ଏନ୍‌ଏମ୍‌ଡିସିର ୩୦୪ ପଦବୀ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ:କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଭାରତର ସରକାର ଅଧିନରେ ଥିବା ନବରତ୍ନ କମ୍ପାନୀ ଏନ୍‌ଏମ୍‌ଡିସି  ଲିମିଟେଡ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଫିଲ୍ଡ ଆସିସଷ୍ଟାଣ୍ଟ, ମେଣ୍ଟେନାନ୍ସ ଆସିଷ୍ଟାଣ୍ଟ, ବ୍ଲାଷ୍ଟର ଗ୍ରେଡ-୨ ଏବଂ ଏମ୍‌ସିଓ ଗ୍ରେଡ-୩ରେ ଖାଲି ପଡିଥିବା ୩୦୪ ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଏହି ସବୁ ପଦବୀ ପାଇଁ କିଭଳି କରିବେ ଆବେଦନ ଜାଣନ୍ତୁ। ମୋଟ ପଦବୀ ଫିଲ୍ଡ ଆସିଷ୍ଟାଣ୍ଟ-୬୫ ମେଣ୍ଟେନାନ୍ସ ଆସିଷ୍ଟାଣ୍ଟ(ଟ୍ରନି ମେକାନିକଲ) -୧୪୮ ମେଣ୍ଟେନାନ୍ସ ଆସିଷ୍ଟାଣ୍ଟ(ଟ୍ରନି ଇଲେକ୍ଟ୍ରିକଲ) -୮୧ […]

NMDC

NMDC

Madhupriya Mistry
  • Published: Wednesday, 10 March 2021
  • Updated: 30 March 2021, 04:27 PM IST

Sports

Latest News

ନୂଆଦିଲ୍ଲୀ:କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଭାରତର ସରକାର ଅଧିନରେ ଥିବା ନବରତ୍ନ କମ୍ପାନୀ ଏନ୍‌ଏମ୍‌ଡିସି  ଲିମିଟେଡ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଫିଲ୍ଡ ଆସିସଷ୍ଟାଣ୍ଟ, ମେଣ୍ଟେନାନ୍ସ ଆସିଷ୍ଟାଣ୍ଟ, ବ୍ଲାଷ୍ଟର ଗ୍ରେଡ-୨ ଏବଂ ଏମ୍‌ସିଓ ଗ୍ରେଡ-୩ରେ ଖାଲି ପଡିଥିବା ୩୦୪ ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଏହି ସବୁ ପଦବୀ ପାଇଁ କିଭଳି କରିବେ ଆବେଦନ ଜାଣନ୍ତୁ।

ମୋଟ ପଦବୀ

ଫିଲ୍ଡ ଆସିଷ୍ଟାଣ୍ଟ-୬୫

ମେଣ୍ଟେନାନ୍ସ ଆସିଷ୍ଟାଣ୍ଟ(ଟ୍ରନି ମେକାନିକଲ) -୧୪୮

ମେଣ୍ଟେନାନ୍ସ ଆସିଷ୍ଟାଣ୍ଟ(ଟ୍ରନି ଇଲେକ୍ଟ୍ରିକଲ) -୮୧

ବ୍ଲାଷ୍ଟର ଗ୍ରେଡ-୨(ଟ୍ରେନି)-୧

ଏମ୍‌ସିଓ ଗ୍ରେଡ-୨(ଟ୍ରେନି)-୯

ବୟସ ସୀମା: ଏହି ସମସ୍ତ ପୋଷ୍ଟଗୁଡିକ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ 30 ବର୍ଷରେ ସ୍ଥିର କରାଯାଇଛି | ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ବୟସ ଆରାମ ପ୍ରଦାନ କରାଯାଇଛି।

ଆବେଦନ ଫି’

ଜେନେରାଲ କ୍ୟାଟୋଗରୀ ଓ ଅନ୍ୟମାନଙ୍କ ପାଇଁ ୧୫୦ ଟଙ୍କା

ଏସ୍‌ସି/ଏସ୍‌ଟି ଏବଂ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା

କେମିତି କରିବେ ଆବେଦନ?

ଆଶାୟୀ ପ୍ରାର୍ଥୀ ଏଥିପାଇଁ ଅନ୍‌ଲାଇନ www.nmdc.co.in ତଥା ଅଫଲାଇନ୍‌ରେ ମଧ୍ୟ ଆବେଦନ କରପାରିବେ। ଅଫଲାଇନ୍‌ରେ ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୧୫ ରହିଥିବା ବେଳେ ଅନ୍‌ଲାଇନ୍‌ରେ ମାର୍ଚ୍ଚ ୩୧ ଯାଏଁ ରହିଛି। ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୧୧ ତାରିଖଠାରୁ ଆଶାୟୀ ପାର୍ଥୀ ଅନ୍‌ଲାଇନେ ଆବେଦନ କରିପାରିବେ।

ଅଫ୍‌ଲାଇନରେ ଆବେଦନ କରିବା ଠିକଣା: ପୋଷ୍ଟବକ୍ସ ନଂ-୧୩୮୨, ପୋଷ୍ଟ- ହୁମାୟୁଂ ନଗର, ହାଇଦ୍ରାବାଦ, ତେଲେଙ୍ଗାନା, ପିନ୍-୫୦୦୦୨୮

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos