NTPC
ନୂଆଦିଲ୍ଲୀ: ନ୍ୟାଶନାଲ ଥର୍ମାଲ ପାୱାର କର୍ପୋରେସନ(NTPC) ଆଣିଛି ନିଯୁକ୍ତି ସୁଯୋଗ। ଏନ୍ଟିପିସିରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ବିଜ୍ଞାପନ ଅନୁଯାୟୀ, ଅନଲାଇନ୍ ଆବେଦନ ପ୍ରକ୍ରିୟା ନଭେମ୍ବର ୨୪ରୁ ଆରମ୍ଭ ହୋଇସାରିଛି। ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୮ ରଖାଯାଇଛି।
ମୋଟ ପଦବୀ-୩
ସିନିଅର ଏକ୍ଜୁକେଟିଭ୍ କର୍ପୋରେଟ୍ କମ୍ୟୁନିକେସନ୍-୧
ଏକ୍ଜୁକେଟିଭ୍ ଆଇଟି ଡେଭଲପର-୨
ଶିକ୍ଷାଗତ ଯୋଗ୍ୟତା-ସିନିଅର ଏକ୍ଜୁକେଟିଭ୍ କର୍ପୋରେଟ୍ କମ୍ୟୁନିକେସନ୍ ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ କିମ୍ବା ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ଇନ୍ କମ୍ୟୁନିକେସନ/ ଆଡ୍ର୍ଭଟାଇଜ ଆଣ୍ଡ କମ୍ୟୁନିକେସନ ମ୍ୟାନେଜମେଣ୍ଟ / ମାସ୍ କମ୍ୟୁନିକେସନ/ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଜର୍ଣ୍ଣାଲିଜମ୍ କରିଥିବା ଆବଶ୍ୟକ।
ଅଭିଜ୍ଞତା:ଏକ ସରକାରୀ / ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ କିମ୍ବା ଖ୍ୟାତିସମ୍ପନ୍ନ ବ୍ୟକ୍ତିଗତ କମ୍ପାନୀର ସମ୍ପୃକ୍ତ କ୍ଷେତ୍ରରେ ସର୍ବନିମ୍ନ ୨୦ ବର୍ଷର କାର୍ଯ୍ୟନିର୍ବାହୀ ଅଭିଜ୍ଞତା ଥିବା ଜରୁରୀ। ବିଜ୍ଞାପନ ଏବଂ ଗଣମାଧ୍ୟମରେ ପର୍ଯ୍ୟାପ୍ତ ଜ୍ଞାନ/ ଏକ୍ସପୋଜର୍, ଅଡିଓ-ଭିଜୁଆଲ୍ ପ୍ରଚାର ଏବଂ ବିଜ୍ଞାପନ ଏଜେନ୍ସି ଏବଂ ବିଭିନ୍ନ ଗଣମାଧ୍ୟମ ଯେପରିକି ପ୍ରେସ୍, ରେଡିଓ ଏବଂ ଟେଲିଭିଜନ୍ ଇତ୍ୟାଦି ସହିତ ସଂଯୁକ୍ତ ସଂସ୍ଥାର ଅଭିଜ୍ଞତା ଥିବା ଜରୁରୀ।
ବୟସ ସୀମା- ୫୫ ବର୍ଷ
ସେହିପରି ଏକ୍ଜୁକେଟିଭ୍ ଆଇଟି ଡେଭଲପର ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଯେକୌଣସି ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ BE/B.Tech in CS/IT or MCA ରୁ କରିଥିବା ଉଚିତ। ଏଥିସହ ଅତିକମ୍ରେ ଅତି କମରେ ୬୦% ମାର୍କ ରଖିଥିବା ଜରୁରୀ।
ଅଭିଜ୍ଞତା: ଯେକୌଣସି ସଫ୍ଟୱେଆର ଡେଭଲପମେଣ୍ଟ କମ୍ପାନୀରେ ୨ରୁ ବର୍ଷରୁ ଉର୍ଦ୍ଧ୍ୱ ଅଭିଜ୍ଞତା ଥିବା ଆବଶ୍ୟକ।
ବୟସ ସୀମା- ୩୫
ଦରମା- ଚୟନ ପ୍ରାର୍ଥୀଙ୍କୁ ମାସିକ ୭୧,୦୦୦ ଟଙ୍କା ଦରମା ମିଳିବ।
କିଭଳି କରିବେ ଆବେଦନ?
ଇଚ୍ଛୁକ ପ୍ରାର୍ଥୀ careers.ntpc.co.in ୱେବ୍ସାଇଟ୍ର କ୍ୟାରିଅର୍ ସେକ୍ସନ୍କୁ ଯାଇ www.ntpc.co.in ଆବେଦନ କରିପାରିବେ। ସେହିଭଳି ଉପରୋକ୍ତ ପଦବୀ ପାଇଁ କେବଳ ଭାରତୀୟ ନାଗରିକମାନେ ହିଁ ଆବେଦନ କରିବାକୁ ଅନୁମତି ରହିଛି।. Click here for the notification.
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/12/NTPC.jpg)