ି ହେଲା। ଏନେଇ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ 'ନୈତିକତା ଓ ମୂଲ୍ୟବୋଧ' ବା 'ଏଥିକ୍ସ ଆଣ୍ଡ ଭାଲ୍ୟୁଜ୍' ନାମରେ ବହି ପ୍ରସ୍ତୁତ କରାଯାଇଛି। ଆଜି ପରିଷଦର କାର୍ଯ୍ୟାଳୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି। ଏହାର ଭିଡ଼ିଓ ଲେକ୍ଚର ସହ ପରିଷଦ ୱେବସାଇଟରେ ବହିର ଡିଜିଟାଲ ଭର୍ସନ ଉପଲବ୍ଧ କରାଯାଇଛି।

Advertisment

'ନୈତିକତା ଓ ମୂଲ୍ୟବୋଧ' ବିଷୟରେ ୬ଟି ୟୁନିଟ ରହିଛି। ୟୁଜିର ସବୁ ଷ୍ଟ୍ରିମ୍ରେ ଏହା ବାଧ୍ୟତାମୂଳକ ହୋଇଥିବା ବେଳେ ସମସ୍ତ ୬ଟି ସେମିଷ୍ଟାରରେ ୨୫ ମାର୍କ ଲେଖାଏଁର ପରୀକ୍ଷା ହେବ। ଚଳିତ ଶିକ୍ଷାବର୍ଷରୁ ୟୁଜି ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe