Advertisment

NTA JIPMAT-2021 ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଇଁ ପାଞ୍ଚ ବର୍ଷୀୟା ମ୍ୟାନେଜମେଣ୍ଟ ପ୍ରୋଗ୍ରାମ (MBA)ରେ ଆଡମିଶନ୍ ପାଇଁ ନ୍ୟାଶନାଲ୍ ଟେଷ୍ଟିଂ ଏଜେନ୍ସି (NTA) ବିଜ୍ଞପ୍ତି ଜାରି କରିଛି। ଜଏଣ୍ଟ ଇଣ୍ଟିଗ୍ରେଟେଡ୍ ପ୍ରୋଗ୍ରାମ୍ ଇନ୍ ମ୍ୟାନେଜମେଣ୍ଟ ଆଡମିଶନ୍ ଟେଷ୍ଟ (JIPMAT) 2021 ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଛାତ୍ରଙ୍କ ନାମାଲେଖା ହେବ। ଏହି ପରୀକ୍ଷା ଜରିଆରେ IIM ବୋଧଗୟା ଓ IIM ଜମ୍ମୁରେ ପାଞ୍ଚ ବର୍ଷୀୟା ଇଣ୍ଟିଗ୍ରେଟେଡ୍ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ (MBA)ରେ ଆଡମିଶନ୍ ମିଳିବ। ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
NTA JIPMAT-2021 ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ

JIPMAT-2021

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଇଁ ପାଞ୍ଚ ବର୍ଷୀୟା ମ୍ୟାନେଜମେଣ୍ଟ ପ୍ରୋଗ୍ରାମ (MBA)ରେ ଆଡମିଶନ୍ ପାଇଁ ନ୍ୟାଶନାଲ୍ ଟେଷ୍ଟିଂ ଏଜେନ୍ସି (NTA) ବିଜ୍ଞପ୍ତି ଜାରି କରିଛି। ଜଏଣ୍ଟ ଇଣ୍ଟିଗ୍ରେଟେଡ୍ ପ୍ରୋଗ୍ରାମ୍ ଇନ୍ ମ୍ୟାନେଜମେଣ୍ଟ ଆଡମିଶନ୍ ଟେଷ୍ଟ (JIPMAT) 2021 ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଛାତ୍ରଙ୍କ ନାମାଲେଖା ହେବ।

Advertisment

ଏହି ପରୀକ୍ଷା ଜରିଆରେ IIM ବୋଧଗୟା ଓ IIM ଜମ୍ମୁରେ ପାଞ୍ଚ ବର୍ଷୀୟା ଇଣ୍ଟିଗ୍ରେଟେଡ୍ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ (MBA)ରେ ଆଡମିଶନ୍ ମିଳିବ। ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ।

ଏହି ପ୍ରବେଶିକା ପରୀକ୍ଷା ଜୁନ୍ ୨୦ ତାରିଖରେ ହେବ। ପରୀକ୍ଷା ପାଇଁ ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ମ୍ୟାନେଜମେଣ୍ଟ କୋର୍ସରେ ନାମାଙ୍କନ ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଏପ୍ରିଲ ୩୦ ତାରିଖ ସୁଦ୍ଧା ଆବେଦନ କରିପାରିବେ।

Advertisment

NTAର ଅଫିସିଆଲ୍ ୱେବସାଇଟ୍ jipmat.nta.ac.in / www.nta.ac.in ରେ ଆବେଦନ ପ୍ରକ୍ରିୟା କରିପାରିବେ। ଆବେଦନ କରିଥିବା ଛାତ୍ରଛାତ୍ରୀ ମେ' ୫ରୁ ୧୦ ତାରିଖ ଭିତରେ ସଂଶୋଧନ କରିପାରିବେ।

NTA ଦ୍ୱାରା ଜୁନ୍ ୨୦ ତାରିଖରେ ବିଭିନ୍ନ ଅପରାହ୍ଣ ୨ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଆୟୋଜିତ ହେବ। ପରୀକ୍ଷା ପାଇଁ ଶ୍ରେଣୀଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି। ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପାଇଁ ୬୦% (ଏସସି/ଏସଟି/ପିଡବ୍ଲ୍ୟୁଡି ଛାତ୍ରଛାତ୍ରୀଙ୍କ ପାଇଁ ୫୫ %) ମାର୍କ ଧାର୍ଯ୍ୟ କରାଯାଇଛି।

ଏହି ପରୀକ୍ଷା ପାଇଁ ଜେନେରାଲ୍/ଜେନେରାଲ୍-ଇଡବ୍ଲ୍ୟୁଏସ୍/ଓବିସି (ଏନସିଏଲ) ଛାତ୍ରଛାତ୍ରୀଙ୍କୁ ୨ହଜାର ଟଙ୍କା ଲେଖାଏ ଦେବାକୁ ପଡ଼ିବ। ସେହିପରି ଏସସି/ଏସଟି/ପିଡବ୍ଲ୍ୟୁଡି ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫି' ୧ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। Click here to apply for JIPMAT 2021

କେମିତି କରିବେ ଆବେଦନ?

ପ୍ରଥମେ ଅଫିସିଆଲ୍ ୱେବସାଇଟକୁ ଯିବେ- jipmat.nta.ac.in
JIPMAT 2021- ନ୍ୟୁ ରେଜିଷ୍ଟ୍ରେସନ୍ ଉପରେ କ୍ଲିକ୍ କରିବେ।
ଏହା ପରେ ସ୍କ୍ରିନରେ ନୂଆ ପେଜ ଶୋ' କରିବ।
ଆବେଦନ ପ୍ରକ୍ରିୟା ଅନୁଯାୟୀ ନିଜର ପଞ୍ଜୀକରଣ କରିବେ।
ଆବେଦନ ଫି' ଓ ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ୍ କରିବେ।
ଏହା ପରେ ସବମିଟ୍ ଅପ୍ସନ୍ ଉପରେ କ୍ଲିକ୍ କରିବେ।

Admission Open