ରେଳୱେରେ ଖାଲି ପଡ଼ିଛି ୩୭୦ ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଳୱେରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି। North East Frontier ରେଳବାଇରେ ଖାଲି ୩୭୦ ପଦବୀ ଖାଲି ଅଛି। ଏଥିନିମନ୍ତେ ନୋଟିଫିକେସନ ଜାରି ହୋଇଛି। ଏଥିନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହା ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲୁ ରହିବ। North East Frontier ପକ୍ଷରୁ ଜାରି ନୋଟିଫିକେସନ ଅନୁଯାୟୀ, ଖାଲିଥିବା ୩୭୦ ପଦ ମଧ୍ୟରୁ୨୦ଟି ଜୁନିୟର ଇଞ୍ଜିନିୟର ପଦ, ୧୫୦ ଟେକନିସିଆନ ପଦ ଓ ୨୦୦ […]

rail

Niharika Rout
  • Published: Tuesday, 06 April 2021
  • , Updated: 07 April 2021, 05:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଳୱେରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି। North East Frontier ରେଳବାଇରେ ଖାଲି ୩୭୦ ପଦବୀ ଖାଲି ଅଛି। ଏଥିନିମନ୍ତେ ନୋଟିଫିକେସନ ଜାରି ହୋଇଛି। ଏଥିନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହା ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲୁ ରହିବ।

North East Frontier ପକ୍ଷରୁ ଜାରି ନୋଟିଫିକେସନ ଅନୁଯାୟୀ, ଖାଲିଥିବା ୩୭୦ ପଦ ମଧ୍ୟରୁ୨୦ଟି ଜୁନିୟର ଇଞ୍ଜିନିୟର ପଦ, ୧୫୦ ଟେକନିସିଆନ ପଦ ଓ ୨୦୦ ହେଲପର ପଦ ଖାଲି ପଡ଼ିଛି । ଇଚ୍ଛୁକ ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ ଅନଲାଇନ୍‌ରେ ଆବେଦନ କରିପାରିବେ।  ମୁଖ୍ୟତଃ ଟେକନିକାଲ କ୍ୱାଲିଫିକେସନ ଓ ଅନୁଭବ ଥିବା ପ୍ରାର୍ଥୀଙ୍କୁ   ଅଗ୍ରାଧିକାର ଦିଆଯିବ।

ଏହି ପଦ ନିମନ୍ତେ ଇଚ୍ଛୁକ ପ୍ରାର୍ଥୀ ‘ଦ ଅଫିସ ଅଫ୍‌ ପ୍ରିନ୍ସପାଲ, ଚିଫ ପର୍ସନାଲ ଅଫିସର, N.F. ରେଳୱେ’ ଠିକଣାରେ ଆବେଦନ କରିପାରିବେ।

Related story