Advertisment

ଆସନ୍ତା ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲ ହେବ ପିଜି ଇନଷ୍ଟିଚ୍ୟୁଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରମୁଖ ହସ୍ପିଟାଲ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ଆସନ୍ତା ଶିକ୍ଷାବର୍ଷରୁ ମେଡିକାଲ ଶିକ୍ଷାର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଭାବେ କାର୍ଯ୍ୟ କରିବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ନୋଟିସ ଜାରି ହୋଇଥିବାବେଳେ ରାଜ୍ୟ ସରକାର ମଧ୍ୟ ୩୭୬କୋଟି ଟଙ୍କାର ବଜେଟ୍ ଏନେଇ ଆବଣ୍ଟନ କରିସାରିଛନ୍ତି। ମିଳିଥିବା ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲକୁ ଚଣ୍ଡିଗଡ଼ସ୍ଥିତ ପିଜିଆଇ ଶୈଳୀରେ ମେଡିକାଲ ଶିକ୍ଷାର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଭାବେ ବିକଶିତ କରିବାକୁ […]

author-image
Ordigital Desk
ଅଦ୍ୟତନ ହୋଇଛି
ଆସନ୍ତା ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲ ହେବ ପିଜି ଇନଷ୍ଟିଚ୍ୟୁଟ୍‌

Capital Hospital

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରମୁଖ ହସ୍ପିଟାଲ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ଆସନ୍ତା ଶିକ୍ଷାବର୍ଷରୁ ମେଡିକାଲ ଶିକ୍ଷାର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଭାବେ କାର୍ଯ୍ୟ କରିବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ନୋଟିସ ଜାରି ହୋଇଥିବାବେଳେ ରାଜ୍ୟ ସରକାର ମଧ୍ୟ ୩୭୬କୋଟି ଟଙ୍କାର ବଜେଟ୍ ଏନେଇ ଆବଣ୍ଟନ କରିସାରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲକୁ ଚଣ୍ଡିଗଡ଼ସ୍ଥିତ ପିଜିଆଇ ଶୈଳୀରେ ମେଡିକାଲ ଶିକ୍ଷାର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଭାବେ ବିକଶିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ୟାପିଟାଲ ହସ୍ପିଟାଲର ପିଜିଆଇ(ମେଡିକାଲ କଲେଜ)ରେ ୧୫ଟି ବିଷୟରେ ମୋଟ ୬୦ଟି ପିଜି ସିଟ୍ ରହିବ । ଯେଉଁଥିରେ ୪ଟି ସିଟ୍ ଅଣକ୍ଲିନିକାଲ ଓ ୧୧ଟି ସିଟ୍ କ୍ଲିନିକାଲ ବିଷୟ ନିମନ୍ତେ ଉଦ୍ଦିଷ୍ଟ ହେବ ।

ଏହି ନୂଆ ପିଜିଆଇ ନିମନ୍ତେ ୪ଏକର ଜମିରେ ୨୯୨କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମି ନିର୍ମାଣ ହେବ । ଏଥିପାଇଁ କ୍ୟାପିଟାଲ ହସ୍ପିଟାଲର ପଛ ପଟରେ ଥିବା ୬୦ଟି ଷ୍ଟାଫ କ୍ୱାଟର୍ସକୁ ଭଙ୍ଗାଯିବା ସହ ଆସନ୍ତା ୨ବର୍ଷ ମଧ୍ୟରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଲଆଣ୍ଡଟିକୁ ଏହି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଦିଆଯାଇଛି ।

Advertisment

କ୍ୟାପିଟାଲ ହସ୍ପିଟାଲରେ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ଟ୍ରମା କେୟାର ସୁବିଧା ମଧ୍ୟ ଉପଲବ୍ଧ ହେବ । ଏଥିପାଇଁ ୮୪କୋଟି ଟଙ୍କା ବ୍ୟୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଟ୍ରମା କେୟାରରେ ସମସ୍ତ ପ୍ରକାରର ରାସ୍ତା ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ତତ୍କାଳ ଚିକିତ୍ସା ସୁବିଧା ମିଳିବ ବୋଲି ଜଣାପଡ଼ିଛି ।