Advertisment

୨୨ରୁ ୨୪ ପରୀକ୍ଷା ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ କଲେଜ ଗୁଡ଼ିକରେ କୌଣସି ପରୀକ୍ଷା ନ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହା ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ଯୁକ୍ତ ୩ କଲେଜ ଗୁଡ଼ିକୁ ଚିଠି କରାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚଶିକ୍ଷା ବିଭାଗ ଏହି ଚିଠି କରିଛି। ମାର୍ଚ୍ଚ ୨୪ ତାରିଖରେ ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ସମୟରେ ରାଜ୍ୟର […]

ଅଦ୍ୟତନ ହୋଇଛି
ସ୍ଥଗିତ ହେଲା JEE ମେନ୍‌

exam

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ କଲେଜ ଗୁଡ଼ିକରେ କୌଣସି ପରୀକ୍ଷା ନ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହା ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ଯୁକ୍ତ ୩ କଲେଜ ଗୁଡ଼ିକୁ ଚିଠି କରାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚଶିକ୍ଷା ବିଭାଗ ଏହି ଚିଠି କରିଛି।

Advertisment

ମାର୍ଚ୍ଚ ୨୪ ତାରିଖରେ ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ସମୟରେ ରାଜ୍ୟର କେତେକ ବିଶ୍ୱବିଦ୍ୟାଳୟ ସେମାନଙ୍କ ଅଧୀନରେ ଥିବା ଯୁକ୍ତ ୩ କଲେଜ ଗୁଡ଼ିକ ପାଇଁ ୫ମ ସେମିଷ୍ଟରର ପରୀକ୍ଷା କରିବାକୁ ପୂର୍ବରୁ ନୋଟିସ୍ ଦେଇଥିଲେ। ଏ ସଂପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଥିଲା।

ଏହା ପରେ କମିଶନ ୨୨ରୁ ୨୪ ତାରିଖ ଯାଏଁ ପରୀକ୍ଷା ନ କରିବାକୁ କହିଥିଲେ। ପୌର ନିର୍ବାଚନକୁ ସୁରୁଖୁରୁରେ ସାରିବା ପାଇଁ ଏହା ଆବଶ୍ୟକ ବୋଲି କମିଶନ କହିଥିଲେ। କାରଣ ଅନେକ ସରକାରୀ ଓ ଅନୁଦାନ ପ୍ରାପ୍ତ ଯୁକ୍ତ ୩ କଲେଜରେ ପୌର ନିର୍ବାଚନ ପାଇଁ ବୁଥ୍ କରାଯାଇଛି। ତେଣୁ ସେଗୁଡ଼ିକୁ ମାର୍ଚ୍ଚ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ନିର୍ବାଚନ କାର୍ଯ୍ୟରେ ଲଗାଯିବ। ଏହାବାଦ୍ ସହରାଞ୍ଚଳରେ ଛାତ୍ରଛାତ୍ରୀମାନେ ୨୪ ତାରିଖରେ ଭୋଟ୍ ମଧ୍ୟ ଦେବେ ବୋଲି କମିଶନଙ୍କ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ କୁହାଯାଇଥିଲା।

Advertisment

ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପ୍ରକାରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ କୌଣସି ପରୀକ୍ଷା ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହା ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଯୁକ୍ତ ୩ କଲେଜର ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ, ୨୪ ତାରିଖରେ ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍‌ଏସି ସହିତ ୩ ମହାନଗର ନିଗମ- ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ଭୋଟ୍‌ ଗ୍ରହଣ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe