Advertisment

ସିଭିଲ ଇଞ୍ଜିନିୟରିଂ କରିଛନ୍ତି କି? ଏନ୍‌ଏଚ୍‌ଏଆଇରେ କରନ୍ତୁ ଆବେଦନ

ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ହାଇଦ୍ରାବାଦ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୯ଟି ସିଭିଲ ଇଞ୍ଜିନିୟର ପଦ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଆଉଟ୍‌ସୋର୍ସିଂ ଏଜେନ୍ସୀ ମାଧ୍ୟମରେ ଚୁକ୍ତି ଭିତ୍ତିକ ହେବ। ଏହି ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟ/ଅନୁଷ୍ଠାନରୁ ସିଭିଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ସେମାନେ ଗେଟ୍ କ୍ଲିୟର କରିଥିବା ମଧ୍ୟ ଆବଶ୍ୟକ। ଏହା ସହିତ ଭିତ୍ତିଭୂମି ଓ ସଡ଼କ ନିର୍ମାଣ କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା […]

author-image
Jitendra Garnayak
ସିଭିଲ ଇଞ୍ଜିନିୟରିଂ କରିଛନ୍ତି କି? ଏନ୍‌ଏଚ୍‌ଏଆଇରେ କରନ୍ତୁ ଆବେଦନ

NHAI

ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ହାଇଦ୍ରାବାଦ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୯ଟି ସିଭିଲ ଇଞ୍ଜିନିୟର ପଦ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଆଉଟ୍‌ସୋର୍ସିଂ ଏଜେନ୍ସୀ ମାଧ୍ୟମରେ ଚୁକ୍ତି ଭିତ୍ତିକ ହେବ।

Advertisment

ଏହି ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟ/ଅନୁଷ୍ଠାନରୁ ସିଭିଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ସେମାନେ ଗେଟ୍ କ୍ଲିୟର କରିଥିବା ମଧ୍ୟ ଆବଶ୍ୟକ। ଏହା ସହିତ ଭିତ୍ତିଭୂମି ଓ ସଡ଼କ ନିର୍ମାଣ କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା ଥିବା ଦରକାର।

ଆଶାୟୀ ପ୍ରାର୍ଥୀଙ୍କ ବୟସ ୩୨ ବର୍ଷରୁ କମ୍ ହୋଇଥିବା ଜରୁରୀ। ଯେଉଁ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିବ, ସେମାନଙ୍କୁ ମାସିକ ୬୦ ହଜାର ଟଙ୍କା ଦରମା ଦିଆଯିବ। ଏହି ନିଯୁକ୍ତି ଏକ ବର୍ଷ ପାଇଁ ହେବ। ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ ସଂସ୍ଥାର ଆବଶ୍ୟକତାକୁ ଦେଖି ଏହି ନିଯୁକ୍ତିକୁ ଆଉ ଏକ ବର୍ଷ ବଢ଼ାଯାଇପାରେ। ଏସ୍‌ସି, ଏସ୍‌ଟି, ଓବିସି ଓ ଇଡବ୍ଲ୍ୟୁଏସ୍‌ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି।

Advertisment

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀ ବିଭିନ୍ନ ପ୍ରମାଣପତ୍ର ସହିତ ସେମାନଙ୍କ ଆବେଦନ ପତ୍ରକୁ ରେଜିଷ୍ଟରଡ୍ ପୋଷ୍ଟ/ସ୍ପୀଡ୍ ପୋଷ୍ଟ/ହ୍ୟାଣ୍ଡ ଡେଲିଭରୀ ମାଧ୍ୟମରେ ପଠାଇ ପାରିବେ। ଫେବ୍ରୁଆରୀ ୨୫ ତାରିଖ ସୁଦ୍ଧା ଆବେଦନ ପତ୍ର ପହଞ୍ଚିବା ଆବଶ୍ୟକ।

ଏହି ବିଜ୍ଞପ୍ତି ସଂପର୍କରେ ଅଧିକ ଜାଣିବା ପାଇଁ https://nhai.gov.in/nhai/sites/default/files/vacancy_files/NIA-for-YPs.pdf ରେ କ୍ଲିକ୍ କରନ୍ତୁ।