/odisha-reporter/media/post_attachments/uploads/2021/10/School-Reopening.jpg)
School Reopening
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ମେ’ ପହିଲାରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ। ନୂଆ ଶିକ୍ଷା ବର୍ଷରୁ ଶତ ପ୍ରତିଶତ କୋର୍ସ ପାଠପଢା ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Advertisment
ସେ କହିଛନ୍ତି, କରୋନା ମହାମାରୀ ପ୍ରଭାବ ନାହିଁ। ତେଣୁ ଆସନ୍ତା ଶିକ୍ଷା ବର୍ଷରୁ ପାଠପଢ଼ା ସ୍ୱାଭାବିକ ହେବ। ବିନା କୌଣସି ବାଧାରେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ। ବର୍ଷ ତମାମ ପାଠ ପଢ଼ିବେ। ପରୀକ୍ଷା ବି ଦେବେ।
ମହାମାରୀ ପୂର୍ବରୁ ଯେମିତି ପରୀକ୍ଷା ହେଉଥିଲା ସେମିତି ପରୀକ୍ଷା କରିବାକୁ ସିବିଏସଇ ନିଷ୍ପତ୍ତି ନେଇଛି। ତେଣୁ ଆମେ ମଧ୍ୟ ପୂର୍ବଭଳି ପରୀକ୍ଷା କରାଇବାକୁ ବିଚାର କରୁଛୁ। ନବମ ଓ ଦଶମ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା କଥା ଚିନ୍ତା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
