୨୬ରୁ ନବମ ଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ପ୍ରଭାବିତ ହୋଇଥିବା ସ୍କୁଲ ପରୀକ୍ଷା ବ୍ୟବସ୍ଥାକୁ ପୁଣିଥରେ ବ୍ୟବସ୍ଥିତ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ସମସ୍ତ ପିଲାଙ୍କ ନିମନ୍ତେ ଚଳିତମାସ ୨୬ରୁ ୨୯ତାରିଖ ପର୍ଯ୍ୟନ୍ତ ପରୀକ୍ଷା (ସମିଟିଭ୍ ଆସେସମେଣ୍ଟ-୧)କରାଇବା ପାଇଁ ଓଡ଼ିଶା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନର ସମ୍ପାଦକ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିମନ୍ତେ ଗାଇଡଲାଇନ୍ ଜାରି କରିଛନ୍ତି । ସମଗ୍ର ରାଜ୍ୟରେ ନବମ ଶ୍ରେଣୀ ପିଲାଙ୍କ ପାଇଁ […]

School Reopen

School Reopen

Ordigital Desk
  • Published: Thursday, 18 November 2021
  • Updated: 18 November 2021, 10:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ପ୍ରଭାବିତ ହୋଇଥିବା ସ୍କୁଲ ପରୀକ୍ଷା ବ୍ୟବସ୍ଥାକୁ ପୁଣିଥରେ ବ୍ୟବସ୍ଥିତ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ସମସ୍ତ ପିଲାଙ୍କ ନିମନ୍ତେ ଚଳିତମାସ ୨୬ରୁ ୨୯ତାରିଖ ପର୍ଯ୍ୟନ୍ତ ପରୀକ୍ଷା (ସମିଟିଭ୍ ଆସେସମେଣ୍ଟ-୧)କରାଇବା ପାଇଁ ଓଡ଼ିଶା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନର ସମ୍ପାଦକ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିମନ୍ତେ ଗାଇଡଲାଇନ୍ ଜାରି କରିଛନ୍ତି ।

ସମଗ୍ର ରାଜ୍ୟରେ ନବମ ଶ୍ରେଣୀ ପିଲାଙ୍କ ପାଇଁ ପରୀକ୍ଷା କରିବାକୁ ବୋର୍ଡ କର୍ତ୍ତୃପକ୍ଷ କହିବା ସହ ଆବଶ୍ୟକ ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି । ପରୀକ୍ଷା ସମ୍ପାଦନବେଳେ କୋଭିଡ୍ ଗାଇଡଲାଇନକୁ ମଧ୍ୟ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ଯେ, ଆସନ୍ତା ୨୩ତାରିଖ ସୁଦ୍ଧା ବୋର୍ଡ ଦ୍ୱାରା ସମସ୍ତ ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ଓ ପରୀକ୍ଷା ସାମଗ୍ରୀ ପହଂଚାଇ ଦିଆଯିବ ।

ସ୍କୁଲଗୁଡ଼ିକ ଯେଭଳି ୨୪ତାରିଖରେ ନୋଡାଲ କେନ୍ଦ୍ରରୁ ଏହି ପ୍ରଶ୍ନପତ୍ର ଓ ପରୀକ୍ଷା ସାମଗ୍ରୀ ନେବେ ତାହା ସୁନିଶ୍ଚିତ କରାଇବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଅନୁରୋଧ କରାଯାଇଛି । ତେବେ ପ୍ରଶ୍ନପତ୍ର ପ୍ୟାକେଟକୁ ସ୍କୁଲଗୁଡ଼ିକ ଦୈନିକ ନୋଡାଲ କେନ୍ଦ୍ରରୁ ନେବେ ନା ଏକକାଳୀନ ନେବେ ତାହା ନିର୍ଦ୍ଧାରଣ ଜିଲ୍ଲା ଶିକ୍ଷାଧିକାରୀ କରିପାରିବେ । ପରୀକ୍ଷା ସୁପରିଚାଳନା ନିମନ୍ତେ ସମସ୍ତ ପରୀକ୍ଷା କେନ୍ଦ୍ରର ଓ ନୋଡାଲ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଙ୍କ ପାଇଁ ଏକ କାର୍ଯ୍ୟକ୍ରମ ବୋର୍ଡ କର୍ତ୍ତୃପକ୍ଷଙ୍କ ଦ୍ୱାରା ୧୭ତାରିଖରେ ଅନୁଷ୍ଠିତ ହୋଇଛି।

ପରୀକ୍ଷାକୁ ଅବାଧ ଓ ପାରଦର୍ଶୀ କରିବା ନିମନ୍ତେ ଜିଲ୍ଲାସ୍ତରୀୟ ଅବା ବ୍ଲକସ୍ତରୀୟ ଅଧିକାରୀମାନେ ତଦାରଖ କାରିପାରିବେ । ଆଉ ଦୈନିକ ରିପୋର୍ଟ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଇ-ମେଲ୍ ମାଧ୍ୟମରେ ଅବଗତ କରାଇବେ । ପ୍ରତ୍ୟେକ ସ୍କୁଲର ପ୍ରଧାନଶିକ୍ଷକମାନେ ବୋର୍ଡ ୱେବସାଇଟରୁ ଆଟେଣ୍ଡାନ୍ସ ିଟ୍‌, ପ୍ୟାକେଟ୍ ସ୍ଲିପ ଓ ଖାତା ମୂଲ୍ୟାୟନ ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରିପାରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos