ନୂଆଦିଲ୍ଲୀ: ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟୁକ୍ଲିଅର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ ଖାଲିପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି କରିଛି ବିଜ୍ଞପ୍ତି। ଏହିସବୁ ପଦବୀ ପାଇଁ ଗଲା ୩ ତାରିଖରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇସାରିଛି। ଡିସେମ୍ବର ୨୭ ତାରିଖରେ ଆବେଦନର ଶେଷ ତାରିଖ ରହିଛି।
ମୋଟ ପଦବୀ-୭୨
ନର୍ସ, ଫାର୍ମାସିଷ୍ଟ ଟେକ୍ନିସିଆନ ଏବଂ ଆସିଷ୍ଟାଣ୍ଟ ସମେତ ୭୨ଟି ପଦବୀ ଖାଲିପଡିଛି।
ଶିକ୍ଷାଗତ ଯୋଗ୍ୟତା- ପାରାମେଡିକାଲ ଏବଂ ଟ୍ରେନି ସମେତ ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ମଗାଯାଇଛି। କିଛି ପଦବୀ ପାଇଁ ୧୦ମ ଏବଂ ଯୁକ୍ତ ୨ ପାସ୍ ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରବେ। ସେହିପରି ଆଉ କିଛି ପଦବୀ ପାଇଁ ଟ୍ରେଡ୍ ଏବଂ ଡିପ୍ଲୋମାରେ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।
ବୟସ ସୀମା- ସର୍ବନିମ୍ନ ୧୮ରୁ ୩୦ ବର୍ଷ ରହିଛି।
କିଭଳି କରିବେ ଆବେଦନ?
ଏହି ସବୁ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ନ୍ୟୁକ୍ଲିଅର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ର ଅଫିସିଆଲ ୱେବସାଇଟ୍ https://npcilcareers.co.in ଲଗ୍ଇନ୍ କରିବାକୁ ପଡିବ। ଏହାପରେ ଏଠାରେ ଦିଆଯାଇଥିବା ନୋଟିଫିକେସନ୍ରେ ଆବେଦନ ଫର୍ମ ଭରିବା ପାଇଁ ଲିଙ୍କ ପାଇପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।