Advertisment

କମନ୍ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବାହାରିଲା ବିଜ୍ଞପ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମନ୍‌ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିପାଇଁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଅନ୍‌ଲାଇନ୍‌ ଆପ୍ଲିକେସନ୍ ଫର୍ମ www.samsodisha.gov.inରେ ଉପଲବ୍ଧ ହେବ। ଅଗଷ୍ଟ ୨ ତାରିଖ ସକାଳ ୧୧ଟାରୁ ଛାତ୍ରଛାତ୍ରୀମାନେ ଏହି ୱେବ୍‌ସାଇଟ୍‌କୁ ଯାଇ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ। ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ ୧୪। ଅଗଷ୍ଟ ୧୪ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଆଶାୟୀମାନେ ଅନ୍‌ଲାଇନ୍ […]

ଅଦ୍ୟତନ ହୋଇଛି
ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା କୋଚିଂ, ୧୫ରୁ ପଞ୍ଜୀକରଣ; ଜାଣିନିଅନ୍ତୁ ପୂରା କଥା

Entrance Exam

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମନ୍‌ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିପାଇଁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Advertisment

ଅନ୍‌ଲାଇନ୍‌ ଆପ୍ଲିକେସନ୍ ଫର୍ମ www.samsodisha.gov.inରେ ଉପଲବ୍ଧ ହେବ। ଅଗଷ୍ଟ ୨ ତାରିଖ ସକାଳ ୧୧ଟାରୁ ଛାତ୍ରଛାତ୍ରୀମାନେ ଏହି ୱେବ୍‌ସାଇଟ୍‌କୁ ଯାଇ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ।

ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ ୧୪। ଅଗଷ୍ଟ ୧୪ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଆଶାୟୀମାନେ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁ ୟୁଜି ଛାତ୍ରଛାତ୍ରୀମାନଙ୍କର ରେଜଲ୍ଟ ବାହାରି ନଥିବ, ସେମାନେ ବି ଆବେଦନ କରିପାରିବେ।

Advertisment

ଅଗଷ୍ଟ ୨୦ ତାରିଖରୁ ଆଶାୟୀମାନେ ସେମାନଙ୍କ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍ କରିପାରିବେ। ଅଗଷ୍ଟ ୨୩ରୁ ପରୀକ୍ଷା ଆରମ୍ଭ ହେବ। ଏହା ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। କେବଳ ସେପ୍ଟେମ୍ବର ୨୭ ଓ ୨୯ ତାରିଖରେ ପରୀକ୍ଷା ହେବ ନାହିଁ। ଅକ୍ଟୋବର ୧୨ ତାରିଖରେ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ।

କମନ ପିଜି ପ୍ରବେଶିକା ପରୀକ୍ଷା ସମ୍ପର୍କିତ ବିଜ୍ଞପ୍ତି ବିଷୟରେ ଅଧିକ ଜାଣିବା ପାଇଁ www.samsodisha.gov.in ଯାଆନ୍ତୁ।

Exam Notification
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe