Advertisment

ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚ ଶିକ୍ଷା ବିଭାଗ। ଛାତ୍ରଛାତ୍ରୀମାନେ ଅଗଷ୍ଟ ୨୦ ତାରିଖ ଦିନ ୧୧ଟାରୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। www.dhe.odisha.gov.in ଏବଂ www.samsodisha.gov.inରେ ଅନ୍‌ଲାଇନ୍ କମନ୍ ଆପ୍ଲିକେସନ୍‌ ଫର୍ମ ଉପଲବ୍ଧ ହେବ। ସେପ୍ଟେମ୍ବର ୪ ତାରିଖ ରାତି ୧୧.୪୫ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ସେପ୍ଟେମ୍ବର ୯ ତାରିଖ ଦିନ ୧୧ଟାରେ ପ୍ରଥମ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ। ସେପ୍ଟେମ୍ବର ୯ ତାରିଖ ଦିନ […]

ଅଦ୍ୟତନ ହୋଇଛି
ଯୁକ୍ତ ୩ ନାମଲେଖା ତାରିଖ ବଦଳିଲା

admission

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚ ଶିକ୍ଷା ବିଭାଗ। ଛାତ୍ରଛାତ୍ରୀମାନେ ଅଗଷ୍ଟ ୨୦ ତାରିଖ ଦିନ ୧୧ଟାରୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। www.dhe.odisha.gov.in ଏବଂ www.samsodisha.gov.inରେ ଅନ୍‌ଲାଇନ୍ କମନ୍ ଆପ୍ଲିକେସନ୍‌ ଫର୍ମ ଉପଲବ୍ଧ ହେବ। ସେପ୍ଟେମ୍ବର ୪ ତାରିଖ ରାତି ୧୧.୪୫ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Advertisment

ସେପ୍ଟେମ୍ବର ୯ ତାରିଖ ଦିନ ୧୧ଟାରେ ପ୍ରଥମ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ। ସେପ୍ଟେମ୍ବର ୯ ତାରିଖ ଦିନ ୨ଟାରୁ ୧୪ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ଅନଲାଇନ୍‌ରେ ଆଡ୍‌ମିଶନ ଫି’ ଦାଖଲ କରିବେ।

ସେପ୍ଟେମ୍ବର ୨୧ ତାରିଖରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଦ୍ୱିତୀୟ ମେରିଟ୍ ଲିଷ୍ଟରେ ଯେଉଁ ଛାତ୍ରଛାତ୍ରୀମାନଙ୍କ ନାମ ଥିବ, ସେମାନେ ୨୧ରୁ ୨୪ ତାରିଖ ମଧ୍ୟରେ ସାମ୍ସ ପୋର୍ଟାଲ୍ ମାଧ୍ୟମରେ ଅନ୍‌ଲାଇନ୍‌ରେ ଆଡ୍‌ମିଶନ୍ ଫି’ ଦାଖଲ କରିବେ।

Advertisment

ସୂଚନାଯୋଗ୍ୟ, ଇତି ମଧ୍ୟରେ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟର ରେଜଲ୍ଟ ପ୍ରକାଶ ପାଇ ସାରିଛି। ଚଳିତ ବର୍ଷ କରୋନା ଯୋଗୁ ପରୀକ୍ଷା ହୋଇ ନଥିବା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ରେଜଲ୍ଟ ପ୍ରକାଶ କରାଯାଇଛି। ମ୍ୟାଟ୍ରିକ୍ ନମ୍ବର ଆଧାରରେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରାଯାଇଥିବା ବେଳେ ପାସ୍‌ ହାର ରେକର୍ଡ କରିଛି।

Admission Open
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe