NTPCରେ ନିଯୁକ୍ତି ସୁଯୋଗ, ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ୨୭

ଜେନେରାଲ ସର୍ଜନ ଓ ବିଶେଷଜ୍ଞ (ଜେନେରାଲ ମେଡିସିନ୍) ପଦବୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରିଛି ଏନ୍‌ଟିପିସି ଲିମିଟେଡ୍‌। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଏଥିପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇସାରିଥିବା ବେଳେ ଏହାର ଶେଷ ତାରିଖ ରହିଛି ଜାନୁଆରୀ ୨୭। ଖାଲି ପଡ଼ିଥିବା ପଦବୀ ଜେନେରାଲ ସର୍ଜନ ପାଇଁ ୮ଟି ପଦ ଖାଲି ପଡ଼ିଛି। ଏଥିପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ MBBS ସହିତ ଜେନେରାଲ୍ ସର୍ଜରୀରେ […]

NTPC

Jitendra Garnayak
  • Published: Monday, 24 January 2022
  • , Updated: 24 January 2022, 11:58 AM IST

ଜେନେରାଲ ସର୍ଜନ ଓ ବିଶେଷଜ୍ଞ (ଜେନେରାଲ ମେଡିସିନ୍) ପଦବୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରିଛି ଏନ୍‌ଟିପିସି ଲିମିଟେଡ୍‌। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଏଥିପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇସାରିଥିବା ବେଳେ ଏହାର ଶେଷ ତାରିଖ ରହିଛି ଜାନୁଆରୀ ୨୭।

ଖାଲି ପଡ଼ିଥିବା ପଦବୀ

ଜେନେରାଲ ସର୍ଜନ ପାଇଁ ୮ଟି ପଦ ଖାଲି ପଡ଼ିଛି। ଏଥିପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ MBBS ସହିତ ଜେନେରାଲ୍ ସର୍ଜରୀରେ MS/DNB ଡିଗ୍ରୀ ହାସଲ କରିଥିବା ଜରୁରୀ। ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନ୍ୟାଶନାଲ ମେଡିକାଲ୍ କମିଶନ (ଏନ୍‌ଏମ୍‌ସି)ର ସ୍ୱୀକୃତି ମିଳିଥିବା ଆବଶ୍ୟକ ।

ଏହି ପଦବୀର E4 ସ୍ତରରେ ନିଯୁକ୍ତି ପାଇଥିବାକୁ ଥିବା ପ୍ରାର୍ଥୀମାନେ MS/DNB କରିବା ପରେ ସର୍ବନିମ୍ନ ୧ ବର୍ଷ କାମ କରିବାର ଅଭିଜ୍ଞତା ହାସଲ କରିଥିବା ଆବଶ୍ୟକ। ତେବେ E3 ସ୍ତର ପାଇଁ ସଦ୍ୟ MS/DNB ପାସ୍ କରିଥିବା ପ୍ରାର୍ଥୀଙ୍କୁ ନିଆଯିବ।

ବିଶେଷଜ୍ଞ (ଜେନେରାଲ ମେଡିସିନ୍) ପାଇଁ ୭ଟି ପଦ ଖାଲି ଅଛି। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ହେଉଛି ଏମ୍‌ବିବିଏସ୍‌ ସହିତ ଏମ୍‌ଡି/ଡିଏନ୍‌ବି ଡିଗ୍ରୀ। । ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନ୍ୟାଶନାଲ ମେଡିକାଲ୍ କମିଶନ (ଏନ୍‌ଏମ୍‌ସି)ର ସ୍ୱୀକୃତି ମିଳିଥିବା ଆବଶ୍ୟକ ।

ଏହି ପଦବୀର E4 ସ୍ତରରେ ନିଯୁକ୍ତି ପାଇଥିବାକୁ ଥିବା ପ୍ରାର୍ଥୀମାନେ MD/DNB (ଜେନେରାଲ ମେଡିସିନ୍) କରିବା ପରେ ସର୍ବନିମ୍ନ ୧ ବର୍ଷ କାମ କରିବାର ଅଭିଜ୍ଞତା ହାସଲ କରିଥିବା ଆବଶ୍ୟକ। ତେବେ E3 ସ୍ତର ପାଇଁ ସଦ୍ୟ MD/DNB (ଜେନେରାଲ ମେଡିସିନ୍) ପାସ୍ କରିଥିବା ପ୍ରାର୍ଥୀଙ୍କୁ ନିଆଯିବ।

ଆବେଦନ ଫି’
ସାଧାରଣ, ଇଡବ୍ଲ୍ୟୁଏସ୍‌ ଓ ଓବିସି ବର୍ଗର ପ୍ରାର୍ଥୀମାନଙ୍କୁ ଆବେଦନ ଫି’ ବାବଦକୁ ୩୦୦ ଟଙ୍କା ଦେବାକୁ ପଡ଼ିବ। ମହିଳା, ଏସ୍‌ସି, ଏସ୍‌ଟି, ପିଡବ୍ଲ୍ୟୁବିଡି ଓ ଏକ୍ସଏସ୍‌ଏମ୍ ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଫି’ ଦେବାକୁ ପଡ଼ିବ ନାହିଁ। ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ନେଟ୍‌ ବ୍ୟାଙ୍ଗିଙ୍ଗ/ଡେବିଟ୍ କାର୍ଡ/ କ୍ରେଡିଟ୍ କାର୍ଡ ମାଧ୍ୟମରେ ଆବେଦନ ଫି’ ଦେଇପାରିବେ।

ଏହି ବିଜ୍ଞପ୍ତି ସଂପର୍କିତ ଅଧିକ ସୂଚନା ପାଇଁ ଏନ୍‌ଟିପିସିର ୱେବ୍‌ସାଇଟ୍ careers.ntpc.co.in. କୁ ଯା’ନ୍ତୁ।

Related story