Advertisment

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲରେ ଚାକିରି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସ୍ୱୟଂଶାସିତ ଅନୁଷ୍ଠାନ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ (NIOS) ଆଣିଛି ନିଯୁକ୍ତ ସୁଯୋଗ।  ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଯୋଗ୍ୟ ପାର୍ଥୀଙ୍କୁ ଏକ ବର୍ଷ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ମିଳିବ। ବିଜ୍ଞପ୍ତି ଅନୁଯାୟୀ, ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ ଜାନୁୟାରୀ ୩୧ ରଖାଯାଇଛି। ପଦବୀ- ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ (ଭାରତୀୟ ଜ୍ଞାନ ପରମ୍ପରା)-୧ ମାସିକ ଦରମା- ୩୬,୩୦୦ […]

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲରେ ଚାକିରି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

open School

Advertisment

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସ୍ୱୟଂଶାସିତ ଅନୁଷ୍ଠାନ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ (NIOS) ଆଣିଛି ନିଯୁକ୍ତ ସୁଯୋଗ।  ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଯୋଗ୍ୟ ପାର୍ଥୀଙ୍କୁ ଏକ ବର୍ଷ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ମିଳିବ। ବିଜ୍ଞପ୍ତି ଅନୁଯାୟୀ, ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ ଜାନୁୟାରୀ ୩୧ ରଖାଯାଇଛି।

Advertisment

ପଦବୀ- ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ (ଭାରତୀୟ ଜ୍ଞାନ ପରମ୍ପରା)-୧

ମାସିକ ଦରମା-୩୬,୩୦୦

ଶିକ୍ଷାଗତ ଯୋଗ୍ୟତା- ଭାରତ / ବିଦେଶର ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସଂସ୍କୃତ / ଆଚାର୍ଯ୍ୟରେ ମାଷ୍ଟର ଡିଗ୍ରୀରେ ଅତିକମରେ ୫୫% ମାର୍କ ରଖିଥିବା ଉଚିତ। ସଂସ୍କୃତ, ଇଂରାଜୀ ଏବଂ ହିନ୍ଦୀ ବିଷୟରେ କାର୍ଯ୍ୟଦକ୍ଷତା ଥିବା ଆବଶ୍ୟକ।

ବୟସ ସୀମା- ୬୩ ବର୍ଷରୁ କମ୍‌

-ଏହି ନିଯୁକ୍ତି କେବଳ ଚୁକ୍ତିଭିତ୍ତିକ ଭିତ୍ତିରେ ହେବ। ପାରସ୍ପରିକ ସହମତି ଅନୁଯାୟୀ ଚାକିରି ସମୟକୁ ବଢ଼ା ଯାଇପାରେ।

Advertisment

-ଏହି ପଦବୀରେ ନିୟୋଜିତ ପ୍ରାର୍ଥୀ ନିୟମିତ କ୍ୟାଡରର ଅଂଶ ହେବେ ନାହିଁ କିମ୍ବା ନିୟମିତ ପଦବୀରେ ନିଯୁକ୍ତି ପ୍ରସଙ୍ଗରେ ଏହିପରି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ କୌଣସି ବିଶେଷ ସୁବିଧା ମିଳିବ ନାହିଁ।

କିଭଳି କରିବେ ଆବେଦନ?

NIOSର ଅଫିସିଆଲ ୱେବସାଇଟ୍‌ nios.ac.inକୁ ଯାଇ ପ୍ରାର୍ଥୀ ଆବେଦନ କରିପାରିବେ। ଆବେଦନ ଫର୍ମରେ ପ୍ରାର୍ଥୀମାନଙ୍କର ବୈଧ ଇ-ମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ରହିବା ଉଚିତ୍। ଅନଲାଇନ୍ ଆବେଦନ ଫର୍ମ ଦାଖଲ ୧୫ ଜାନୁୟାରୀରୁ ଆରମ୍ଭ ହୋଇସାରିଲାଣି। ଜାନୁଆରୀ ୩୧ ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe