ସିଭିଲ୍ ଇଞ୍ଜିନିୟର୍ସଙ୍କ ପାଇଁ ସରକାରୀ ଚାକିରି ସୁଯୋଗ, ପେ-ସ୍କେଲ୍ ୫୬ହଜାର ଟଙ୍କା

ଯଦି ଆପଣ ମଧ୍ୟରୁ କେହି ସିଭିଲ୍ ଇଞ୍ଜିନିୟରିଂ ପାଠ ପଢ଼ିଛନ୍ତି, ତାହେଲେ ଆପଣଙ୍କ ପାଖରେ ସରକାରୀ ଭାରତର ସରକାରୀ ଚାକିରି ପାଇଁ ବଡ଼ ସୁଯୋଗ ରହିଛି । ନ୍ୟାଶନାଲ୍ ହାଇୱେ ଅଥରିଟୀ ଅଫ୍ ଇଣ୍ଡିଆ (NHAI) ଡେପୁଟୀ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି । ଏହି ସରକାରୀ ଚାକିରି ପାଇଁ କୌଣସି ପରୀକ୍ଷା ହେବ ନାହିଁ । ଏହାସହ ଦରମା ମଧ୍ୟ ମୋଟାଅଙ୍କର ମିଳିବ । ପଦବୀର ନାମ: ଡେପୁଟୀ ମ୍ୟାନେଜର (ଟେକ୍ନିକାଲ୍‌-ସିଭିଲ୍‌) ପଦବୀ […]

JOB

JOB

Ranjit Kumar Jena
  • Published: Sunday, 09 May 2021
  • Updated: 09 May 2021, 09:25 PM IST

Sports

Latest News

ଯଦି ଆପଣ ମଧ୍ୟରୁ କେହି ସିଭିଲ୍ ଇଞ୍ଜିନିୟରିଂ ପାଠ ପଢ଼ିଛନ୍ତି, ତାହେଲେ ଆପଣଙ୍କ ପାଖରେ ସରକାରୀ ଭାରତର ସରକାରୀ ଚାକିରି ପାଇଁ ବଡ଼ ସୁଯୋଗ ରହିଛି । ନ୍ୟାଶନାଲ୍ ହାଇୱେ ଅଥରିଟୀ ଅଫ୍ ଇଣ୍ଡିଆ (NHAI) ଡେପୁଟୀ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି । ଏହି ସରକାରୀ ଚାକିରି ପାଇଁ କୌଣସି ପରୀକ୍ଷା ହେବ ନାହିଁ । ଏହାସହ ଦରମା ମଧ୍ୟ ମୋଟାଅଙ୍କର ମିଳିବ ।

ପଦବୀର ନାମ: ଡେପୁଟୀ ମ୍ୟାନେଜର (ଟେକ୍ନିକାଲ୍‌-ସିଭିଲ୍‌)
ପଦବୀ ସଂଖ୍ୟା: ୪୧
ପେ-ସ୍କେଲ୍‌: ମାସିକ ୫୬,୧୦୦ ଟଙ୍କା (ଲେଭଲ୍‌-୧୦) ଅନୁସାରେ ଅନ୍ୟ ଭତ୍ତା ସହ ଭଲ ଦରମା ମଧ୍ୟ ମିଳିବ ।

କେବେ ଓ କେମିତି କରିବେ ଆବେଦନ: ଏନଏଚଏଆଇର ଏହି ଭ୍ୟାକେନ୍ସି ପାଇଁ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ । ଆବେଦନ ଏପ୍ରିଲ୍ ୨୯ ତାରିଖରୁ ଆରମ୍ଭ ହୋଇ ସାରିଛି । ଆବେଦନ କରିବାର ଶେଷ ତାରିଖ ମେ’ ୨୯, ୨୦୨୧ ରହିଛି । ଏଥିପାଇଁ କୌଣସି ଆବେଦନ ଫି’ ଳାଗିବ ନାହିଁ । ଅନଲାଇନ୍ ଆବେଦନ ଫର୍ମର ଲିଙ୍କ୍ @nhai.gov.in ଉପରେ କ୍ଲିକ୍ କରି ଆବେଦନ କରିପାରିବେ ।

ଆବଶ୍ୟକ ଯୋଗ୍ୟତା: ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ସିଭିଲ୍ ଇଞ୍ଜିନିୟରିଂରେ ଗ୍ରାଜୁଏସନ୍ ଡିଗ୍ରୀ କରିଥିବା ଦରକାର। ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ ଇନ୍ ଇଞ୍ଜିନିୟରିଂ (GATE)ରେ ସ୍କୋର କରିବା ବାଧ୍ୟତାମୂଳକ। ଏଥିପାଇଁ ସର୍ବାଧିକ ବୟସସୀମା ୩୦ ବର୍ଷ । ସଂରକ୍ଷିତ ବର୍ଗକୁ ସର୍ବାଧିକ ବୟସ ସୀମାରେ ରିହାତି ମିଳିବ।

ଚୟନ ପ୍ରକ୍ରିୟା: ଏହି ଚାକିରି ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଖାଲି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କର ଚୟନ ସେମାନଙ୍କର GATE ସ୍କୋର ଓ ଇଣ୍ଟରଭ୍ୟୁ ଆଧାରରେ କରାଯିବ।

NHAI Deputy Manager Online Application Link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos