Advertisment

ମେ’ ପହିଲାରୁ ନୂଆ ଶିକ୍ଷାବର୍ଷ, ଶତପ୍ରତିଶତ ସିଲାବସ ପଢ଼ାଯିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ମେ’ ପହିଲାରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ। ନୂଆ ଶିକ୍ଷା ବର୍ଷରୁ ଶତ ପ୍ରତିଶତ କୋର୍ସ ପାଠପଢା ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ମହାମାରୀ ପ୍ରଭାବ ନାହିଁ। ତେଣୁ ଆସନ୍ତା ଶିକ୍ଷା ବର୍ଷରୁ ପାଠପଢ଼ା ସ୍ୱାଭାବିକ ହେବ। ବିନା କୌଣସି ବାଧାରେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ। ବର୍ଷ ତମାମ ପାଠ ପଢ଼ିବେ। ପରୀକ୍ଷା ବି ଦେବେ। ମହାମାରୀ ପୂର୍ବରୁ […]

ଅଦ୍ୟତନ ହୋଇଛି
୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା

School Reopening

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ମେ’ ପହିଲାରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ। ନୂଆ ଶିକ୍ଷା ବର୍ଷରୁ ଶତ ପ୍ରତିଶତ କୋର୍ସ ପାଠପଢା ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, କରୋନା ମହାମାରୀ ପ୍ରଭାବ ନାହିଁ। ତେଣୁ ଆସନ୍ତା ଶିକ୍ଷା ବର୍ଷରୁ ପାଠପଢ଼ା ସ୍ୱାଭାବିକ ହେବ। ବିନା କୌଣସି ବାଧାରେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ। ବର୍ଷ ତମାମ ପାଠ ପଢ଼ିବେ। ପରୀକ୍ଷା ବି ଦେବେ।

ମହାମାରୀ ପୂର୍ବରୁ ଯେମିତି ପରୀକ୍ଷା ହେଉଥିଲା ସେମିତି ପରୀକ୍ଷା କରିବାକୁ ସିବିଏସଇ ନିଷ୍ପତ୍ତି ନେଇଛି। ତେଣୁ ଆମେ ମଧ୍ୟ ପୂର୍ବଭଳି ପରୀକ୍ଷା କରାଇବାକୁ ବିଚାର କରୁଛୁ। ନବମ ଓ ଦଶମ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା କଥା ଚିନ୍ତା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ଚଳିତ ବର୍ଷ ସ୍କୁଲ ଖରାଛୁଟି ଅବଧିକୁ କମାଇ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିବା ବେଳେ ନୂଆ ଶିକ୍ଷାବର୍ଷରେ ପାଠପଢ଼ା ସ୍ୱାଭାବିକ ହେବା ନେଇ ମନ୍ତ୍ରୀଙ୍କ ମତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe