ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ନ୍ୟାଶନାଲ ଇନ୍ଷ୍ଟଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ବା (NISER) ଆଣିଛି ନିଯୁକ୍ତି ସୁଯୋଗ। ଖାଲିପଡିଥିବା ବିଭିନ୍ନ ପଦବୀ ପାଇଁ ବାହରିଛି ବିଜ୍ଞପ୍ତି।
ମୋଟ ପଦବୀ-୩
ସାଇଣ୍ଟିଫିକ୍ ଅଫିସର୍ ଗ୍ରୁପ୍ ଡି' (ଫିଜିକ୍ସ): ୧
ଶିକ୍ଷାଗତ ଯୋଗ୍ୟତା: ସ୍ୱୀକୃତି ପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଆଣବିକ ତଥା ପଦାର୍ଥ ବିଜ୍ଞାନରେ ପିଏଚ୍.ଡି କରିଥିବା ଆବଶ୍ୟକ। ସିରୋଜେନିକ୍ ଇନ୍ଷ୍ଟ୍ରୁମେଣ୍ଟ ଓ ଡିଟେକ୍ଟର୍ସରେ ଅଭିଜ୍ଞତା ଥିବା ଦରକାର।
ବୟସ ସୀମା: ୪୦ ବର୍ଷରୁ କମ୍
ମାସିକ ଦରମା: ସପ୍ତମ ସିପିଏସ୍ ଅନୁଯାୟୀ ମାସିକ ଦରମା ୬୭,୭୦୦
ସାଇଣ୍ଟିଫିକ୍ ଅଫିସର୍ ଗ୍ରୁପ୍ ସି' (ଫିଜିକ୍ସ): ୧
ଶିକ୍ଷାଗତ ଯୋଗ୍ୟତା: ଫିଜିକ୍ସରେ ଏମ୍ଏସ୍ସି କରିଥିବା ଆବଶ୍ୟକ।
ବୟସ ସୀମା: ୩୬ ବର୍ଷ
ମାସିକ ଦରମା: ୫୬,୧୦୦
ସାଇଣ୍ଟିଫିକ୍ ଅଫିସର୍ ଗ୍ରୁପ୍ ସି' (ମେଡିକାଲ ଫିଜିକ୍ସ): ୧
ଶିକ୍ଷାଗତ ଯୋଗ୍ୟତା: RSO ସାର୍ଟିଫିକେଟ୍ ସହିତ ମେଡିକାଲ୍ ଫିଜିକ୍ସରେ M.Sc କିମ୍ବା RSO ସାର୍ଟିଫିକେଟ୍ ସହିତ ରେଡିଓଲୋଜିକାଲ୍ ଫିଜିକ୍ସରେ ପୋଷ୍ଟ-ଏମ୍ଏସ୍ସି (ଫିଜିକ୍ସ) ଡିପ୍ଲୋମା କରିଥିବା ଆବଶ୍ୟକ।
ବୟସ ସୀମା: ୩୬ ବର୍ଷ
ମାସିକ ଦରମା: ୫୬,୧୦୦
କିଭଳି କରିବେ ଆବେଦନ?
'ସେଣ୍ଟର ଫର୍ ମେଡିକାଲ୍ ଆଣ୍ଡ ରେଡିଏସନ୍ ଫିଜିକ୍ସ' ପାଇଁ ସିଧାସଳଖ ନିଯୁକ୍ତି ଆଧାରରେ NISER ଦ୍ୱାରା ଏହି ତିନୋଟି ପଦବୀ ପୂରଣ ହେବ। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୧ କିମ୍ବା ପୂର୍ବରୁ ୱେବସାଇଟ୍ https://www.niser.ac.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।