Advertisment

ଏନଟିପିସିରେ ଚାକିରି ପାଇଁ ବାହାରିଲା ବିଜ୍ଞପ୍ତି, ସର୍ବାଧିକ ଦରମା ୭୧ ହଜାର ଟଙ୍କା

ନ୍ୟାଶନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ ବା ଏନଟିପିସିରେ ଏକଜିକ୍ୟୁଟିଭ୍ ଏବଂ ସ୍ପେଶାଲିଷ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାହିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଏନଟିପିସି (NTPC)ର ଅଫିସିଆଲ୍ ସାଇଟ (ntpccareers.net)କୁ ଯାଇ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀ ଏପ୍ରିଲ୍ ୧୫ ସୁଦ୍ଧା ଅନଲାଇନରେ ଆବେଦନ କରିପାରିବେ। ମୋଟ୍ ୩୫ଟି ପଦବୀ ପାଇଁ ଏହି ବିଜ୍ଞପ୍ତି ବାହାରିଛି। ଏନଟିପିସି ବିଜ୍ଞପ୍ତି ଏକଜିକ୍ୟୁଟିଭ (ସେଫଟି): ୨୫ଟି ପଦବୀ ଏକଜିକ୍ୟୁଟିଭ (ଆଇଟି – ଡାଟା ସେଣ୍ଟର। ଡାଟା ରିକୋଭରୀ): […]

ଅଦ୍ୟତନ ହୋଇଛି
ଏନଟିପିସିରେ ଚାକିରି ପାଇଁ ବାହାରିଲା ବିଜ୍ଞପ୍ତି, ସର୍ବାଧିକ ଦରମା ୭୧ ହଜାର ଟଙ୍କା

NTPC

Advertisment

ନ୍ୟାଶନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ ବା ଏନଟିପିସିରେ ଏକଜିକ୍ୟୁଟିଭ୍ ଏବଂ ସ୍ପେଶାଲିଷ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାହିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଏନଟିପିସି (NTPC)ର ଅଫିସିଆଲ୍ ସାଇଟ (ntpccareers.net)କୁ ଯାଇ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀ ଏପ୍ରିଲ୍ ୧୫ ସୁଦ୍ଧା ଅନଲାଇନରେ ଆବେଦନ କରିପାରିବେ। ମୋଟ୍ ୩୫ଟି ପଦବୀ ପାଇଁ ଏହି ବିଜ୍ଞପ୍ତି ବାହାରିଛି।

Advertisment

ଏନଟିପିସି ବିଜ୍ଞପ୍ତି

ଏକଜିକ୍ୟୁଟିଭ (ସେଫଟି): ୨୫ଟି ପଦବୀ

ଏକଜିକ୍ୟୁଟିଭ (ଆଇଟି - ଡାଟା ସେଣ୍ଟର। ଡାଟା ରିକୋଭରୀ): ୮ଟି ପଦବୀ

ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ (ସୋଲାର): ଗୋଟିଏ ପୋଷ୍ଟ

ବିଶେଷଜ୍ଞ (ସୋଲାର): ଗୋଟିଏ ପୋଷ୍ଟ

ଆବେଦନକାରୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତି କମ୍‌ରେ ୬୦ ପ୍ରତିଶତ ମାର୍କ ରଖିଥିବେ। ସେ ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ, କମ୍ପ୍ୟୁଟର ସାଇନ୍ସ କିମ୍ବା ଆଇଟିରେ ବିଟେକ୍ ପାସ କରିଥିବେ। ଏକଜିକ୍ୟୁଟିଭ ପଦବୀ ପାଇଁ ସର୍ବନିମ୍ନ ବୟସ ସୀମା ୩୫ ରହିଥିବା ବେଳେ ବରିଷ୍ଠ ଏକଜିକ୍ୟୁଟିଭ ପଦବୀ ପାଇଁ ସର୍ବାଧିକ ବୟସ ୪୫ ବର୍ଷ ଏବଂ ବିଶେଷଜ୍ଞ ପଦବୀ ପାଇଁ ୫୫ ବର୍ଷ ରହିଛି।

ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କ ମାସିକ ଦରମା ୭୧,୦୦୦ ଟଙ୍କା ରହିବ। ବରିଷ୍ଠ କାର୍ଯ୍ୟନିର୍ବାହୀ ସୋଲାର ଏବଂ ବିଶେଷଜ୍ଞଙ୍କ ଦରମା ଅଭିଜ୍ଞତା ଏବଂ ଦକ୍ଷତା ଉପରେ ନିର୍ଭର କରିବ।

Advertisment

ଆଗ୍ରହୀ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ ntpccareers.net କୁ ଯାଇ ଆବେଦନ କରି ପାରିବେ। ଜେନେରାଲ / ଓବିସି / ଇଡବ୍ଲ୍ୟୁସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଦେୟ 300 ଟଙ୍କା ରହିଛି। ଏସସି / ଏସଟି / ପିଡବ୍ଲ୍ୟୁଡି / ଏକ୍ସଏସଏମ ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଫି’ ଦେବାକୁ ପଡ଼ିବନି।

Job Vacancy NTPC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe