Advertisment

NMDCରେ ନିଯୁକ୍ତି ସୁଯୋଗ, ଖାଲି ପଡିଛି ୨୦୦ ପଦବୀ

ନୂଆଦିଲ୍ଲୀ: ଏନ୍‌ଏମ୍‌ଡିସିରେ ନିଯୁକ୍ତ ସୁଯୋଗ। ଇସ୍ପାତ ମନ୍ତ୍ରାଳୟ ଅଧିନରେ ଥିବା ‘ନବରତ୍ନ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜ’ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ଖାଲି ପଡିଥିବା ୨୦୦ ଫିଲ୍ଡ ଆଟେଣ୍ଡାଣ୍ଟ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୨ମାର୍ଚ୍ଚ ୨୦୨୨ପୂର୍ବରୁ NMDC- nmdc.co.in ର ଅଫିସିଆଲ୍ ୱେବସାଇଟ୍ ଯାଇ ଆବେଦନ କରିପାରିବେ। ମୋଟ ପଦବୀ-୨୦୦ ଫିଲ୍ଡ ଆଟେଣ୍ଡାଣ୍ଟ-୪୩ ମେଣ୍ଟେନାନ୍ସ ଆସିଷ୍ଟାନ୍ସ(MECH)-୯୦ ମେଣ୍ଟେନାନ୍ସ ଆସିଷ୍ଟାନ୍ସ(Elect)-୩୫ MCO ଗ୍ରେଡ୍‌-୩ (ଟ୍ରେନି)-୪ ଗ୍ରେଡ୍‌-୩ […]

author-image
Madhupriya Mistry
NMDCରେ ନିଯୁକ୍ତି ସୁଯୋଗ, ଖାଲି ପଡିଛି ୨୦୦ ପଦବୀ

NMDC

ନୂଆଦିଲ୍ଲୀ: ଏନ୍‌ଏମ୍‌ଡିସିରେ ନିଯୁକ୍ତ ସୁଯୋଗ। ଇସ୍ପାତ ମନ୍ତ୍ରାଳୟ ଅଧିନରେ ଥିବା 'ନବରତ୍ନ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜ' ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ଖାଲି ପଡିଥିବା ୨୦୦ ଫିଲ୍ଡ ଆଟେଣ୍ଡାଣ୍ଟ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୨ମାର୍ଚ୍ଚ ୨୦୨୨ପୂର୍ବରୁ NMDC- nmdc.co.in ର ଅଫିସିଆଲ୍ ୱେବସାଇଟ୍ ଯାଇ ଆବେଦନ କରିପାରିବେ।

Advertisment

ମୋଟ ପଦବୀ-୨୦୦

ଫିଲ୍ଡ ଆଟେଣ୍ଡାଣ୍ଟ-୪୩

ମେଣ୍ଟେନାନ୍ସ ଆସିଷ୍ଟାନ୍ସ(MECH)-୯୦

ମେଣ୍ଟେନାନ୍ସ ଆସିଷ୍ଟାନ୍ସ(Elect)-୩୫

MCO ଗ୍ରେଡ୍‌-୩ (ଟ୍ରେନି)-୪

ଗ୍ରେଡ୍‌-୩ HEM ମେକାନିକ୍‌ -୧୦

ଗ୍ରେଡ୍‌-୩ ଇଲେକ୍ଟ୍ରିସିଆନ୍‌-୭

ଗ୍ରେଡ୍‌-୩ ବ୍ଲାଷ୍ଟର (ଟ୍ରେନି)-୨

ଗ୍ରେଡ୍‌-୩ QCA(ଟ୍ରେନି)-୯

ଆବେଦନ ଫି'- ଇଚ୍ଛୁକ ପ୍ରାର୍ଥୀମାନେ ଏହିସବୁ ପଦବୀ ପାଇଁ ଆବେଦନ କରିବା ଲାଗି ନନ୍‌ ରିଫଣ୍ଡେବୁଲ ୧୫୦ ଟଙ୍କା ଫି' ଭରିବାକୁ ପଡିବ।

ବୟସ ସୀମା:ସର୍ବାଧିକ ୩୦ ବର୍ଷ। SC / STsଙ୍କ ପାଇଁ ୫ବର୍ଷ ପର୍ଯ୍ୟନ୍ତ, OBCs ଏବଂ PwD / Exକର୍ମଚାରୀଙ୍କ ପାଇଁ ୩ ବର୍ଷ ପର୍ଯ୍ୟନ୍ତ ବୟସ ସୀମା କୋହଳ ରହିଛି। ନିୟମ ଅନୁଯାୟୀ ବିଭାଗୀୟ ପ୍ରାର୍ଥୀ(NMDC)ଙ୍କ ପାଇଁ ବୟସ ସୀମା କୋହଳ କରାଯିବ। ସେହିପରି ସରକାରୀ ନିୟମ ଅନୁଯାୟୀ କ୍ରୀଡ଼ାବିତ୍‌ଙ୍କ ପାଇଁ ୫ ବର୍ଷର ପର୍ଯ୍ୟନ୍ତ ବୟସ ସୀମାରେ ଛାଡ କରାଯାଇଛି।

Advertisment

କିଭଳି କରିବେ ଆବେଦନ?

NMDCର ଅଫିସିଆଲ ୱେବସାଇଟ୍‌ nmdc.co.inକୁ ଯାଇ ଆପ୍ଲିକେସନ୍‌ ଫର୍ମ ଡାଇନଲୋଡ୍‌ କରି ତାକୁ ପୂରଣ କରନ୍ତୁ। ଏହାପରେ ଆପ୍ଲିକେସନ୍‌ ଫି' ଏବଂ ଦରକାରୀ ଡକ୍ୟୁମେଣ୍ଟକୁ ଆଟାଚ କରି ସବ୍‌ମିଟ୍‌ କରନ୍ତି। ମାର୍ଚ୍ଚ ୨ ତାରିଖ ଆବେଦନର ଶେଷ ତାରିଖ ରହିଛି।